Posted inରାଜ୍ୟ

୩୮ଜଣଙ୍କୁ ମିଳିଲା ପୋଲିସ ପଦକ

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ, ଅଗ୍ନିଶମ ଓ କାରାଗାର ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଛି। ସ୍ଥାନୀୟ ଜୟଦେବ ଭବନରେ ଗୁରୁବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦକ ପ୍ରଦାନ କରିଛନ୍ତି। ଉଲ୍ଲେଖନୀୟ ସେବା ପାଇଁ ୩୯ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ପଦକ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ୨୬ଜଣଙ୍କୁ ସାହସିକତା ମେଡାଲ, ବିଶିଷ୍ଟ ସେବା ପାଇଁ ୨ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଓ ୧୦ଜଣଙ୍କୁ ମେରିଟୋରିୟସ୍‌ ସେବା ପଦକ ମିଳିଛି।
ସାହସିକତା ପାଇଁ ରାଉରକେଲା ପୋଲିସ ଜିଲାର ଏଏସ୍‌ଆଇ ସୁନିଲ କୁମାର ନନ୍ଦ, ହାବିଲଦାର କମଳେନ୍ଦୁ ଷଡଙ୍ଗୀ, କନ୍‌ଷ୍ଟେବଳ ମଦନ କିଷାନ, କନ୍‌ଷ୍ଟେବଳ ଆଥନାସିୟାସ ଜୋଜୋ, କନ୍‌ଷ୍ଟେବଳ ମୁକେଶ କୁମାର ବ୍ରହ୍ମା, କଟକ ଷଷ୍ଠ ବାଟାଲିୟନର ସୁବେଦାର ବିଦ୍ୟାଧର ସେଠୀ, ଭୁବନେଶ୍ୱର ଏସ୍‌ଓଜି କମାଣ୍ଡୋ ବିଶାଲ ବୋମ୍‌ଜାନ୍‌, ଏସ୍‌ଓଜି କମାଣ୍ଡୋ ରାଜେନ୍ଦ୍ର ମଲ୍ଲ, ଏସ୍‌ଓଜି କମାଣ୍ଡୋ ଦୀପକ ସିଂ କନଓ୍ବର, ଏସ୍‌ଓଜି ହାବିଲଦାର ଧ୍ରୁବ ବାହାଦୂର ବାସ୍‌ନେଟ, ଏସ୍‌ଓଜି ହାବିଲଦାର ରାକେଶ ବିଶ୍ୱକର୍ମା, ଏସ୍‌ଓଜି କନ୍‌ଷ୍ଟେବଳ କାହ୍ମୁଚରଣ ମାଝି, ଏସ୍‌ଓଜି ସୁବେଦାର ରବିନ୍ଦ୍ର ଶବର, ଏସ୍‌ଓଜି ସୁବେଦାର ଅଶୋକ କୁମାର ରଥ, ଏସ୍‌ଓଜି ହାବିଲଦାର ଆଲୋକ କୁମାର ସେଠୀ, ଏସ୍‌ଓଜି କମାଣ୍ଡୋ ଧନଞ୍ଜୟ ବରାଡ, ଏସ୍‌ଓଜି କମାଣ୍ଡୋ କୃଷ୍ଣଚନ୍ଦ୍ର ପିଙ୍ଗ, ଭୁବନେଶ୍ୱର ଏସ୍‌ଓଜି କମାଣ୍ଡୋ ସନ୍ତୋଷ କୁମାର ଧାନ୍‌।
କୋରାପୁଟର ଅତିରିକ୍ତ ଏସ୍‌ପି ନିରଞ୍ଜନ ସାହୁ, ହାବିଲଦାର କେଶବ ସୀସା, ହାବିଲଦାର ଜିତେନ୍ଦ୍ର କୁମାର ଦାସ, କନ୍‌ଷ୍ଟେବଳ ସିନିୟା ଶେଖର ବେପାରି, କୋରାପୁଟର କନ୍‌ଷ୍ଟେବଳ ଉଦ୍ଧବ ଚାଲାଣ, କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ, କନ୍‌ଷ୍ଟେବଳ ମଧୁସୂଦନ ମଲ୍ଲିକ, କନ୍ଧମାଳ ଓଏପିଏଫ୍‌ ଜଗନ୍ନାଥ କହଁର।
