ଜୁଆଣିଆ ପଞ୍ଚାୟତରେ ୧ କୋଟି ଦୁର୍ନୀତି ଅଭିଯୋଗ

ଆଳି,୫ା୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଜୁଆଣିଆ ପଞ୍ଚାୟତରେ ବିକାଶ ନାମରେ ଆସୁଥିବା ଅର୍ଥ ତୋସରପାତ ହୋଇଥିବା ନେଇ ଅଭିଯୋଗ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ଜୁଆଣିଆ ପଞ୍ଚାୟତର ସଚେତନ ନାଗରିକଙ୍କ ପକ୍ଷରୁ ହଦୁଆ ଗଁାରେ ଏ ସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ଖବରଦାତା ସମ୍ମିଳନୀ କରାଯାଇଛି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ସରକାର ପଞ୍ଚାୟତର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି।
ହେଲେ ଏଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ହୋଇଛି ବୋଲି ଖବରଦାତା ସମ୍ମିଳନୀରେ ପୂର୍ବତନ ସରପଞ୍ଚ ଅଚ୍ୟୁତାନନ୍ଦ ସ୍ବାଇଁ, ପ୍ରଶାନ୍ତ ସାମଲ, ନବକିଶୋର ପଲାଇ, ଦେବଦାସ ମଲିକ, ଶୈଳେନ୍ଦ୍ର ଛାଟୋଇ ଓ ସଚେତନ ନାଗରିକମାନେ ଅଭିଯୋଗ କରିିଛନ୍ତି। ବର୍ତ୍ତମାନର ସରପଞ୍ଚ ଗତ ୫ ବର୍ଷ ମଧ୍ୟରେ ପଞ୍ଚାୟତରେ ଅଧାପନ୍ତରିଆ କାମ କରି କୋଟିଏରୁ ଊଦ୍ଧର୍‌ବ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି।
ସେମାନେ କହିଥିଲେ, ହଦୁଆ ଗ୍ରାମକୁ ଆଲୋକୀକରଣ ବାବଦରେ ୪ ଲକ୍ଷ ୪୦ହଜାର ୨୭୦ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଷ୍ଟ୍ରିଟ ଲାଇଟ ଖୁଣ୍ଟ ବଦଳରେ ବିଭାଗୀୟ ବିଦ୍ୟୁତ ଖୁଣ୍ଟରେ ଗୋଟିଏ ଲେଖାଏ ବଲ ଲଗାଯାଇ ସମ୍ପୂର୍ଣ୍ଣ ବିଲ୍‌ ହୋଇଛି। ମଝି ଜୁଆଣିଆ ତାରିଣୀ ପୋଖରୀ ଖୋଳାରେ ୧୧ ଲକ୍ଷ ୫୧ ହଜାର ୧୦୫ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି କିନ୍ତୁ ଏବେବି ତାହା ଏକ ଦଳପୂର୍ଣ୍ଣ ଜଳାଶୟ ହୋଇ ରହିଛି। ଏହାର ଚାରି ପାଖ କେବଳ ବାଉଣ୍ଡାରି ହୋଇଛି। ବର୍ଷା ଦିନେ ପୋଖରୀ ସୌନ୍ଦର୍ଯ୍ୟ ଯୋଜନାରେ ତଳ ଜୁଆଣିଆ ହନୁମାନ ପୋଖରୀ ପାଇଁ ୧୧ ଲକ୍ଷ ୪୩ ହଜାର ୩୬୭ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ତେଣୁ ବର୍ଷାଦିନେ ଯାହା କାମ ହୋଇଥିବ ତାହା ଜଳଜଳ ଦେଖାଯାଉଛି। ମଝି ଜୁଆଣିଆ ଶିବ ମନ୍ଦିର ନିକଟରେ ୧୭ ଲକ୍ଷ ୪୮ ହଜାର ୫୮୪ ଟଙ୍କାର ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। କିନ୍ତୁ ଏଠାରେ କେବଳ ବାଉଣ୍ଡାରୀ ୱାଲ ଛଡ଼ା ଆଉ କିଛି ହୋଇନାହିଁ। ଜୁଆଣିଆ ବାଳିକା ବିଦ୍ୟାଳୟ ନିକଟରେ ଏକ ପାର୍କ ନିର୍ମାଣ ହୋଇଥିବା ଦର୍ଶାଇ ୧୪ ଲକ୍ଷ ୩୬ ହଜାର ୮୬୮ ଟଙ୍କାର ବିଲ୍‌ କରାଯାଇଛି। କିନ୍ତୁ ପାର୍କରେ ଆବଶ୍ୟକ ଉପକରଣ ନାହିଁ। ହଦୁଆ ଖେଳ ପଡିଆରେ କେବଳ ମାଟି ପକାଯାଇ ୧୬ ଲକ୍ଷ ୮୯ ହଜାର ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି। ଜୁଆଣିଆ ପଞ୍ଚାୟତ ଅଫିସ୍‌ ଗୃହ ମରାମତି ବାବଦରେ ୪,୮୪,୪୮୭ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି କିନ୍ତୁ କାମ ହୋଇନାହିଁ। ପଞ୍ଚାୟତ ଶୌଚାଳୟ ପାଇଁ ୨ଲକ୍ଷ ଟଙ୍କା କାଗଜ ପତ୍ରରେ କେବଳ ରହିଛି ଆଉ ଟଙ୍କା ଉଠାଇ ନିଆ ଯାଇଛି। ଲାପଟପ୍‌ କିଣାରେ ୧,୧୯,୯୮୦ ଟଙ୍କା ଉଠାଯାଇଥିବା ଜଣାପଡିଛି କିନ୍ତୁ ଲାପଟପର ଚିହ୍ନବର୍ଣ୍ଣ ନାହିଁ। ପଞ୍ଚାୟତ କାର୍ଯ୍ୟାଳୟ ସାମ୍‌ନା ପୂଜା ମଣ୍ଡପ ତିଆରି ପାଇଁ ୧ ଲକ୍ଷ ୮୪ ହଜାର ୧୪୩ ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି କିନ୍ତୁ କାମ ହୋଇନାହିଁ। ଏପରିକି ଚାଷୀମାନଙ୍କ ନିମନ୍ତେ ନିର୍ମାଣ ହୋଇଥିବା ଜୁଆଣିଆ କ୍ରିକ ବାବଦରେ ୨ କୋଟି ୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ତାରିଣୀ ମନ୍ଦିରଠାରେ ତାକୁ ଏନକ୍ଲୋଜ କରାଯାଇ ଏମ୍‌ଜିଏନ୍‌ଆରଇଜିଏସରେ ପୋଖରୀ ଖୋଳାଯାଇ ଚାଷୀମାନଙ୍କ ସହ ବିଶ୍ୱାସଘାତକ କରାଯାଇଛି। ଏପରି ଭାବେ ସରକାରଙ୍କ ଅନୁଦାନକୁ ସଦୁପଯୋଗ ନ କରି ହରିଲୁଟ ହୋଇଥିବା ସମ୍ମିଳନୀରେ ଗଁାର କେତେଜଣ ସରପଞ୍ଚଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି। ଏ ସମ୍ପର୍କରେ ଜୁଆଣିଆ ସରପଞ୍ଚ ସ୍ବାପ୍ନାରାଣୀ ନାୟକ କହିଛନ୍ତି, କୋଭିଡ -୧୯ ଯୋଗୁ ୨ ବର୍ଷରୁ ଊର୍ଦ୍ଧ୍ୱ ହେବ ଟଙ୍କା ଆସିନାହିଁ। ପଞ୍ଚାୟତରେ ଯେତିକି କାମ ହୋଇଛି ତାହାର ୩୦ ପ୍ରତିଶତ ଟଙ୍କା ଆସିଛି। ନିର୍ବାଚନ ସମୟ ହୋଇଥିବାରୁ ବିରୋଧୀ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ। ଆଳି ବିଡିଓ ଦ୍ୱିବେନ୍ଦୁ ଦାସଙ୍କୁ ପଚାରିବାରେ ଅଭିଯୋଗ ମିଳିଛି। ବ୍ଲକର ଇଞ୍ଜିନୟର ଟିମ ପଠାଯାଇ ତଦନ୍ତ କରାଯିବ। ତଦନ୍ତ ପରେ ଯଦି ଦୁର୍ନୀତି କରାଯାଇଥିବା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri