Posted inଖେଳ

୧ ଲକ୍ଷ ୨୦ ହଜାର ଛାତ୍ରୀଛାତ୍ର ଦେଖିବେ ବିଶ୍ୱକପ୍‌

ଭୁବନେଶ୍ୱର,୧୮ା୧୦(ସ୍ପୋଟର୍‌ସ ବ୍ୟୁରୋ): ଭାରତରେ ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପକୁ ପ୍ରାୟ ୧ ଲକ୍ଷ ୨୦ ହଜାର ଛାତ୍ରୀଛାତ୍ର ଉପଭୋଗ କରିବେ। ସ୍ଥାନୀୟ ଆୟୋଜକ କମିଟି (ଏଲ୍‌ଓସି) ଏବଂ ଫିଫା ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୩ଟି ଯାକ ଭେନ୍ୟୁରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଶ୍ୱକପ ଆୟୋଜନକୁ ଏକ ସପ୍ତାହ ପୁରିଥିବା ବେଳେ ଦର୍ଶକଙ୍କ ପକ୍ଷରୁ ଏହାକୁ ଢେର ସାରା ଭଲ ପାଇବା ମିଳିଛି। ୩ଟି ଯାକ ଭେନ୍ୟୁରେ କୁନି କୁନି ଦର୍ଶକଙ୍କ ଉପସ୍ଥିତି ଖେଳାଳି ମାନଙ୍କୁ ମଧ୍ୟ ଉତ୍ସାହିତ କରୁଛି। ଏହା ସହିତ ଆଗାମୀ ଦିନରେ ହେବାକୁ ଥିବା ମ୍ୟାଚ ଗୁଡିକରେ ମଧ୍ୟ ଏମିତି ଦୃଶ୍ୟ ଦେଖିବାକୁ ମିଳିବ। ଛାତ୍ରୀ ଛାତ୍ର ମାନଙ୍କ ନାଚ ଗୀତ ଓ ସେଲିବ୍ରେସନ ମୋ ପାଈଁ ଶ୍ରେଷ୍ଠ ମୂହୂର୍ତ୍ତ ଥିଲା ବୋଲି ଫିଫାର ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଜେମି ୟାରଜା ପ୍ରକାଶ କରିଛନ୍ତି। କୋଭିଡ କାରଣରୁ ଭାରତରେ ଟୁର୍ନାମେଣ୍ଟ ଆୟୋଜନକୁ ନେଇ ଆଶଙ୍କା ଦେଖା ଦେଇଥିଲା। ତେବେ ସଫଳତାର ସହିତ ଟୁର୍ନାମେଣ୍ଟ ଆୟୋଜନ ଦେଖି ଖୁସି ଲାଗୁଛି।
ଛାତ୍ରୀଛାତ୍ର ମାନଙ୍କୁ ସାମିଲ କରିବା ପାଇଁ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ସହିତ ଏ ସମ୍ପର୍କରେ ଆଲୋଚନା ହୋଇଥିବା ନେଇ ୟାରଜା କହିଥିଲେ। ୩ ରାଜ୍ୟର କ୍ରୀଡାମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଏହାକୁ କାର୍ଯ୍ୟକାରୀ କରିବା ନେଇ ଯୋଜନା କରାଯାଇଥିଲା। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଦିନ ୩ ହଜାର ଛାତ୍ରୀଛାତ୍ର ଖେଳ ଦେଖିଥିବା ବେଳେ ନଭି ମୁମ୍ବାଇରେଏହି ସଂଖ୍ୟା ୫୦୦୦-୬୦୦୦ ରହିଥିଲା। ଫାଇନାଲ ବେଳକୁ ଏହ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ସେହିପରି ସମଗ୍ର ଟୁର୍ନାମେଣ୍ଟରେ ୧ ଲକ୍ଷ ୨୦ ହଜାର ଛାତ୍ରୀଛାତ୍ର ଟୁର୍ନାମେଣ୍ଟ ଦେଖିବାର ସୁଯୋଗ ପାଈବେ ବୋଲି ଏଲ୍‌ଓସି ନିର୍ଦ୍ଦେଶକ ନନ୍ଦିନୀ ଅରୋରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?