ରାଷ୍ଟ୍ରପତି ପୋଲିସ ପଦକ ପାଇଥିବା ଦୁଇ ପୋଲିସ ଅଫିସର ହେଲେ ଭୁବନେଶ୍ୱର ଏସ୍‌ଆଇଡବ୍ଲ୍ୟୁର ଡିଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ଏବଂ ଏସିପି ଅସୀମ କୁମାର ପଣ୍ଡା। ସେହିଭଳି ୧୦ଜଣ ମେରିଟାରିୟସ୍‌ ସେବା ପଦକ ପାଇଛନ୍ତି। ସେମାନେ ହେଲେ ଢେଙ୍କାନାଳ ଓଏସ୍‌ଏପି ପ୍ରଥମ ବାଟାଲିୟନ କମାଣ୍ଡାଣ୍ଟ ନବକିଶୋର ଦାସ, ଭୁବନେଶ୍ୱର ଏସ୍‌ଓଜି କମାଣ୍ଡାଣ୍ଟ ଅଜୟ କୁମାର ପାଢୀ, ଭୁବନେଶ୍ୱର ଏସ୍‌ଆଇଡବ୍ଲ୍ୟୁ ଡିଏସ୍‌ପି ଅଶୋକ କୁମାର ଦେଓ, ଭୁବନେଶ୍ୱର ଏସିପି(ସିକ୍ୟୁରିଟି)ଏସ୍‌.ଏସ୍‌ ବି.ଏନ୍‌. ପ୍ରଫୁଲ୍ଲ କୁମାର ସିଂ, କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟର ଭାରପ୍ରାପ୍ତ ଡିଏସ୍‌ପି ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀ, ଭୁବନେଶ୍ୱର ଇଓଡବ୍ଲ୍ୟୁ ଏବଂ ସିଆଇଡି ସିବିର ଭାରପ୍ରାପ୍ତ ଡିଏସ୍‌ପି ସ୍ନିଗ୍ଧା ଭଞ୍ଜ, ଭୁବନେଶ୍ୱର ଏସ୍‌ଆଇଡବ୍ଲ୍ୟୁର ଏସ୍‌ଆଇ ବ୍ରହ୍ମାନନ୍ଦ ପଣ୍ଡା, ସମ୍ବଲପୁର ଜିଲାର ଏଏସ୍‌ଆଇ କୈଳାସ ଚନ୍ଦ୍ର ପ୍ରଧାନ, ଝାରସୁଗୁଡ଼ାର ହାବିଲଦାର ଆଲେକଜାଣ୍ଡାର କୁଜୁର, ବ୍ରହ୍ମପୁର ଭିଜିଲାନ୍ସ କନଷ୍ଟେବଳ ବିପ୍ରଚରଣ ଗୌଡ଼। ଖୋର୍ଦ୍ଧା ସଦର ଥାନା ଇନ୍ସପେକ୍ଟର ବିକ୍ରମ କେଶରୀ ଜେନାଙ୍କୁ ପୋଲିସ ପଦକ ମିଳିବାର ଥିଲା। ତେବେ ଚୋରା ଖଣି କାରବାର କେସ୍‌ରେ ଏସ୍‌ଟିଏଫ୍‌ ତାଙ୍କୁ ସମନ କରିଥିବାରୁ ପୋଲିସ ପଦକ ଦିଆଯାଇନାହିଁ। ଏହି ଅବସରରେ ପୋଲିସ ପଦକ ପାଇଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଆହୁରି ଭଲ କାମ କରିବା ସହ ଲୋକଙ୍କ ନିକଟତର ହେବାକୁ ଆହ୍ବାନ ଦେଇଛନ୍ତି। ଜନସାଧାରଣଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଏହାର ସମାଧାନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri