୫୩ ବର୍ଷରେ ଠାକୁରଗଡ଼ ଲକ୍ଷ୍ମୀପୂଜା: ୩ ଶହରୁ ୫ ଲକ୍ଷ ଟଙ୍କା ଅଟକଳ

ବଇଣ୍ଡା,୧୨।୧୦(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମରେ ହେବାକୁ ଥିବା ଲକ୍ଷ୍ମୀପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ବହୁ ଆଡ଼ମ୍ବରରେ ଏହା ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ୧୯୬୬ରେ ଲକ୍ଷ୍ମୀ ବଜାରଠାରେ ଏହି ପୂଜା ଆରମ୍ଭ ହୋଇଥିବାବେଳେ ଚଳିତ ବର୍ଷ ୫୩ ବର୍ଷରେ ପଦାର୍ପଣ କରିଛି। ପ୍ରଥମେ ଗ୍ରାମର ବାଉରୀ ବନ୍ଧୁ ସାହୁ ପୂଜାକୁ ୩ ଶହ ଟଙ୍କାରେ ଆରମ୍ଭ କରିଥିଲେ। ଦୀର୍ଘ ୧୨ ବର୍ଷ ଧରି ବାଉରୀ ପୂଜା କରୁଥିବାବେଳେ ୧୯୭୮ରେ ଗ୍ରାମବାସୀ ଓ ଲକ୍ଷ୍ମୀ ବଜାର ବ୍ୟବସାୟୀମାନଙ୍କୁ ପୂଜା ଦାୟିତ୍ୱ ଦେଇଥିଲେ। ପରେ ଲକ୍ଷ୍ମୀ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ୫୧ ଟଙ୍କାରେ ପୂଜା ଆରମ୍ଭ କରାଯାଇ ଚଳିତ ବର୍ଷ ସାଢେ ୫ ଲକ୍ଷ ଟଙ୍କା ଅଟକଳ କରାଯାଇଛି। ପୂର୍ବରୁ ନିର୍ମାଣ ହୋଇଥିବା ପୂଜା ମଣ୍ଡପକୁ ଆକର୍ଷଣୀୟ ଭାବେ ସାଜସଜ୍ଜା କରାଯାଉଛି। କିଭଳି ଧୁମ୍‌ଧାମରେ ପୂଜା ପାଳନ କରାଯିବ ସେଥିପାଇଁ ମଧ୍ୟ କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ତାଳଚେର ଅଞ୍ଚଳର କାରିଗର ଶ୍ୟାମ ବେହେରା ମୂର୍ତ୍ତି ନିର୍ମାଣରେ ନିୟୋଜିତ ହୋଇଛନ୍ତି। କମିଟି ସଭାପତି ବିଶ୍ୱେଶ୍ୱର ରାଉତ, ଉପସଭାପତି ସନ୍ତୋଷ କୁମାର ବିଶ୍ୱାଳ, ସମ୍ପାଦକ ବିଜୟ ସାହୁ, ସହ ସମ୍ପାଦକ ଗଣେଶ୍ୱର ବାରିକ କହିଛନ୍ତି, ପୂଜା କିଭଳି ଧୁମଧାମରେ ନ ହେବ ସେଥିପାଇଁ ବଜାର କମିଟିର ସମସ୍ତ ସଦସ୍ୟ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ସପ୍ତାହେ ଧରି ଏହି ପୂଜା ହେବାକୁ ଥିବାବେଳେ ଦୈନିକ ବାଟୋଇଙ୍କୁ ଅନ୍ନପ୍ରସାଦ ବଣ୍ଟନ ବନ୍ଦୋବସ୍ତ କରାଯାଇଛି। ସେହିପରି ୭ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ସାଢେ ୫ ଲକ୍ଷ ଟଙ୍କା ଅଟକଳ କରାଯାଇଥିବାବେଳେ ସମସ୍ତ ବ୍ୟବସାୟୀଙ୍କ ଅର୍ଥଦାନରେ ପ୍ରତ୍ୟେକ ବର୍ଷ ପୂଜା ପାଳନ ହୋଇଆସୁଛି। କିଭଳି ଗାଁ ଦାଣ୍ଡ ପୂଜା ପାଇଁ ଉତ୍ସବ ମୁଖର ହେବ ସେଥିପାଇଁ ଅଧିକ ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri