ବାଲୁକା କଳାରେ ହାତୀଙ୍କ ବାସସ୍ଥଳ ସୁରକ୍ଷା ବାର୍ତ୍ତା

ପୁରୀ ଅଫିସ,୩୦।୧୨:  ଦିନକୁ ଦିନ ବଢୁଛି କଂକ୍ରିଟ ଜଙ୍ଗଲ। ସେପଟେ ହ୍ରାସ ପାଉଛି ପ୍ରାକୃତିକ ଜଙ୍ଗଲ। ଘର ଓ କଳକାରଖାନା ପ୍ରତିଷ୍ଠା ପାଇଁ ବ୍ୟାପକ ସଂଖ୍ୟାରେ ଗଛ କଟାଯାଉଛି। ଏମିତି ଅନେକ ଜାଗାରେ ଜଙ୍ଗଲ  ଧ୍ୱଂସ ପାଉଛି । ଫଳରେ ବନ୍ୟଜନ୍ତୁଙ୍କ ବାସସ୍ଥଳୀ ସଂକୁଚିତ ହେବାରେ ଲାଗିଛି। ତେଣୁ ବନ୍ୟଜନ୍ତୁ ଏବେ ସହର ଓ ଗାଁ ମୁହାଁ। ବିଶେଷକରି ହାତୀଙ୍କ ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେଉଥିବାରୁ ସେମାନେ ଖାଦ୍ୟ, ପାନୀୟ ଅନ୍ବେଷଣରେ ଗାଁ ଗଣ୍ଡାରେ ପଶୁଛନ୍ତି। ଏଥିଯୋଗୁ ବିଭିନ୍ନ ସମୟରେ ହାତୀ-ମଣିଷ ଲଢେଇ ହେଉଛି। ହାତୀଙ୍କ ପ୍ରାକୃତିକ ବାସସ୍ଥଳୀକୁ ସୁରକ୍ଷା ଦେବା ଲାଗି ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି ଅର୍ନ୍ତଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ମେ’ ଫେୟାର ହୋଟେଲ ପଛ ପାର୍ଶ୍ୱ ବେଳାଭୂମିରେ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଚାଲିଛି ବାଲୁକା କଳା ଉତ୍ସବ। ରବିବାର ସୁଦର୍ଶନ ହାତୀଙ୍କ ବାସସ୍ଥଳୀ ସୁରକ୍ଷାର ବାର୍ତ୍ତା ଦେଇ ଏହି ବାଲୁକା କଳା ତିଆରି  କରିଛନ୍ତି। ଏହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ବେଶ୍‌ ଭିଡ଼ ହୋଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଅମାନିଆ ଇସ୍କନର ବିଦେଶରେ ଅଦିନିଆ ରଥଯାତ୍ରା, ବିରୋଧ ସତ୍ତ୍ୱେ…

ଭୁବନେଶ୍ୱର,୧୭ା୫: ପୁଣି ଅମାନିଆ ହୋଇଛି ଇସ୍କନ। ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଅଦିନିଆ ରଥଯାତ୍ରା କରିଛି। ପ୍ରବାସୀ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ପ୍ରତିବାଦକୁ ନ ମାନି…

ପ୍ଲାଟିନମ୍‌ ଉପାଦାନ ଉତ୍ତୋଳନ ସଫଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୫(ପି.ଟି./ସୁନିତ୍‌ ମିଶ୍ର): ବିଶ୍ୱ ବଜାରରେ ଲୁହାପଥର, ବକ୍ସାଇଟ୍‌, କ୍ରୋମାଇଟ୍‌ ଭଳି କଞ୍ଚାମାଲର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ପ୍ଲାଟିନମ୍‌ର ଚାହିଦା ମଧ୍ୟ ବଢ଼ିିଛି ।…

ଆଜି ଓଡ଼ିଶା ଗସ୍ତରେ ନୀତିନ୍‌ ନବୀନ

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନୀତିନ୍‌ ନବୀନ ପ୍ରଥମ ଥର ଲାଗି ୨ ଦିନିଆ ଓଡ଼ିଶା ଗସ୍ତରେ…

ଜୁନ୍‌ ୭ରେ ଓଡ଼ିଶା ସିଭିଲ ସର୍ଭିସ୍‌ ପ୍ରିଲିମ୍‌

କଟକ,୧୭।୫(କାର୍ତ୍ତିକ ସାହୁ): ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମନାରି ପରୀକ୍ଷା-୨୦୨୫ର କାର୍ଯ୍ୟସୂଚୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜୁନ୍‌ ୭…

ସୁଧୁରୁନି ତୈଳ ସ୍ଥିତି, ବଢ଼ିଲାଣି କଳାବଜାର

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଓଡ଼ିଶାରେ ଦେଖା ଦେଇଥିବା ତୈଳ ସଙ୍କଟ ସ୍ଥିତିରେ ଶନିବାର ସୁଦ୍ଧା ସୁଧାର ଆସିପାରି ନାହିଁ। ଭୁବନେଶ୍ୱରଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ…

ମହଜୁଦ ଅଛି ତେଲ, ତଥାପି ପମ୍ପ ବନ୍ଦ, ଭିଡ଼: ଭୟର ବାତାବରଣ

ଭୁବନେଶ୍ୱର,୧୬ା୫(ସୁନିତ୍‌ ମିଶ୍ର):ରାଜ୍ୟରେ ପେଟ୍ରୋଲ, ଡିଜେଲକୁ ନେଇ ଦେଖାଦେଇଥିବା ସମସ୍ୟା ସମାଧାନ ହୋଇପାରି ନାହିଁ। ରାଜ୍ୟର ପ୍ରାୟ ସବୁ ପମ୍ପରେ ଘଣ୍ଟା ଘଣ୍ଟା ଧରି ଲୋକମାନଙ୍କ ଲମ୍ବା ଧାଡ଼ି…

ଯାତ୍ରୀଙ୍କ ପକେଟ୍‌କୁ ଝଟ୍‌କା: ରାଜ୍ୟରେ ବଢ଼ିଲା ଘରୋଇ ବସ୍‌ ଭଡ଼ା, ଜାଣନ୍ତୁ କାହା ପାଇଁ କେତେ?

ଭୁବନେଶ୍ୱର,୧୫।୫: ରାଜ୍ୟରେ ଯାତ୍ରୀବାହୀ ଘରୋଇ ବସ ଭଡ଼ା ବୃଦ୍ଧି ପାଇଛି। ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବସ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।…

୧୦୦ ଟଙ୍କାରେ ତେଲ ଦେଲେ କଣ୍ଟା ଉଠୁନି: ଏମିତି କହି ବର୍ଷିଲେ ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର,୧୫।୫: ରାଜ୍ୟରେ ୧୩ଶହରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ହୋଇଗଲାଣି। ୨ ହଜାରରୁ ଅଧିକ ବସ ଅଚଳ ହେବାକୁ ବସିଲାଣି। ତେଲ ପାଇଁ ସାରା ରାଜ୍ୟରେ ହାହାକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri