୪.୭୩ ଲକ୍ଷ ପିଲା ଖାଇବେ କୃମି ନାଶକ ଔଷଧ

ଅନୁଗୋଳ ଅଫିସ, ୨୦।୭ – ଅଗଷ୍ଟ ୮ ଜାତୀୟ କୃମି ନାଶକ ଦିବସ ଅବସରରେ ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କୁ କିପରି କୃମି ନାଶକ ଔଷଧ ଖୁଆଯିବ ସେ ନେଇ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ କାର୍ଯ୍ୟକାରୀ କରିବା ଉପରେ ଜିଲାପାଳ ଗୁରୁତ୍ୱ ଦେଇଥିଲେ। ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ କୃମିନାଶକ ସିରପ ଓ ବଟିକା ପ୍ରଦାନ କରାଯାଇ ଏହି ଦିବସ ପାଳନ କରାଯିବ। ୧ରୁ ୫ ବର୍ଷ ପିଲାମାନଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଓ ୬ରୁ ୧୯ ବର୍ଷ ପିଲାମାନଙ୍କୁ ବିଦ୍ୟାଳୟରେ ଔଷଧ ଖାଇବାକୁ ଦିଆଯିବ। ଜିଲାର ସମୁଦାୟ ୪ ଲକ୍ଷ ୭୩ ହଜାର ୩୨୪ ଜଣ ଛାତ୍ରୀଛାତ୍ରଙ୍କୁ ଏହି ଔଷଧ ଖୁଆଯିବାର ଲକ୍ଷ୍ୟ ରଖାଯାଇଛି। ୧ରୁ ୨ ବର୍ଷ ପିଲାଙ୍କୁ ୫ ମି.ଲି. ଆଲବେଣ୍ଡାଜଲ ସିରପ, ୩ରୁ ୫ ବର୍ଷ ପିଲାମାନଙ୍କୁ ୧୦ ମି.ଲି. ସିରପ ଓ ୬ରୁ ୧୯ ବର୍ଷର ପିଲାମାନଙ୍କୁ ଗୋଟିଏ ଲେଖାଏ ଆଲବେଣ୍ଡାଜଲ ଟାବଲେଟ୍‌ ଖାଇବାକୁ ଦିଆଯିବ। ଏହି ବୈଠକରେ ଜିଲାପାଳ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଆନୁଷଙ୍ଗିକ ବ୍ୟବସ୍ଥା ଓ ଚାଲିଥିବା ଗୃହ ନିର୍ମାଣ ତଥା ମରାମତି କାର୍ଯ୍ୟର ସମୀକ୍ଷା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରତାପ କୁମାର ବେହେରା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଡାକ୍ତର ସୂର୍ଯ୍ୟପ୍ରତାପ ମହାମାନସିଂହ କୃମିନାଶକ ଦିବସ ପାଳନ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଡିଏମ୍‌ଓ (ମେଡିକାଲ) ଡାକ୍ତର ଲକ୍ଷ୍ମୀ ନାରାୟଣ ବିଶୋଇ, ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ) ଡାକ୍ତର ରାକେଶ କୁମାର ସାହୁ, ଡିପିଏମ୍‌ଏନ୍‌ଏଚ୍‌ଏମ୍‌ ବିଶ୍ୱ ରଞ୍ଜନ ରଥଙ୍କ ସମେତ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଜିଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ, ଜିଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ

ତାଳଚେର,୮।୬; ଅନୁଗୋଳ ଜିଲା ତାଳଚେର ବ୍ରାହ୍ମଣୀ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ୩ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ…

ବିଲକୁ ଯାଇଥିଲେ ୨ ଭାଇ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…

ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….

ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri