Posted inଖେଳ

୪,୦୦୦ ବଞ୍ଚିତଙ୍କୁ ସଚିନ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି

ନୂଆଦିଲ୍ଲୀ,୯।୫(ପି.ଟି.): କୋଭିଡ-୧୯ ମହମାରୀର ଆତଙ୍କ ଜାରି ରହିଥିବା ବେଳେ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ପୁଣି ଥରେ ସହାୟତାର ହାତ ବଢାଇଛନ୍ତି। ସେ ୪,୦୦୦ ବଞ୍ଚିତ ତଥା ଶୋଷିତ ବ୍ୟକ୍ତିଙ୍କୁ ଆର୍ଥତ୍କ ଭାବେ ସହାୟତା ପ୍ରଦାନ କରୁଛନ୍ତି। ଏମାନଙ୍କ ମଧ୍ୟରେ ବ୍ରିହାନମୁମ୍ବାଇ ମ୍ୟୁନିସ୍‌ପାଲ କର୍ପୋରେଶନ (ବିଏମ୍‌ସି) ସ୍କୁଲର ଛାତ୍ରୀଛତ୍ର ମାନେ ସାମିଲ ରହିଛନ୍ତି। ତେବେ ସେ କେତେ ପରିମାଣରେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ସେ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ।
ସଚିନ ‘ଏଚ୍‌ଆଇ୫ ଫାଉଣ୍ଡେଶନ’ ଏହି ଅର୍ଥ ପ୍ରଦାନ କରିଛନ୍ତି। ମୁମ୍ବାଇରେ ଏହା ଏକ ନନ୍‌ ପ୍ରଫିଟ୍‌ ଅର୍ଗାନାଇଜେଶନ ଭାବେ ଜଣାଶୁଣା। ଏଚ୍‌ଆଇ୫ ଫାଉଣ୍ଡେଶନ ଟିମ୍‌କୁ ସଚିନ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି। ଦିନ ମଜୁରିଆ ଓ ବଞ୍ଚିତ ଲୋକମାନଙ୍କୁ ସହାୟତା ପାଇଁ ପ୍ରୟାସ ଜାରି ରଖିଥିବାରୁ ସେ ଏହି ଫାଉଣ୍ଡେଶନକୁ ଧନ୍ୟବାଦ୍‌ ଜଣାଇଛନ୍ତି। ସଚିନଙ୍କୁ ମଧ୍ୟ ଉକ୍ତଫାଉଣ୍ଡେଶନ ଏହି ବହୁମୂଲ୍ୟ ସହାୟତା ପାଇଁ କୃତଜ୍ଞତା ଜଣାଇଛି।
ଉଲ୍ଲେଖଥାଉ କି, ପୂର୍ବରୁ ସଚିନ କରୋନା ଭାଇରସ୍‌ ବିରୋଧରେ ଚାଲିଥିବା ଲଢେଇ ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପଣ୍ଡକୁ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଲେଖାଏ ଦାନ କରିଛନ୍ତି। ପୂର୍ବରୁ ମଧ୍ୟ ସେ ମୁମ୍ବାଇର କେତେକ ଅଞ୍ଚଳରେ ଗୋଟିଏ ମାସ ପାଇଁ ୫,୦୦୦ ଲୋକଙ୍କୁ ଖାଦ୍ୟ ଦେବା ପାଇଁ ଖର୍ଚ୍ଚ ବହନ କରିଥିଲେ। ସଚିନଙ୍କୁ ବାଦ୍‌ ଦେଲେ ଅନ୍ୟ କ୍ରିକେଟରମାନେ ମଧ୍ୟ କୋଭିଡ-୧୯ ଲଢେଇରେ ସାମିଲ ହୋଇ ସହାୟତାର ହାତ ବଢାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆତ୍ମନିର୍ଭର ଭାରତ ଗଠନରେ ଛାତ୍ରୀଛାତ୍ରଙ୍କ ଭୂମିକା’

ଦିଗପହଣ୍ଡି,୩୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଖେମୁଣ୍ଡି କଲେଜରେ ଶୁକ୍ରବାର ‘ନବସୃଜନ ଓ ନବଉଦ୍ୟମ ପ୍ରତିଯୋଗିତା ୨୦୨୬’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ…

ହାଣ୍ଡିଶାଳକୁ ମହଙ୍ଗା ମାଡ଼: ବର୍ଷା ଋତୁରେ ଆକାଶଛୁଆଁ ପନିପରିବା ଦର

ଲାଞ୍ଜିଗଡ, ୩୧/୭ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ ଶିଳ୍ପାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ବର୍ଷା ଋତୁରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ…

୨୭୪ ଛାତ୍ରୀଛାତ୍ରଙ୍କ ଲାଗି ୩ ଶିକ୍ଷକ, ଅନ୍ଧାରରେ ଭବିଷ୍ୟତ

ଖଜୁରିପଡ଼ା, ୩୧ା୭ (ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଦୂତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ଼ରି ସରକାରୀ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦେଖା ଦେଇଛି। ରାଜ୍ୟ…

Assam Floods: ବନ୍ୟାର ତାଣ୍ଡବ: ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି

ଗୁଆହାଟି,୩୧।୭: ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି, ଯେତେବେଳେ ଆଠଟି ଜିଲ୍ଲାର ୨.୧୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି; ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।…

ପାକିସ୍ତାନରେ ମାତିଲେ ‘କକ୍ରୋଚ ପାର୍ଟି’, ଗୃହମନ୍ତ୍ରୀଙ୍କୁ ଘାରିଲା ବିଦ୍ରୋହର ଭୟ, କହିଲେ…

ଇସଲାମାବାଦ,୩୧।୭: ଭାରତରେ ହୋଇଥିବା CJP ପ୍ରତିବାଦ ପରେ ବର୍ତ୍ତମାନ ପାକିସ୍ତାନରେ ମଧ୍ୟ ‘କକ୍ରୋଚ ପାର୍ଟି’ ଗଠନ କରାଯାଇଛି। ଏହାକୁ ନିକଟରେ ଲଞ୍ଚ କରାଯାଇଛି। ଏହାର ଇନଷ୍ଟାଗ୍ରାମ ପେଜ୍‌ରେ…

ପାରମ୍ପରିକ ବ୍ରହ୍ମପୁର ପାଟବସ୍ତ୍ର ପ୍ରଦର୍ଶନ ଉତ୍ସବର ସ୍ମରଣିକା ‘ଲାବଣ୍ୟ’ ଉନ୍ମୋଚିତ

ଛତ୍ରପୁର, ୩୧।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଜ୍ୟରେ ପ୍ରଥମ ଥର ପାଇଁ ବ୍ରହ୍ମପୁର ପାଟବୁଣାକାରଙ୍କୁ ସମର୍ପିତ ତଥା ପାରମ୍ପରିକ ପାଟବସ୍ତ୍ରରେ ନିର୍ମିତ ବିଭିନ୍ନ ପୋଷାକର ପ୍ରଦର୍ଶନୀ ଉତ୍ସବ…

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲାର ରାୟ ପ୍ରକାଶ, ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୩୧।୭: ଫେବୃଆରୀ ୨୦୨୦ରେ ଦିଲ୍ଲୀ ଦଙ୍ଗା ସମୟରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ପାଇଁ କରକାରଡୁମା କୋର୍ଟ ପୂର୍ବତନ ଏଏପି କାଉନସିଲର ତାହିର ହୁସେନଙ୍କ ସମେତ…

Flood Wedding: କନ୍ୟା ଘରକୁ ଡଙ୍ଗାରେ ଗଲେ ବର, ଭିଡିଓ ଭାଇରାଲ

ଯାଜପୁର,୩୧।୭: ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବ ଯାଜପୁର ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ଜିଲାର ବଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri