୩୪୦ ଗଞ୍ଜେଇ ଗଛ ନଷ୍ଟ କରାଗଲା

ଅନୁଗୋଳ ଅଫିସ, ୨୩।୧୧ – ଅନୁଗୋଳ ଜିଲା ଜରପଡ଼ା ଥାନା କଞ୍ଜରା ଗ୍ରାମରେ ଶୁକ୍ରବାର ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଅବକାରୀ ବିଭାଗ, ପୋଲିସ ଓ ବନ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ଜଙ୍ଗଲରେ ଚାଷ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ଏକ ଜଙ୍ଗଲିଆ ଅଞ୍ଚଳରେ ପାଖାପାଖି ୩୪୦ଟି ଗଞ୍ଜେଇ ଗଛ ୨୦ ଡିସିମିଲ ଜାଗାରେ ଥିବା ନେଇ ଅବକାରୀ ବିଭାଗ ସୂଚନା ପାଇଥିଲା। ଅବକାରୀ ଏସ୍‌ପି ସୁରେଶ ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶକ୍ରମେ ଅନୁଗୋଳ ଅବକାରୀ ଡିଏସ୍‌ପି କ୍ରିଷ୍ଣା ନାୟକ, ଅବକାରୀ ଇନ୍ସପେକ୍ଟର କରୁଣା ଶଙ୍କର ତିୱାରି, ଦିଲୀପ କୁମାର ବେହେରା, ଅରବିନ୍ଦ ରାଉତରାୟ ପ୍ରମୁଖଙ୍କ ସହ ଜରପଡ଼ା ଥାନା ଏସ୍‌ଆଇ ପ୍ରଶାନ୍ତ କୁମାର ପ୍ରଧାନ, ଜରପଡ଼ା ଫରେଷ୍ଟର ଗଗନ ବିହାରୀ ମହାପାତ୍ର ଓ ଅବକାରୀ ବିଭାଗର କର୍ମଚାରୀମାନେ ଚଢ଼ାଉ କରିଥିଲେ। ଗଛ ଗୁଡ଼ିକୁ କଟାଯିବା ପରେ ଜଙ୍ଗଲରେ ନିଅଁା ଲଗାଇ ପୋଡ଼ି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri