Posted inଫୁରସତ

୯୪ ବର୍ଷ ବୟସରେ ଆରମ୍ଭ କଲେ ବ୍ୟବସାୟ

ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ବିଭିନ୍ନ ସମୟରେ ନିଜ ଟୁଇଟରରେ ଲୋକଙ୍କୁ ପ୍ରେରଣା ଦେବା ଭଳି କାହାଣୀ ଶେୟାର କରିଥାନ୍ତି। ଏବେ ସେ ଚଣ୍ଡିଗଡ ୯୪ ବର୍ଷୀୟା ହରଭଜନ କୌରଙ୍କ କାହାଣୀ ଶେୟାର କରିଛନ୍ତି। ପରିଣତ ବୟସରେ ହରଭଜନ ଆରମ୍ଭ କରିଛନ୍ତି ନିଜର ବ୍ୟବସାୟ। ଘରେ ବସି ସେ ବେସନର ବର୍ଫି ତିଆରି କରୁଛନ୍ତି। ଚାରି ବର୍ଷ ତଳେ ସେ ଏହି କାମ ଆରମ୍ଭ କରିଥିଲେ। ନିଜେ କିଛି କାମ କରି ଅର୍ଥ ରୋଜଗାର କରିବାକୁ ଚାହୁଁଛନ୍ତି ବୋଲି ଝିଅକୁ କହିଥିଲେ। ପରେ ସେ ବେସନର ବର୍ଫି ତିଆରି କରି ବିକିବାକୁ ଲାଗିଲେ। ଆନନ୍ଦ ମହିନ୍ଦ୍ରା ଏହି ମହିଳାଙ୍କର କାହାଣୀରେ ଏତେ ପ୍ରେରିତ ହୋଇଛନ୍ତି ଯେ, ଟୁଇଟର ପେଜ୍‌ରେ ମଧ୍ୟ ଏହାର ଏକ ଭିଡିଓ ଶେୟାର କରିଛନ୍ତି। ପ୍ରଥମେ ଟୁଇଟରରେ ଏହି ଭିଡିଓକୁ ଡାକ୍ତର ମଧୁ ଟେକଚନ୍ଦାନୀ ଆନନ୍ଦ ମହିନ୍ଦ୍ରାଙ୍କୁ ଟ୍ୟାଗ୍‌ କରି ଶେୟାର କରିଥିଲେ। ଏହାସହ ତାଙ୍କୁ ଆନନ୍ଦ ମହିନ୍ଦ୍ରା ତାଙ୍କୁ ଚଳିତବର୍ଷର ଶ୍ରେଷ୍ଠ ଉଦ୍ୟୋଗକାରୀ ଆଖ୍ୟା ଦେଇଛନ୍ତି। ଟୁଇଟରରେ ଏହି ଭିଡିଓ ବହୁତ ୟୁଜର୍ସ ପସନ୍ଦ କରିଛନ୍ତି । ୩,୬୦୦ରୁ ଅଧିକ ଲୋକ ଏହାକୁ ଲାଇକ କରିଛନ୍ତି । ୬୦୦ରୁ ଅଧିକ ରିଟୁଇଟ କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri