୩୦ ୟୁନିଟ୍‌ ରକ୍ତ ସଂଗୃହୀତ

କେନ୍ଦୁଝର, ୨୦ା୪(ଡି.ଏନ୍‌.ଏ.)-ଲକ୍‌ଡାଉନ୍‌ ସମୟରେ ବ୍ଲଡ ବ୍ୟାଙ୍କରେ ରକ୍ତ ଅଭାବ ସମୟରେ ବିଜେଡି ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଦୈନନ୍ଦିନ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ କରାଯାଇ ରକ୍ତ ସଂଗ୍ରହ କରାଯାଉଛି। ଏହିକ୍ରମରେ ସୋମବାର ଜିଲା ମୁଖ୍ୟାଳୟର ରୋଟାରୀ ଭବନ ପରିସରରେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ୩୦ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟ ବିଜେଡି ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, ଜିଲା ଯୁବ ବିଜେଡି ସଭାପତି ସୌମ୍ୟଶଙ୍କର ଚକ୍ର, ନଗର ବିଜେଡି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ପୂର୍ବତନ ନଗରପାଳ ମୀନା ମାଝୀ, ଦେବୁ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ। ଏହି ରକ୍ତଦାନ ଶିବିରରେ ନିତ୍ୟାନନ୍ଦ ସାହୁ ଏବଂ ତାଙ୍କ ଝିଅ ପ୍ରିୟଦର୍ଶିନୀ ସାହୁ ଉଭୟ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ରକ୍ତ ଭଣ୍ଡାରରେ ଦୈନିକ ୩୦ ୟୁନିଟ୍‌ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୈନନ୍ଦିନ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର ପ୍ରକାଶ କରିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ରକ୍ତ ସଂଗ୍ରହ ଯଥେଷ୍ଟ କମି ଯାଉଥିବାରୁ ଏହି ସମୟରେ ଅଧିକରୁ ଅଧିକ କ୍ୟାମ୍ପ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

ସହଜରେ ଦୂର ହେବ ଅବସାଦ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ…

ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କେନ୍ଦ୍ରାପଡ଼ା,୧୮।୫(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଚାନ୍ଦୋଳ ବଜାରରେ ଥିବା ଏକ ବ୍ୟବସାୟିକ କମ୍ପେ୍‌କ୍ସ ନିକଟରେ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି…

ସୁଧୀର ମେମୋରିଆଲ ସର୍ବଭାରତୀୟ ଫୁଟବଲ୍ ଟୁର୍ଣାମେଣ୍ଟ: ଫୁଲବାଣୀର ସୂରଜ ଏକାଦଶ ଚାମ୍ପିଆନ

ବରଗଡ଼,୧୮।୫ (ପ୍ରେମାନନ୍ଦ ଖମାରୀ): ବରଗଡ ୟୁନାଇଟେଡ୍ ସ୍ପୋର୍ଟସ୍ କ୍ଲବ୍, ବରଗଡ଼ ଆନୁକୂଲ୍ୟରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଆୟୋଜିତ ପ୍ରଥମ ସୁଧୀର ମେମୋରିଆଲ ଫ୍ଲଡ୍‌ଲାଇଟ୍ ନାଇଟ୍…

ଭିଜିଲାନ୍ସ ଜାଲରେ ମହାକାଳପଡ଼ା ଯୁଗରୁପା ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ, ଲାଞ୍ଚ ନେଇଥିବା ବେଳେ ଧରାପଡିଲେ

ମହାକାଳପଡ଼ା,୧୮।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ସ୍ଥାନୀୟ ଚଡେଇ ଗୁଆଁ ସ୍ଥିତ ଯୁଗରୁପା ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ରଘୁନାଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri