୬୦ତମ ନନ୍ଦନକାନନ ପ୍ରତିଷ୍ଠା ଦିବସ: ୫ ଏନ୍‌କ୍ଲୋଜର ଲୋକାର୍ପଣ

ବାରଙ୍ଗ,୩୦।୧୨(ଡି.ଏନ.ଏ)- ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରବିବାର ୬୦ ପୂରି ୬୧ ବର୍ଷରେ ପଦାର୍ପଣ କରିଛି। ଏ ନେଇ ନନ୍ଦନକାନନ ତା’ର ୬୦ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ୬୦ବର୍ଷ ମଧ୍ୟରେ ବହୁ ଜୀବଜନ୍ତୁ ହରାଇଛି ସତ କିନ୍ତୁ କଳାଲୋମଯୁକ୍ତ ବାଘଛୁଆ ଜନ୍ମ କରି ଅନ୍ୟ ଚିଡିଆଖାନା ପାଇଁ ଉଦାହରଣ ସୃଷ୍ଟି କରିବାରେ ନନ୍ଦନକାନନ ସକ୍ଷମ ହୋଇପାରିଛି। ପ୍ରତିବର୍ଷ ପର୍ଯ୍ୟଟକଙ୍କ ପାଇଁ ନୂଆ ଭେଟି ଦେଉଥିବା ନନ୍ଦନକାନନ ଏଥର ପ୍ରତିଷ୍ଠା ଦିବସରେ ୫ଟି ନୂଆ ଏନକ୍ଲୋଜର ଲୋକାର୍ପଣ କରିଛି। ତାହା ହେଲା କଳାଲୋମଯୁକ୍ତ ବାଘଛୁଆ, ଧୂସର ଗଧିଆ, କାପୁଚିନ, ନାଲିହାତିଆ ତାମାରିନ ଓ ଗୁଣ୍ଡୁଚି ମାଙ୍କଡ଼।
ଏହି ଅବସରରେ ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲଙ୍କ ସଭାପତିତ୍ୱରେ ନନ୍ଦନକାନନ ପରିସରରେ ଏକ ସଭା ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଡ.ହରିଶଙ୍କର ଉପାଧାୟ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଯୋଗଦେଇଥିଲେ। ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ ସ୍ବାଗତ ଭାଷଣ ଦେବା ପରେ ଅତିଥିମାନେ ୫ଟି ଏନ୍‌କ୍ଲୋଜର ଉଦ୍‌ଘାଟନ କରିଥିଲେ। ବିଧାୟକ ରାଉତରାୟ ଅଣ୍ଡିରା ବାଘଛୁଆଦ୍ୱୟଙ୍କ ନାମ ବସୁ ଓ ସ୍ପନ୍ଦନ ରଖିବା ପରେ ମା’ ରେଣୁକା ସହ ଛୁଆଦ୍ୱୟଙ୍କୁ ୩୩ଏ ଏନକ୍ଲୋଜରରେ ଛଡାଯାଇଥିଲା। ଏହି ଅବସରରେ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନର ୧୯ଜଣ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ନୂଆକରି ପ୍ରକୃତି ଏବଂ ପ୍ରାଣୀବିଜ୍ଞାନ ଆପ୍‌, ବାର୍ଷିକ ପୁସ୍ତିକା ଓ କ୍ୟାଲେଣ୍ଡରକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ୧୦୮୭ ବର୍ଗମିଟର ପରିମିତ ଜାଗାରେ ୫୩.୮୪ ଲକ୍ଷ ଟଙ୍କାର ବ୍ୟୟବରାଦରେ ନିର୍ମିତ ଏନକ୍ଲୋଜରରେ ଏକ ମାଈ ଧୂସର ଗଧିଆକୁ ଛଡାଯାଇଥିଲା। ସେହିଭଳି ୨୦ଲକ୍ଷ ଟଙ୍କାର ବ୍ୟୟରେ ୨୮୧.୨୫ ବର୍ଗମିଟର ଜାଗାରେ ନିର୍ମିତ ୩ଟି ଏନକ୍ଲୋଜରରେ କାପୁଚିନ, ନାଲିହାତିଆ ତାମାରିନ, ଗୁଣ୍ଡୁଚିମାଙ୍କଡକୁ ରଖାଯାଇଛି। ୨୨ ଡିସେମ୍ବର ୨୦୧୮ରେ ସମ୍ରାଟ ଓ ରେଣୁକାର ଔରସରୁ ଜନ୍ମ କରିଥିବା ଦୁଇଟି କଳାଲୋମଯୁକ୍ତ ବାଘଛୁଆଙ୍କୁ ନବନିର୍ମିତ ୩୩ଏ ଏନକ୍ଲେଜରରେ ଛଡାଯାଇଥିଲା। ଏହାସହ ନନ୍ଦନକାନନରେ ସିଂହ ସଂଖ୍ୟା ବୃଦ୍ଧି ପାଇଁ ଯୋଜନା ଚାଲିଥିବାବେଳେ ସିଂହ ପ୍ରଜନନ କେନ୍ଦ୍ର ଖୋଲିବ ବୋଲି ମୁଖ୍ୟ ବନ ସଂରକ୍ଷକ ଉପାଧାୟ କହିଥିଲେ। ୧୧ଟି ପଶୁପକ୍ଷୀକୁ ନେଇ ଆରମ୍ଭ ହୋଇଥିବା ନନ୍ଦନକାନନରେ ଏବେ ୧୫୮ପ୍ରଜାତିର ୩୬୦୦ଟି ପଶୁପକ୍ଷୀ ଅଛନ୍ତି। ଚଳିତବର୍ଷ ୬୦ଟି ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଥିବାବେଳେ ୨୫୮ ଜନ୍ମ ହୋଇଛନ୍ତି। ବଂଶ ଲୋପ ପାଇଯାଉଥିବା ପଶୁପକ୍ଷୀଙ୍କୁ ଆଣିବା ପାଇଁ କମଳା ନେହେରୁ ପ୍ରାଣୀ ସଂଗ୍ରହାଳୟ, ଇନ୍ଦୋର, ରାଜସ୍ଥାନ ଆଦି ଚିଡିଆଖାନା ସହ କଥାବାର୍ତ୍ତା ଚାଲିଛି। ସେଠାରୁ ଚିତାବାଘ, ଗଣ୍ଡା, ଜେବ୍ରା ଆଦି ପଶୁପକ୍ଷୀ ଆସିବେ। ଏହାସହ ୩ ମାସରେ ଶିଶୁ ରେଳଗାଡି ଓ ୨୦୨୦ ଶେଷସୁଦ୍ଧା ରୋପଓ୍ବେ ଚାଲିବ ବୋଲି ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri