୩ଟା କୁଠିରେ ୮ଟା ଶ୍ରେଣୀର ୧୩୮ ଛାତ୍ରୀଛାତ୍ର

ଗୁଡ଼ଭେଲିପଦର, ୯ା୧୨(ଡି.ଏନ୍‌.ଏ.)- କଣ୍ଟାମାଳ ବ୍ଲକ ବିଲାସପୁର ପଁଚେତ୍‌ ସଦର ଗଁାରେ ଥିବାର ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ନାନା ସମସିଆରେ ଛଁଦି ହେଇ ରହିଛେ। ଇ ବାବ୍‌ଦେ ଶନିବାର ସ୍କୁଲ ପରିଚାଲନା କମିଟିର ସଦସିଅମାନେ ଜିଲାପାଲକଁୁ ଭେଟି ଗୁଟେ ଦାବିପତର ଦେବାର ସଂଗେ ସମସିଆର ସମାଧାନ ଲାଗି ଗୁହାରି କରିଛନ୍‌।
ସୂଚନା ଅନ୍‌ସାରେ ୬୫ ବଛର ପୁରନା ଇ ସ୍କୁଲରେ ଏହେଦେ ୧ମରୁ ୮ମ ଶ୍ରେଣୀ ତକ୍‌ ଛାତ୍ରୀଛାତ୍ର ପାଠ୍‌ପଢ଼ବାର ବେବସ୍‌ତା ରହିଛେ। ସେନ୍‌ତା ୮ଟା ଶ୍ରେଣୀରେ ଏହେଦେ ୧୩୮ ଛାତ୍ରୀଛାତ୍ର ପାଠ୍‌ପଢ଼ୁଛନ୍‌। ଆଗରୁ ସ୍କୁଲଟା ୨ ଡେସିମିଲ ଜାଗାରେ ରହିଥିଲା। ଜାଗାଠାନ୍‌ ଅଭାବୁ ଅନେକ ସମିଆରେ ସ୍କୁଲର ଉନ୍‌ନତିକରନ ଲାଗି ଆସୁଥିବାର ସରକାରୀ ଅନୁଦାନ ଫିରିଯାଉଥିଲା। ୨୦୧୭ ସାଲେ ସ୍କୁଲର ସେବେଲର ଚେୟାରମେନ ପ୍ରତ୍ୟୁଷ ସାହୁ ଆର ସୁବେଦାର ଲଲିତ ସାହୁକଁର ଉଦିଅମ୍‌ରେ ଜବରଦଖଲ ସରକାରୀ ଜମିକେ ବିଲାସପୁରବାସୀ ଉଛେଦ କରି ସେଠାନେ ସ୍କୁଲର ନୂତନ କୁଠା ତିଆର କରିଥିଲେ। ହେଲେ ଅଲପ ଅନୁଦାନ ଲାଗି ୩ଟା କୁଠି ତିଆର ହେଇଥିଲାବେଲେ କୁଠାର ଶେଷ୍‌ ବିଲ ଆଏଜ୍‌ଯାଏ ନାଇଁ ମିଲିଥିବାର ସ୍କୁଲ କମିଟି ତରଫୁ ଜନାଯାଇଛେ। ଇଆଡ଼େ ସ୍କୁଲରେ ରଁଧାଘର ଆଭାବୁ ରଁାଧେନ୍‌ ଆର ଛାତ୍ରୀଛାତ୍ର ନାନା ସମସିଆର ସାମ୍‌ନା କରୁଛନ୍‌। ସେନ୍‌ତା ଛାତ୍ରୀଛାତ୍ରକଁର ପିଇଲା ପାଏନ୍‌ ସୁବିଧା ଲାଗି ଗୁଟେ ନଲ୍‌ଚୁଅଁା କୁଡ଼ାଯାଇଥିଲେ ବି ପାଏନ୍‌ ନାଇଁ ବାହାରଲା। ସ୍କୁଲଟା ଗଁାନୁ ୩ଶହ ମିଟର ଦୂରେ ଥିଲାବେଲେ ସ୍କୁଲକେ ଯିବାର ଲାଗି ଭଲ ରାସ୍‌ତାଟେ ନଁାଇଁନ। ଇଆଡ଼େ ୮ଟା ଶ୍ରେଣୀର ୧୩୮ ଛାତ୍ରୀଛାତ୍ର ୩ଟା କୁଠିଥି ବସି ପାଠ୍‌ ପଢ଼ବାର ସୁବିଧା ନାଇଁ ହେବାର। ଏନ୍‌ତାଥି ଛୁଆକର ପାଠ୍‌ପଢ଼ାରେ ଖେଲ୍‌ଢ଼େପ ହେଉଛେ ବଲି ଅଭିଭାବ ଆର ସ୍କୁଲ ପରିଚାଲନା କମିଟି ଅଭିଯୋଗ କରିଛନ୍‌। ସେଥିରଲାଗି ଗଲା ଶନିବାର ସ୍କୁଲ ପରିଚାଲନା କମିଟିର ଅଧ୍ୟକ୍ଷ ବନମାଳି ପାତ୍ରକଁର ମଂଗୁଆଲତିରେ ସଦସିଅମନେ ବୌଦ୍ଧ ଜିଲାପାଳ ଅର ଜିଲା ପ୍ରକଳ୍ପ ସଂଯୋଜକକୁଁ ଭେଟି ଗୁଟେ ଦାବି ପତର ଦେଇଛନ୍‌। ସେମାନେ ଦାବିପତରରେ ସ୍କୁଲ ଲାଗି ଆର ଦୁଇ ବଖରା ଘର, ରଁଧାଘର, ନୂତନ ନଲ୍‌ଚୁଅଁା, ସ୍କୁଲକେ ରାସ୍‌ତା ତିଆରି କରବାକେ ଲେଖି କରି ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପରିବହନକୁ ନେଇ ଗୋଷ୍ଠୀ ସଂଘର୍ଷ; ମରଣାତ୍ମକ ଆକ୍ରମଣରେ ୪ରୁ ଅଧିକ ଗୁରୁତର

ସୁନ୍ଦରଗଡ଼,୪।୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିରି ଥାନା ଅନ୍ତର୍ଗତ ଗର୍ଜନବାହାଲ କୋଇଲା ଖଣିରେ ଗୁରୁବାର ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗାଡ଼ି ଧାଡ଼ିରେ…

ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର: ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ

ଲୋଇସିଂହା, ୩ା୯ (ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଉପରବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚଳିତ ବର୍ଷର ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।…

ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ:ସୁରଧାପାଲି ଜଙ୍ଗଲରୁ ୩୪ ଏକରରୁ ଊର୍ଦ୍ଧ୍ୱ ଜବରଦଖଲ ଉଚ୍ଛେଦ

ଅମରପାଲି, ୪।୯(ପୀତାମ୍ବର ସାହୁ): ସୁବର୍ନପୁର ଜିଲା ବୀରମହାରାଜପୁର ତହସିଲ ଅଧୀନ କେନଝିରିଆପାଲି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ସୁରଧାପାଲି ଜଙ୍ଗଲ ମୌଜାରେ ଦୀର୍ଘଦିନ ଧରି ହୋଇଆସୁଥିବା ଜବରଦଖଲ…

ବର୍ଷାରେ ବି ବଢୁଛି ପର୍ଯ୍ୟଟକଙ୍କ ଭିଡ଼: ଦାରିଙ୍ଗବାଡ଼ି ପର୍ଯ୍ୟଟନ ବିକାଶ ପାଇଁ ନୂଆ ପଦକ୍ଷେପ

ଦାରିଙ୍ଗବାଡ଼ି,୪।୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ଷତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ଓ ରୂପାନ୍ତରଣ ପାଇଁ…

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ପୋଲିସ, ୫୫ କେଜି…

ଦେବଗଡ,୪।୯(ଶଶାଙ୍କ ଶେଖର ଝାଙ୍କର): ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ଥାନା ପୋଲିସ । ଚଢାଉ କରାଯାଇ ଏକ ଡିଜାୟାର କାର ସହିତ ୫୫ କିଲୋଗ୍ରାମ…

ପମ୍ପ ଅପରେଟର ପାଇନାହାନ୍ତି ୬ ମାସର ପାରିଶ୍ରମିକ: ୭ରୁ କାର୍ଯ୍ୟବନ୍ଦ ଚେତାବନୀ

ଲୋଇସିଂହା, ୩ା୯: ଲୋଇସିଂହା ଏନ୍‌ଏସି ଅଧୀନ ଲୋଇସିଂହା ଓ ବୁର୍ଡା ଅଞ୍ଚଳରେ କାର୍ଯ୍ୟରତ ଏସିଏମ୍‌ ଓ ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟରମାନେ ଦୀର୍ଘ ୬ ମାସ ଧରି…

ଟ୍ୟାକ୍ସ ଟାଣୁଛି ଟୋଲପ୍ଲାଜା, ଜୀବନ ନେଉଛି ରାଜପଥ: ନୀରବଦ୍ରଷ୍ଟା ସାଜିଛି ଏନ୍‌ଏଚ୍‌ଏଆଇ

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍‌ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍‌ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି।…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri