ଜୁଆଣିଆ ପଞ୍ଚାୟତରେ ୧ କୋଟି ଦୁର୍ନୀତି ଅଭିଯୋଗ

ଆଳି,୫ା୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଜୁଆଣିଆ ପଞ୍ଚାୟତରେ ବିକାଶ ନାମରେ ଆସୁଥିବା ଅର୍ଥ ତୋସରପାତ ହୋଇଥିବା ନେଇ ଅଭିଯୋଗ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ଜୁଆଣିଆ ପଞ୍ଚାୟତର ସଚେତନ ନାଗରିକଙ୍କ ପକ୍ଷରୁ ହଦୁଆ ଗଁାରେ ଏ ସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ଖବରଦାତା ସମ୍ମିଳନୀ କରାଯାଇଛି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ସରକାର ପଞ୍ଚାୟତର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି।
ହେଲେ ଏଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ହୋଇଛି ବୋଲି ଖବରଦାତା ସମ୍ମିଳନୀରେ ପୂର୍ବତନ ସରପଞ୍ଚ ଅଚ୍ୟୁତାନନ୍ଦ ସ୍ବାଇଁ, ପ୍ରଶାନ୍ତ ସାମଲ, ନବକିଶୋର ପଲାଇ, ଦେବଦାସ ମଲିକ, ଶୈଳେନ୍ଦ୍ର ଛାଟୋଇ ଓ ସଚେତନ ନାଗରିକମାନେ ଅଭିଯୋଗ କରିିଛନ୍ତି। ବର୍ତ୍ତମାନର ସରପଞ୍ଚ ଗତ ୫ ବର୍ଷ ମଧ୍ୟରେ ପଞ୍ଚାୟତରେ ଅଧାପନ୍ତରିଆ କାମ କରି କୋଟିଏରୁ ଊଦ୍ଧର୍‌ବ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି।
ସେମାନେ କହିଥିଲେ, ହଦୁଆ ଗ୍ରାମକୁ ଆଲୋକୀକରଣ ବାବଦରେ ୪ ଲକ୍ଷ ୪୦ହଜାର ୨୭୦ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଷ୍ଟ୍ରିଟ ଲାଇଟ ଖୁଣ୍ଟ ବଦଳରେ ବିଭାଗୀୟ ବିଦ୍ୟୁତ ଖୁଣ୍ଟରେ ଗୋଟିଏ ଲେଖାଏ ବଲ ଲଗାଯାଇ ସମ୍ପୂର୍ଣ୍ଣ ବିଲ୍‌ ହୋଇଛି। ମଝି ଜୁଆଣିଆ ତାରିଣୀ ପୋଖରୀ ଖୋଳାରେ ୧୧ ଲକ୍ଷ ୫୧ ହଜାର ୧୦୫ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି କିନ୍ତୁ ଏବେବି ତାହା ଏକ ଦଳପୂର୍ଣ୍ଣ ଜଳାଶୟ ହୋଇ ରହିଛି। ଏହାର ଚାରି ପାଖ କେବଳ ବାଉଣ୍ଡାରି ହୋଇଛି। ବର୍ଷା ଦିନେ ପୋଖରୀ ସୌନ୍ଦର୍ଯ୍ୟ ଯୋଜନାରେ ତଳ ଜୁଆଣିଆ ହନୁମାନ ପୋଖରୀ ପାଇଁ ୧୧ ଲକ୍ଷ ୪୩ ହଜାର ୩୬୭ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ତେଣୁ ବର୍ଷାଦିନେ ଯାହା କାମ ହୋଇଥିବ ତାହା ଜଳଜଳ ଦେଖାଯାଉଛି। ମଝି ଜୁଆଣିଆ ଶିବ ମନ୍ଦିର ନିକଟରେ ୧୭ ଲକ୍ଷ ୪୮ ହଜାର ୫୮୪ ଟଙ୍କାର ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। କିନ୍ତୁ ଏଠାରେ କେବଳ ବାଉଣ୍ଡାରୀ ୱାଲ ଛଡ଼ା ଆଉ କିଛି ହୋଇନାହିଁ। ଜୁଆଣିଆ ବାଳିକା ବିଦ୍ୟାଳୟ ନିକଟରେ ଏକ ପାର୍କ ନିର୍ମାଣ ହୋଇଥିବା ଦର୍ଶାଇ ୧୪ ଲକ୍ଷ ୩୬ ହଜାର ୮୬୮ ଟଙ୍କାର ବିଲ୍‌ କରାଯାଇଛି। କିନ୍ତୁ ପାର୍କରେ ଆବଶ୍ୟକ ଉପକରଣ ନାହିଁ। ହଦୁଆ ଖେଳ ପଡିଆରେ କେବଳ ମାଟି ପକାଯାଇ ୧୬ ଲକ୍ଷ ୮୯ ହଜାର ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି। ଜୁଆଣିଆ ପଞ୍ଚାୟତ ଅଫିସ୍‌ ଗୃହ ମରାମତି ବାବଦରେ ୪,୮୪,୪୮୭ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି କିନ୍ତୁ କାମ ହୋଇନାହିଁ। ପଞ୍ଚାୟତ ଶୌଚାଳୟ ପାଇଁ ୨ଲକ୍ଷ ଟଙ୍କା କାଗଜ ପତ୍ରରେ କେବଳ ରହିଛି ଆଉ ଟଙ୍କା ଉଠାଇ ନିଆ ଯାଇଛି। ଲାପଟପ୍‌ କିଣାରେ ୧,୧୯,୯୮୦ ଟଙ୍କା ଉଠାଯାଇଥିବା ଜଣାପଡିଛି କିନ୍ତୁ ଲାପଟପର ଚିହ୍ନବର୍ଣ୍ଣ ନାହିଁ। ପଞ୍ଚାୟତ କାର୍ଯ୍ୟାଳୟ ସାମ୍‌ନା ପୂଜା ମଣ୍ଡପ ତିଆରି ପାଇଁ ୧ ଲକ୍ଷ ୮୪ ହଜାର ୧୪୩ ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି କିନ୍ତୁ କାମ ହୋଇନାହିଁ। ଏପରିକି ଚାଷୀମାନଙ୍କ ନିମନ୍ତେ ନିର୍ମାଣ ହୋଇଥିବା ଜୁଆଣିଆ କ୍ରିକ ବାବଦରେ ୨ କୋଟି ୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ତାରିଣୀ ମନ୍ଦିରଠାରେ ତାକୁ ଏନକ୍ଲୋଜ କରାଯାଇ ଏମ୍‌ଜିଏନ୍‌ଆରଇଜିଏସରେ ପୋଖରୀ ଖୋଳାଯାଇ ଚାଷୀମାନଙ୍କ ସହ ବିଶ୍ୱାସଘାତକ କରାଯାଇଛି। ଏପରି ଭାବେ ସରକାରଙ୍କ ଅନୁଦାନକୁ ସଦୁପଯୋଗ ନ କରି ହରିଲୁଟ ହୋଇଥିବା ସମ୍ମିଳନୀରେ ଗଁାର କେତେଜଣ ସରପଞ୍ଚଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି। ଏ ସମ୍ପର୍କରେ ଜୁଆଣିଆ ସରପଞ୍ଚ ସ୍ବାପ୍ନାରାଣୀ ନାୟକ କହିଛନ୍ତି, କୋଭିଡ -୧୯ ଯୋଗୁ ୨ ବର୍ଷରୁ ଊର୍ଦ୍ଧ୍ୱ ହେବ ଟଙ୍କା ଆସିନାହିଁ। ପଞ୍ଚାୟତରେ ଯେତିକି କାମ ହୋଇଛି ତାହାର ୩୦ ପ୍ରତିଶତ ଟଙ୍କା ଆସିଛି। ନିର୍ବାଚନ ସମୟ ହୋଇଥିବାରୁ ବିରୋଧୀ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ। ଆଳି ବିଡିଓ ଦ୍ୱିବେନ୍ଦୁ ଦାସଙ୍କୁ ପଚାରିବାରେ ଅଭିଯୋଗ ମିଳିଛି। ବ୍ଲକର ଇଞ୍ଜିନୟର ଟିମ ପଠାଯାଇ ତଦନ୍ତ କରାଯିବ। ତଦନ୍ତ ପରେ ଯଦି ଦୁର୍ନୀତି କରାଯାଇଥିବା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରେ ୭୫୭ ପଜିଟିଭ୍‌ ଚିହ୍ନଟ: ବୌଦ୍ଧରେ ଶୂନ, ବାକି ୨୯ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ତଳେ

ଭୁବନେଶ୍ୱର,୨୦ା୧୧(ବ୍ୟୁରୋ): ଶୁକ୍ରବାର ରାଜ୍ୟର ୨୯ ଜିଲାରୁ ୭୫୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୨,୫୪୫ରେ ପହଞ୍ଚିଥିବା ରାଜ୍ୟ...

ଶ୍ରୀମନ୍ଦିରରେ ପାନ, ଗୁଟୁଖା ବ୍ୟାନ ନିୟମ ଲାଗୁ: ପ୍ରଥମ ଦିନରେ ଧରାପଡି ଜରିମାନେ ଦେଲେ ୪ଜଣ

ପୁରୀ ଅଫିସ, ୧ା୮: ଏଣିକି ପାନ, ଗୁଟୁଖା ଖାଇ କେହି ଶ୍ରୀମନ୍ଦିରକୁ କେହି ପ୍ରବେଶ କରିପାରିବେ ନାହିଁ। ସେବାୟତ ହୁଅନ୍ତୁ ଅବା ଭକ୍ତ କିମ୍ବା କର୍ମଚାରୀ...

ଲକ୍ଷଣ ନ ଥିଲେ ଘରେ ରହିପାରିବେ ସଂକ୍ରମିତ

ଭୁବନେଶ୍ୱର, ୧୨ା୫(ବ୍ୟୁରୋ): ରାଜ୍ୟରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆକ୍ରାନ୍ତଙ୍କ ମଧ୍ୟରେ ଲକ୍ଷଣ ନ ଥିବା ଜଣାପଡିଛି।...

ଜୁନ୍‌ ୩୦ ଯାଏ ଚାଲିବ ରବି ଧାନ କିଣା

ଭୁବନେଶ୍ୱର,୯।୬(ବ୍ୟୁରୋ): ବର୍ତ୍ତମାନ ରାଜ୍ୟର ୧୭ ଜିଲାରେ ରବି ଧାନ ସଂଗ୍ରହ ଚାଲିଛି। ୮ଜୁନ୍‌ ପର୍ଯ୍ୟନ୍ତ ୧୦ ଲକ୍ଷ ୯୧ ହଜାର ମେଟ୍ରିକ୍‌ ଟନ୍‌ ଧାନ କିଣା...

କରୋନା କବଳରେ ସାରା ଓଡ଼ିଶା

ଭୁବନେଶ୍ୱର,୪।୬:(ବ୍ୟୁରୋ):ମହାମାରୀ କରୋନା କବଳକୁ ଚାଲିଯାଇଛି ରାଜ୍ୟର ସମସ୍ତ ଜିଲା। ପୂର୍ବରୁ ୨୯ ଜିଲାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇସାରିଥିବାବେଳେ ଏବେ ବାକିଥିବା ରାୟଗଡ଼ା ଜିଲାରୁ କୋଭିଡ୍‌-୧୯...

ଆଜି ରାଜ୍ୟରୁ ୧୧୯୩ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ରେକର୍ଡ ସଂଖ୍ୟକ

ଭୁବନେଶ୍ୱର,୧୩ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୧୧୯୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୯୨,୩୭୫ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି ସୁରକ୍ଷା କର୍ମୀ

ହିଞ୍ଜିଳିକାଟୁ,୧୯।୮(ଡି.ଏନ.ଏ.): ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ୮୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କୋଠା, ଡାକ୍ତରଖାନାକୁ କାଟାଗୋରୀ-୨ ଉପଖଣ୍ଡ ଚିକିତ୍ସାଳୟ ମାନ୍ୟତା, ଡାକ୍ତର,ନର୍ସ ଓ କର୍ମଚାରୀଙ୍କ ସଂଖ୍ୟା...

ଭୁବନେଶ୍ୱର କୋର୍ଟରୁ ଧରାପଡ଼ିଲେ ଆଉଜଣେ ନକଲି ଜାମିନଦାର

ଭୁବନେଶ୍ୱର,୨୨।୭(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ବୁଲୁଛନ୍ତି ନକଲି ଜାମିନଦାର। ଅଭିଯୁକ୍ତଙ୍କ ଜାମିନଦାର ସାଜି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କପିଳେଶ୍ୱର ଅଞ୍ଚଳର ବାଉରୀବନ୍ଧୁ...

Advertisement
Archives

Model This Week