Posted inଭଦ୍ରକ

୪ ଶହ ବର୍ଷରେ କଲ୍ୟାଣୀନଗରୀ ଦୁର୍ଗାପୂଜା

ଧାମନଗର, ୫।୧୦ (ଡି.ଏନ.ଏ.) – ରଙ୍ଗିନ ଆଲୋକମାଳାରେ ଝଲସିଲାଣି ପୂଜା ମଣ୍ଡପ। ମଣ୍ଡପରେ ମା’ଙ୍କୁ ଆରାଧନା ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଶାରଦୀୟ ଦୁର୍ଗାପୂଜା ପାଇଁ ଭଦ୍ରକ ଜିଲା ଧାମନଗର ବ୍ଲକ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ବ୍ଲକର ସର୍ବପୁରାତନ କଲ୍ୟାଣୀ ନଗରୀ ଦୂର୍ଗାପୂଜା ୪ ଶହ ବର୍ଷରେ ପଦାର୍ପଣ କରିଛି। ଶୁକ୍ରବାରଠାରୁ ଷଷ୍ଠୀ ଅବସରରେ ବିଲ୍ବବରଣୀ କରାଯାଇଛି। ସପ୍ତମୀରେ ନବପତ୍ରିକା ପୂଜା ସାଙ୍ଗକୁ ବିଶାଳ କଳସ ଶୋଭାଯାତ୍ରା ବାହାରି ରେବ ନଦୀର ଦେବୀଘାଟରୁ ଜଳା ଉଠାଯିବ। କଳସ ବୁଡ଼ା ପରେ ମା’ଙ୍କର ଚକ୍ଷୁଦାନ ଓ ପରେ ଗୋଟିଏ କଖାରୁ ବଳି ଦିଆଯାଇ ସାଧାରଣ କଖାରୁ ବଳି ଆରମ୍ଭ ହେବ। ବିଶୁଦ୍ଧ ପଞ୍ଜିକା ଅନୁସାରେ ପାରମ୍ପରିକ ପୂଜାପାଠ ପାଇଁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଥିବା ବେଳେ ଚଳିତବର୍ଷ ପ୍ରସିଦ୍ଧ ଝୁଣାଜଳା ପର୍ବ ପାଇଁ ସମୟ ନିର୍ଘଣ୍ଟ ହୋଇଛି।
ପୂଜା କମିଟି ସମ୍ପାଦକ ରମେଶ ଚନ୍ଦ୍ର ଦତ୍ତ ସୂଚନା ଦେଇ କହିଛନ୍ତି ଯେ, ଚଳିତବର୍ଷ ପ୍ରସିଦ୍ଧ ଝୁଣାଜଳା ପର୍ବ ମହାଷ୍ଟମୀ ତିଥି ରବିବାର ଅପରାହ୍ନ ୨ଟା ୩୧ରେ ଆରମ୍ଭ ହେବ। ୩ଟା ୧୯ ପର୍ଯ୍ୟନ୍ତ ସାର୍ବଜନୀନ ଝୁଣାଜଳା ପର୍ବ ଅନୁଷ୍ଠିତ ହେବ। ଏହି ପର୍ବରେ ପୂର୍ବରୁ ଉକ୍ତ ଗ୍ରାମର ମହିଳାମାନେ ନିର୍ଦ୍ଦିଷ୍ଟ ସମୟରେ ଉପବାସ ରହି ମଣ୍ଡପକୁ ଆସିଥାନ୍ତି। ଧାଡ଼ି ଧାଡ଼ି ହୋଇ ମହିଳାମାନେ ବସିବା ପରେ ସେମାନଙ୍କ ମୁଣ୍ଡ ଉପରେ ଏକ ମୁଚୁଳା ଦିଆଯାଇ ଝୁଣାଦାନୀକୁ ରଖାଯାଏ। ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସମ୍ମୁଖରେ ମହିଳାମାନେ ମୁଣ୍ଡ ଉପରେ ଝୁଣା ଦାନୀ କିମ୍ବା ମାଟି ପଲମ ରଖି ତା ଉପରେ ନିଅଁା ଦେଇ ଝୁଣା ପକାଇଥାନ୍ତି। ବହିରାଗତ ଭକ୍ତମାନେ ଝୁଣା ଆଣି ଝୁଣାଦାନୀରେ ପକାନ୍ତି। ଝୁଣାଜଳା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପରିବେଶ ସମ୍ପୂର୍ଣ୍ଣ ଝୁଣା ଧୂଅଁାମୟ ଦୃଶ୍ୟ ନିଆରା। ପୂର୍ବରୁ ଏଥିରେ କେବଳ ସ୍ଥାନୀୟ ମହିଳା ଭାଗ ନେଇ ଆସୁଥିବାବେଳେ ଏବେ ବାହାର ମହିଳା ଭକ୍ତଙ୍କୁ ସୁଯୋଗ ଦିଆଯାଉଛି। ସମ୍ପୂର୍ଣ୍ଣ ପାରମ୍ପରିକ ରୀତିନୀତିରେ ପୂଜା ହୋଇଥାଏ ବୋଲି ସଭାପତି ପାଣ୍ଡବ ଦତ୍ତ ପ୍ରକାଶ କରିଛନ୍ତି। ଅଷ୍ଟମୀରେ ସନ୍ଧିପୂଜା ଏବଂ ନବମୀରେ ନବମୀ ପୂଜା ସହିତ ହଜାର ହଜାର କଖାରୁ ବଳି ଦିଆଯିବ। ଦଶହରା ଦିନ କଖାରୁ ବଳି ନ ପଡ଼ି ଆଖୁ, କାକୁଡ଼ି ଏବଂ ଜହ୍ନି ବଳି ଦିଆଯିବ। ଦଶହରା ରାତିରେ ବିସର୍ଜନ ପରେ ଏକାଦଶୀ ତିଥିରେ ଭସାଣି ପର୍ବ ରହିଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖନୀୟ ଯେ, କଲ୍ୟାଣୀନଗରୀରେ ଦୁର୍ଗାପୂଜା ଶହ ଶହ ବର୍ଷ ଧରି ସମ୍ପୂର୍ଣ୍ଣ ବଙ୍ଗୀୟ ରୀତିରେ ଅନୁଷ୍ଠିତ ହୋଇଆସୁଛି। ପ୍ରାୟ ୪ ଶହ ବର୍ଷ ତଳେ ବଙ୍ଗଳାର ବର୍ଦ୍ଧମାନ ଜିଲାରୁ କେତେକ ବଙ୍ଗୀୟ ପରିବାର ଏଠାକୁ ଆସି ବସତି ସ୍ଥାପନ କରିଥିଲେ। ଅନୁକୂଳ ପରିବେଶ ଯୋଗୁ ସେମାନେ ପାନ ବରଜ ଆରମ୍ଭ କରି ଜୀବିକା ନିର୍ବାହ କରିଆସୁଛନ୍ତି। ସେବେଠାରୁ ଉକ୍ତ ବଙ୍ଗୀୟ ପରିବାରଙ୍କ ଦ୍ୱାରା ପାର୍ବଣ ପୂଜା ଆରମ୍ଭ ହୋଇଥିଲା। ପୂର୍ବରୁ ଝାଟିମାଟି ଘରେ ପୂଜା ହୋଇଆସୁଥିଲା। ଏବେ ସ୍ଥାୟୀ ମନ୍ଦିର, ବିଶାଳ ନାଟ ମଣ୍ଡପ କରାଯାଇ ମା’ଙ୍କୁ ଆରାଧନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?