ବ୍ରହ୍ମପୁର ଅଫିସ,୧୭ା୧- ସରକାରୀ ରେଳବାଇ ପୋଲିସ (ଜିଆରପି)ଟ୍ରେନ ଯାତ୍ରୀଙ୍କ ବ୍ୟାଗ ଲୁଟ ଘଟଣାରେ ୨ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ସଦର ଥାନା ଅନ୍ତର୍ଗତ ଲୋଚାପଡାର ଶଙ୍କର ପାତ୍ର (୨୩) ଓ ଶେରଗଡ ଥାନା ଅନ୍ତର୍ଗତ ପନ୍ନାଡ଼ ଗ୍ରାମର ବବ୍ରୁବାହନ ବେହେରା (୩୨) ବୋଲି ଜିଆରପି ଥାନାଧିକାରୀ ସୁକାନ୍ତ ଭୋଇ ସୂଚନା ଦେଇଛନ୍ତି। ସେମାନଙ୍କ ନିକଟରୁ ଲୁଟ୍ ବ୍ୟାଗ ପୋଲିସ ଜବତ କରିଛି। ବ୍ୟାଗ ଭିତରେ ଗୋଟିଏ ମୋବାଇଲ ଫୋନ ୫୬୪୧ ଟଙ୍କା ଓ କେତେକ ଡ୍ରେସ୍ ରହିଥିଲା। ଜବତ ବ୍ୟାଗ ଯାତ୍ରୀଙ୍କୁ ଜିମା ଦେଇଥିବା ପୋଲିସ କହିଛି। ମାମଲା ନମ୍ବର ୮/୨୦ରେ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଘଟଣାରୁ ପ୍ରକାଶ, କେ.ନୂଆଗଁା ଥାନା ଅନ୍ତର୍ଗତ ଦେଖାଳି ଗ୍ରାମର ସୀମାଞ୍ଚଳ ପାଇକ ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ କାମ କରନ୍ତି। ସେ ଘରକୁ ଆସିଥିବା ବେଳେ ବାଙ୍ଗାଲୋର ଯିବା ପାଇଁ ବୁଧବାର ବ୍ରହ୍ମପୁର ରେଳଷ୍ଟେଶନ ଆସିଥିଲେ। ଗୁରୁବାର ସକାଳେ ପ୍ରଶାନ୍ତି ଏକ୍ସପ୍ରେସରେ ଯିବା ପାଇଁ ସ୍ଥିର କରିଥିଲେ। ରାତିରେ ରେଳଷ୍ଟେଶନର ଯାତ୍ରୀ ବିଶ୍ରାମାଗାରରେ ଶୋଇଥିବା ବେଳେ ତାଙ୍କ ବ୍ୟାଗଟିକୁ ୨ ଜଣ ଯୁବକ ଲୁଟି ନେଇଯାଇଥିଲେ। ସୀମାଞ୍ଚଳ ପାଟି କରିଥିବା ବେଳେ ରେଳଷ୍ଟେଶନରେ ପାଟ୍ରୋଲିଂ କରୁଥିବା ଜିଆରପି ଓ ରେଳ ସୁରକ୍ଷା ବଳ ପୋଲିସ ଉଭୟ ଲୁଟେରାଙ୍କୁ କାବୁ କରି ଜିଆରପି ଥାନାରେ ରଖି ଜେରା କରିଥିଲା।
Posted inଆମ ଜିଲା ଖବର, ଗଞ୍ଜାମ View All
ହୀରାକୁଦରେ ବନ୍ଦ ହେଲା ୮ ଗେଟ୍, ୭ ଗେଟ୍ରେ ହେଉଛି ବନ୍ୟାଜଳ ନିଷ୍କାସନ
ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍…
ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର
ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…
ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର
ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…
ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…
ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…
ନଦୀରୁ ଦଳ କାଢ଼ିବା ବେଳେ ଅଘଟଣ, ଜଣେ ମୃତ, ଜଣେ ଗୁରୁତର
କେନ୍ଦ୍ରାପଡ଼ା, ୨୧।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ମାଲୁଅ ନିକଟସ୍ଥ ଗୋବରୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ନଦୀରେ ବନ୍ୟାଜଳର ସ୍ରୋତ…
ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି
ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…
ବନ୍ୟାରେ ବନ୍ୟଜନ୍ତୁ ଗାଁ ମୁହାଁ : ଦୁଇ ଜଣଙ୍କୁ ଆକ୍ରମଣ କଲା ବାରହା
ରାଜନଗର, ୨୧।୮ (ଭାସ୍କର ରାଉତରାୟ): ଭିତରକନିକା ଜଙ୍ଗଲରୁ ବନ୍ୟାଜଳରେ ଭାସି ଆସିଥିବା ଏକ ଜଙ୍ଗଲୀ ବାରହା ଶୁକ୍ରବାର ମଧ୍ୟାହ୍ନରେ ଓସ୍ତିଆ ପଞ୍ଚାୟତର ବନ୍ଧପଟଣା ଗାଁରେ ପଶି ଆତଙ୍କ…
ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ
କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…
Archives

