Posted inଭଦ୍ରକ

୩୨ କେଜିର ପ୍ରାଚୀନ ମୁଦ୍ରା : ରାଜ୍ୟ ସଂଗ୍ରହାଳୟକୁ ହସ୍ତାନ୍ତର କରାଗଲା

ଭଦ୍ରକ ଅଫିସ,୮।୮-ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ୧୯୯୩ ମସିହାରେ ମିଳିଥିବା ଏକ ୩୨ କେଜିର ପ୍ରାଚୀନ ମୁଦ୍ରାକୁ ବୁଧବାର ରାଜ୍ୟ ସଂଗ୍ରହାଳୟକୁ ପଠାଯାଇଛି। ଏହି ମୁଦ୍ରାଟି ଦୋଳସାହିସ୍ଥିତ ରାମନାରାୟଣ ହାଇସ୍କୁଲ ପାଚେରି ନିର୍ମାଣ ପାଇଁ ଖନନ ସମୟରେ ମିଳିଥିଲା। ତତ୍କାଳୀନ ଜିଲାପାଳ ସୁରେନ୍ଦ୍ର ଚନ୍ଦ୍ର ମହାପାତ୍ର ଓ ଉପଜିଲାପାଳ ଗଙ୍ଗାଧର ସିଂ ଉକ୍ତ ମୁଦ୍ରାକୁ ଆଣି ଜିଲା କୋଷାଗାର(ଟ୍ରେଜେରି)ରେ ରଖିଥିଲେ। କିଛିଦିନ ପୂର୍ବେ ହାଇକୋର୍ଟ ଯେଉଁ ସ୍ଥାନରେ ପ୍ରାଚୀନ ମୁଦ୍ରା ରହିଛି ରାଜ୍ୟ ସଂଗ୍ରହାଳୟକୁ ହସ୍ତାନ୍ତର କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ନିର୍ଦ୍ଦେଶ କ୍ରମେ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଜିଲାପାଳଙ୍କୁ ଚିଠି କରିଥିଲେ। ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ନିର୍ଦ୍ଦେଶକ ବିଜୟ କୁମାର ନାୟକ ବୁଧବାର ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଉକ୍ତ ପ୍ରାଚୀନ ମୁଦ୍ରାକୁ ପ୍ରଶାସନ ନିକଟରୁ ଗ୍ରହଣ କରିଥିଲେ। ନିର୍ଦ୍ଦେଶକ ନାୟକ ଏହି ମୁଦ୍ରା ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ବୋଲି ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ କହିଥିଲେ। ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ଉପସ୍ଥିତିରେ ଉପଜିଲାପାଳ ପୀତାମ୍ବର ସାମଲ ସଂଗ୍ରହାଳୟରେ ରଖାଯିବା ପାଇଁ ଅଧୀକ୍ଷକ ରଥଙ୍କୁ ମୁଦ୍ରାଟିକୁ ହସ୍ତାନ୍ତର କରିଥିଲେ। ଏହି ଅବସରରେ ଜିଲାସ୍ତରୀୟ ବହୁ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri