୪ ଲୋକ ସଭା ଓ ୨୮ ବିଧାନସଭା କ୍ଷେତ୍ରର ପ୍ରସ୍ତୁତି ସମୀକ୍ଷା

ସମ୍ବଲପୁର,୫ା୪ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଗସ୍ତରେ ଆସି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ କୁମାର ଧଳ ଗୁରୁବାର ସମ୍ବଲପୁର ସହିତ ସୁନ୍ଦରଗଡ଼, ବରଗଡ଼ ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ ବିଧାସନସଭା କ୍ଷେତ୍ରରେ ନିର୍ବାଚନୀ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସ୍ଥାନୀୟ ମହାନଗର ନିଗମ ନୂତନ କୋଠା ସମ୍ମିଳନୀ କକ୍ଷ (ଓସ୍ବାନ ହଲ)ରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଯୋଗଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରକ୍ଷା ବ୍ୟବସ୍ଥା, ନିର୍ବାଚନ ଆଚରଣ ବିଧି ତଥା ଭୋଟରଙ୍କ ସୁବିଧା ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏଥିସହ ଆଭାସୀ ଜରିଆରେ ସେ ଅତିରିକ୍ତ ଡିଜି ତଥା ପୋଲିସ ନୋଡାଲ ଅଧିକାରୀ ସଞ୍ଜୟ ସିଂ, ତାଳଚେର ଡିଆଇଜି ସତ୍ୟବ୍ରତ ଭୋଇ, ରାଉରକେଲା ଡିଆଇଜି ନିତି ଶେଖର ତଥା ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରିଥିଲେ। ସେ କହିଥିଲେ, ପେଡ୍‌ ଭୋଟ୍‌ ଓ ଟଙ୍କା ଚାଲାଣ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯିବ। ମୋଟ୍‌ ବୁଥ ମଧ୍ୟରୁ ୧୦ ପ୍ରତିଶତ ସମ୍ବେନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି। ଏହା ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି। ସୁରକ୍ଷା ପାଇଁ ବର୍ତ୍ତମାନଠାରୁ ପୋଲିସ ସୁରକ୍ଷା କର୍ମୀ ଓ ଏକ କମ୍ପାନୀ ସିଆର୍‌ପିଏଫ୍‌ ଯବାନଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ପୋଲିଂ ବୁଥ୍‌ରେ ଭୋଟରଙ୍କ ପାଇଁ ବିଶ୍ରାମ, ଶୁଦ୍ଧ ପାନୀୟ ଜଳ, ପ୍ରାଥମିକ ଚିକିତ୍ସାକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ବୟସ୍କ ଭୋଟର ଓ ଦିବ୍ୟାଙ୍ଗଙ୍କ ମତଦାନ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ପ୍ରାର୍ଥୀଙ୍କ ପାଇଁ ସୁବିଧା ପୋର୍ଟାଲର ବ୍ୟବସ୍ଥା ହୋଇଛି। ଏଥିରେ ସେମାନେ ଅନ୍‌ଲାଇନ ମାଧ୍ୟମରେ ନାମାଙ୍କନ ଦାଖଲ କରିପାରିବେ। ଏହାବ୍ୟତୀତ ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ସାଧାରଣ ଜନତାଙ୍କ ଲାଗି ସି-ଭିଜିଲ୍‌ ଆପ୍‌ ବ୍ୟବହାର ସହିତ ଜିଲାସ୍ତରୀୟ କଣ୍ଟ୍ରୋଲ ରୁମ ଟୋଲ ଫ୍ରି ନମ୍ବର ୧୯୫୦ରେ ଯୋଗାଯୋଗ କରି ଅଭିଯୋଗ ଦାଖଲ ବ୍ୟବସ୍ଥା ହୋଇଛି। ଅଭିଯୋଗ ମିଳିଲେ ୧୦୦ ମିନିଟରେ ନିରାକରଣ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ନିର୍ବାଚନ ମାର୍ଗଦର୍ଶିକା ପତ୍ର ପ୍ରତ୍ୟେକ ଭୋଟରଙ୍କ ପରିବାରଙ୍କ ନିକଟରେ ପହଞ୍ଚାଇବାକୁ ସେ ନିୟୋଜିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖବରଦାତା ସମ୍ମିଳନୀରେ ଉତ୍ତରାଞ୍ଚଳ ଆର୍‌ଡିସି ଶ୍ରୀକାନ୍ତ ପୃଷ୍ଟି, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରଓ୍ବାଲ ଓ ଅତିରିକ୍ତ ନିର୍ବାଚନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ!

ଭୁବନେଶ୍ୱର,୨।୫: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ। ଭାଜପାର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ବଦଳି ନିର୍ଦ୍ଦେଶ...

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ବିଜେଡିକୁ ଭୋଟ ଦେବାକୁ ମିଶନ ଶକ୍ତି ମହିଳାଙ୍କୁ ଧମକାଉଛନ୍ତି ପାଣ୍ତିଆନଙ୍କ ସ୍ତ୍ରୀ ସୁଜାତା: ଭାଜପା

ଭୁବନେଶ୍ୱର,୨।୫: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ଦେଲା ଭାଜପା। ସରକାରୀ ଅଧିକାରୀ ହୋଇ ବିଜେଡି ଏଜେଣ୍ଟ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ଟିକେଟ୍‌ ନ ମିଳିବାରୁ ବିଜେଡିରୁ ଇସ୍ତଫା ଦେଲେ ସନ୍ତୋଷ ଖଟୁଆ

ଭୁବନେଶ୍ୱର,୨।୫: ଆଜି ବିଜେଡି ନୀଳଗିରି ବିଧାୟକ ପାର୍ଥୀ ଘୋଷଣା କରିଛି। ହେଲେ ନୀଳଗିରି ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା ବାଲେଶ୍ୱର ଜିଲା ବିଜେଡି ଉପ-ସଭାପତି ସନ୍ତୋଷ...

ବଢୁଛି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri