Posted inଖେଳ

୨ ବର୍ଷ ପରେ ସେମିରେ ମରେ

ଆଣ୍ଟରେପ(ବେଲଜିୟମ), ୧୯।୧୦(ଏଏଫ୍‌ପି)- ପୂର୍ବତନ ୧ ନମ୍ବର ଖେଳାଳି ବ୍ରିଟେନ ଆଣ୍ଡି ମରେ ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୭ ଫ୍ରେଞ୍ଚ୍‌ ଓପନ୍‌ରେ ସେ ଶେଷଥର ପାଇଁ ସେମିଫାଇନାଲକୁ ଉଠିଥିଲେ। ୩୨ ବର୍ଷୀୟ ମରେ ୟୁରୋପିଆନ ଓପନ୍‌ ଟେନିସ୍‌ ଟୁର୍ନାମେଣ୍ଟରେ ୯୨ ନମ୍ବର ଖେଳାଳି ରୋମାନିଆର ମାରିଅସ୍‌ କୋପିଲଙ୍କୁ କ୍ୱାର୍ଟର ଫାଇନାଲରେ ୬-୩, ୬-୭, ୬-୪ ସେଟରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ସେମିରେ ମରେ ବିଶ୍ୱର ୭୦ ନମ୍ବର ଖେଳାଳି ଫ୍ରାନ୍ସର ଉଗୋ ହୁମ୍ବର୍ଟଙ୍କୁ ଭେଟିବେ। ହୁମ୍ବର୍ଟ ଅନ୍ୟଏକ କ୍ୱାର୍ଟରଫାଇନାଲରେ ପଞ୍ଚମ ସିଡ ଆର୍ଜେଣ୍ଟିନାର ଗୁଇଡୋ ପେଲାଙ୍କୁ ୫-୭, ୬-୪, ୬-୪ ସେଟରେ ହରାଇ ସେମିକୁ ଉଠିଛନ୍ତି।
ସେହିପିର ବିଶ୍ୱର ୧୧୯ ନମ୍ବର ଖେଳାଳି ଇଟାଲୀର ସ୍ବଳ୍ପ ବୟସ୍କ ଖେଳାଳି ଜାନ୍ନିକ ସିନର ଗତ ୫ ବର୍ଷ ମଧ୍ୟରେ ସର୍ବକନିଷ୍ଠ ଖେଳାଳିଭାବେ କୌଣସି ଏଟିପି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୧୮ ବର୍ଷୀୟ ସିନର ଆମେରିକାର ଫ୍ରାନ୍‌ସେସ୍‌ ଟିଆଫୋଙ୍କୁ ୬-୪, ୩-୬, ୬-୩ ସେଟରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୂର୍ବରୁ ୨୦୧୪ରେ ବୋର୍ନା କୋରିକ ସର୍ବ କନିଷ୍ଠ ଖେଳାଳିଭାବେ ୧୭ ବର୍ଷରେ ବାସେଲରେ ସେମିଫାଇନାଲରେ ପ୍ରବେଶ କରିଥିଲେ। ସେମିରେ ସେ ୩ଥର ଚାମ୍ପିୟନ ହୋଇଥିବା ଚତୁର୍ଥ ସିଡ ସୁଇଜରଲାଣ୍ଡର ଷ୍ଟାନିସ୍‌ଲାସ ଓ୍ବାରିଙ୍କାଙ୍କୁ ଭେଟିବେ। ଓ୍ବାରିଙ୍କା ଅନ୍ୟଏକ କ୍ୱାର୍ଟରଫାଇନାଲରେ ଫ୍ରାନ୍ସର ଗାଏଲ ମନଫିଲ୍ଡଙ୍କୁ ୬-୩, ୬-୭, ୬-୨ ସେଟରେ ପରାସ୍ତ କରି ସେମିକୁ ଉଠିଛନ୍ତି। ଓ୍ବାରିଙ୍କାଙ୍କୁ ହରାଇଲେ ସିନର ସର୍ବକନିଷ୍ଠ ଏଟିପି ଫାଇନାଲିଷ୍ଟ ହେବେ। ପୂର୍ବରୁ ୨୦୦୮ରେ ଜାପାନର ଡେଲରେ ବିଚ୍‌ ସର୍ବକନିଷ୍ଠ ଖେଳାଳିଭାବେ ଏଟିପି ଫାଇନାଲରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri