୬ ସାହିରେ ଘଟ ପରିକ୍ରମା: ମନମୋହୁଛି ରଥ, କଳାକୁଞ୍ଜ

ବ୍ରହ୍ମପୁର ଅଫିସ, ୨୭ା୪- ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ଯାତ୍ରା ଶୁକ୍ରବାର ୨୮ ଦିନରେ ପହଞ୍ଚିଛି। ଆଉ ୩ ଦିନ ପରେ ମା’ଙ୍କ ବାହୁଡାଣୀ ପର୍ବ ଅନୁଷ୍ଠିତ ହେବ। ଅର୍ଥାତ୍‌ ମା’ ବାପଘରୁ  ନିଜସ୍ବ ମନ୍ଦିରକୁ ବାହୁଡିବେ। ତେଣୁ ମା’ଙ୍କ ଦର୍ଶନ ପାଇଁ ବାପ ଘର ଆଗରେ ନିର୍ମିତ ଅସ୍ଥାୟୀ ପୀଠରେ ଭିଡ ଜମୁଛି। ଅନ୍ୟପକ୍ଷରେ ଯାତ୍ରା ସରି ଆସୁଥିବାରୁ ମାନସିକ ଧାରୀମାନେ ବାଘ, ହନୁମାନ, ଭାଲୁ, ଭୂତ, ପୁତନା, ଛୋଡଗାଜିଆ, ଖଡଗପୁର ବାଘ ଓ ବିଭିନ୍ନ ଦେବଦେବୀ ବେଶରେ ନିଜକୁ ସଜେଇ ଲୋକଙ୍କ ମନୋରଞ୍ଜନ କରୁଛନ୍ତି। ପ୍ରତି ସାହିରେ ବାଘ ବେଶଧାରୀ ବୁଲୁଛନ୍ତି। ଗୁରୁବାର ସୁଦ୍ଧା ଯାତ୍ରା ଦାଣ୍ଡକୁ ୨୩ ରଥ ଓ ସମସ୍ତ କଳାକୁଞ୍ଜ ଯାତ୍ରାଦାଣ୍ଡକୁ ଓହ୍ଲାଇଛି।

ଏବେ ବଡବଜାର, ସାନବଜାର, ପୁରୁଣା ବ୍ରହ୍ମପୁର ଅଞ୍ଚଳର ପ୍ରତ୍ୟେକ ସାହି ଉତ୍ସବମୁଖର ହୋଇଉଠିଛି। ରଥ ଓ କଳାକୁଞ୍ଜ ସାଜସଜ୍ଜା ସାଙ୍ଗକୁ ଆକର୍ଷଣୀୟ ଆଲୋକମାଳାରେ ପ୍ରତି ସାହି ଝଲସୁଥିବା ବେଳେ ସାହିଗୁଡିକରେ ରାତିସାରା ଲୋକଙ୍କ ଭିଡ ଜମୁଛି। ମା’ଙ୍କ  ଘଟ ପରିକ୍ରମା ବେଳେ ଚାଙ୍ଗୁବାଦ୍ୟର ତାଳେ ତାଳେ ବାଘ ବେଶଧାରୀଙ୍କ ନୃତ୍ୟ ଲୋକଙ୍କୁ ଅଧିକ ଆକୃଷ୍ଟ କରୁଛି।  ସାହିବାସିନ୍ଦାଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଛକ ଜାଗାରେ ପଣା, ଭୋଗ ବଣ୍ଟନର ବ୍ୟବସ୍ଥା କରାଯାଇଛି। ଗୁରୁବାର ରାତି ସୁଦ୍ଧା ଯାତ୍ରାଦାଣ୍ଡରେ ସମସ୍ତ କଳାକୁଞ୍ଜ ଓ ରଥ ଉନ୍ମୋଚିତ ହୋଇଛି। ଶୁକ୍ରବାର ରାତିରେ ୬ ସାହିରେ ମା’ଙ୍କ ଘଟ ପରିକ୍ରମା କରିଥିଲା। ସନ୍ଧ୍ୟା ଆଳତୀ ପରେ ଅସ୍ଥାୟୀ ପୀଠରୁ ମା’ଙ୍କ ପାରମ୍ପରିକ ଘଟ ଶୋଭାଯାତ୍ରା ବାହାରିଥିଲା। ବିଭିନ୍ନ ବେଶଧାରୀଙ୍କ ଗହଣରେ ମା’ ଦେବକୀ ମୁଖ୍ୟଘଟ ଏବଂ ଡେରା ସମ୍ପ୍ରଦାୟର ସେନାପତିଙ୍କ ସ୍ତ୍ରୀମାନେ ଅନ୍ୟ ୮ ପାର୍ଶ୍ୱଘଟକୁ ମୁଣ୍ଡାଇଥିଲେ। ଅସ୍ଥାୟୀ ପୀଠରୁ ଘଟ ଶୋଭାଯାତ୍ରା ପ୍ରଥମେ ରାଜବାଟିକୁ ଯାଇଥିଲା। ସେଠାରେ ରାଜା ଆଶୋକ କୁମାର ନରେନ୍ଦ୍ର ଦେବ ମା’ଙ୍କ ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଘଟ ବିଭିନ୍ନ ସାହି ପରିକ୍ରମା କରିଥିଲା। ରାଜବାଟିରୁ କମଳାବାରି ସାହି, ଭେଙ୍କେଟେଶ୍ୱର ମନ୍ଦିର, ପାବଲ ଷ୍ଟ୍ରିଟ, ବିରକା ଷ୍ଟ୍ରିଟ, ସାନବଜାର, ହନୁମାନ ବଜାର ଆଦି ଘଟ ପରିକ୍ରମା କରିଥିଲା। ମା’ଙ୍କ ଘଟ ଦର୍ଶନ ସହ ଯାତ୍ରାର ମଜା ନେବାକୁ ପ୍ରତି ଘରକୁ ବନ୍ଧୁବାନ୍ଧବ ଆସିଛନ୍ତି। ଯାତ୍ରାସ୍ଥଳରେ ମଧ୍ୟ ପ୍ରତ୍ୟେକ ଦିନ ବିଭିନ୍ନ ବେଶଧାରୀ ଓ ନୂତନ ପର୍ଯ୍ୟଟକଙ୍କ ଭିଡ ଜମୁଛି। ଶନିବାର ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନେଇ ଯାତ୍ରା ଦାଣ୍ଡକୁ ଗାନ୍ଧିନଗର ଅଞ୍ଚଳର ୧୦୮ ହନୁମାନ ବେଶ ଓ ବିଜିପୁରର ପାରମ୍ପରିକ ବୁଦ୍ଧ ବେଶ ବାହରିବ ବୋଲି ସୂଚନା ମିଳିଛି। ସୋମବାର ରାତ୍ରରେ ମା’ ନିଜସ୍ବ ମନ୍ଦିରକୁ ବାହୁଡିବେ। ଉକ୍ତଦିନ ଶହ ଶହ ମାନସିକ ଘଟଧାରୀ ମା’ଙ୍କ ଘଟ ସହ ସାହି ପରିକ୍ରମା କରିବେ। ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପୂର୍ବରୁ ରୁଟଚାର୍ଟ ପ୍ରସ୍ତୁତ କରାଯାଇଥିବା ଯାତ୍ରା ଆୟୋଜକ ଦେଶୀବେହେରାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଶେଷ: ସ୍ଥାୟୀ ମଣ୍ଡପ ଅଭିମୁଖେ ବାହାରିଲେ ଦୁଇ ଭଉଣୀ, ପୁଣି ୩ ବର୍ଷ ପରେ…

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ)- ଦୀର୍ଘ ୨୫ ଦିନ ଧରି ଚାଲିଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ବୁଧବାର ଉଦଯାପିତ ହୋଇଯାଇଛି। ପୁଣି ୩ ବର୍ଷ ପରେ ଦେବୀଙ୍କ…

ଖେମୁଣ୍ଡି କଲେଜ ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ଚନ୍ଦ୍ରକାନ୍ତ-ରୁଦ୍ର ଯୁଗ୍ମ ଟପ୍ପର, କଳାରେ ବାଜି ମାରିଲେ…

ଦିଗପହଣ୍ଡି,୨୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଚନ୍ଦ୍ରକାନ୍ତ ବିଷୋୟୀ ଏବଂ ରୁଦ୍ର ପ୍ରସାଦ…

ଶିକାର କରିବାକୁ ଜଙ୍ଗଲରେ ବୁଲୁଥିଲେ, ମାଡ଼ି ବସିଲା ତାରସିଂ ପୋଲିସ; ବନ୍ଧୁକ ସହ…

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଡିମିରିଝୋଲି ଜଙ୍ଗଲରୁ ପୋଲିସ ମଙ୍ଗଳବାର ଜଣେ ଶିକାରୀଙ୍କୁ ଗିରଫ କରିଛି। ସେ ହେଲେ ବଡ ଡିମିରିଝୋଲିର ସନ୍ତୋଷ…

ବ୍ଲକ ସ୍ତରୀୟ ନାଟକ, ସୁବଳୟା ଖେଳ ପଡିଆରେ ଦୁଲୁକିବ କଳା ସଂସ୍କୃତିକ ମଞ୍ଚର…

ଗଞ୍ଜାମ,୨୦।୫(ବିଦ୍ୟାଧର ସାହୁ ): ୨୦୨୦ରେ ଗଠନ ହୋଇଥିବା ଗଞ୍ଜାମ କଳା ସଂସ୍କୃତିକ ମଞ୍ଚ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଛଅ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ…

ଔଷଧ ଦୋକାନ ମାଲିକଙ୍କ ଫଟୋ ବ୍ୟବହାର କରି ଏସି ଠକେଇ, ୩ ଜଣଙ୍କଠୁ ୪୭ ହଜାର ଲୁଟିନେଲେ

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ): ସରକାର ଯେତିକି ସଚେତନତା କରୁଛନ୍ତି ଦୁର୍ବୃତ୍ତମାନେ ଆଉ ଟିକେ ଆଗକୁ ଯାଇ ଠକେଇ କରୁଛନ୍ତି । ଲୋକେ ମଧ୍ଯ ବିଭିନ୍ନ ପରିସ୍ଥିତି ଏବଂ କାରଣରୁ…

ସଡ଼କ ଦୁର୍ଘଟଣାରେ ୨ ମୃତ, ମୃତକଙ୍କ ପରିବାରକୁ ଭେଟିଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୨୦ା୫ (ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ବିରିପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ହଂସପୁର ଗ୍ରାମନିବାସୀ…

ଗ୍ରାମକୁ ମଦମୁକ୍ତ ପାଇଁ ଅଣ୍ଟାଭିଡ଼ିଲେ ମହିଳା, ମଦଦୋକାନ ବନ୍ଦ ପାଇଁ ଧାରଣା ଦେଲେ ଗ୍ରାମବାସୀ

ବୁଗୁଡ଼ା,୨୦ା୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ସରକାରୀ ବିଦେଶୀ ଓ ଦେଶୀ ମଦ ଦୋକାନ ବନ୍ଦ…

ଗାଧୋଇ ଯିବାବେଳେ ଯୁବକଙ୍କୁ ପକାଇଥିଲେ କଟୁରି ଚୋଟ, ଆଜି ଜେଲ୍‌ ଗଲେ

ଦିଗପହଣ୍ଡି,୨୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ବଡ଼ସାହିର ଦୀପକ ସେଠୀଙ୍କ କଟୁରି ଚୋଟରେ ପଡ଼ୋଶୀ ଡି.ବିଜୟ(୪୫) ମଙ୍ଗଳବାର ସକାଳେ ଗୁରୁତର ହୋଇଥିଲେ। ପୂର୍ବାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri