୨୭ବର୍ଷ ପରେ ଗାଁକୁ ଫେରିଲେ ଆର୍ତ୍ତତ୍ରାଣ

ବାଲିଅନ୍ତା, ୭ା୧୧(ଡି.ଏନ୍‌.ଏ.) ଗତ ୨୭ବର୍ଷ ପୂର୍ବେ ଘରୁ ଲୁଚିପଳାଇଥିବା ଜଣେ ବ୍ୟକ୍ତି ଶେଷରେ ମଙ୍ଗଳବାର ସନ୍ଧ୍ୟାରେ ନିଜ ଗ୍ରାମକୁ ଫେରିଛନ୍ତି। ସେ ହେଲେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଭିଙ୍ଗାରପୁର ଶାସନ ଗ୍ରାମର ଶିବ ମହାନ୍ତି ଓ ସୀତା ମହାନ୍ତିଙ୍କ ଦ୍ୱିତୀୟ ପୁଅ ଆର୍ତ୍ତତ୍ରାଣ ମହାନ୍ତି(୫୬)। ସୁଦୂର ମଥୁରାରେ ଦୀର୍ଘ ବର୍ଷ ଧରି ରହିବା ପରେ ନିଜ ଜନ୍ମମାଟିକୁ ବାହୁଡ଼ିଛନ୍ତି ଆର୍ତ୍ତତଣ। ଏତେ ବର୍ଷ ପରେ ଆର୍ତ୍ତତ୍ରାଣ ଫେରିଥିବାରୁ ବହୁ ବନ୍ଧୁବାନ୍ଧବଙ୍କ ସମେତ ଗଁାଲୋକଙ୍କ ଭିଡ଼ ଜମିଥିବାବେଳେ ପରିବାର ଲୋକଙ୍କୁ ପାଖରେ ଦେଖି ସେ ଆତ୍ମବିଭୋର ହୋଇପଡିଥିଲେ। ଯୁବକ ସମୟରେ ଆର୍ତ୍ତତ୍ରାଣ ସୌଖିନ ଜୀବନ ବିତାଉଥିଲେ। ତେବେ ପରିବାରରେ ଆର୍ଥତ୍କସ୍ଥିତି ଦୁର୍ବଳ ହୋଇପଡିବାରୁ ତାଙ୍କ ମା ବାପା ସବୁବେଳେ ରୋଜଗାର କରିବାକୁ କହୁଥିଲେ। ଫଳରେ ମାଟ୍ରିକ ପାସ ପରେ ଆର୍ତ୍ତତ୍ରାଣ କିଛିଦିନ ଛୋଟ ପିଲାଙ୍କୁ ପାଠ ପଢ଼ାଉଥିଲେ। ତଥାପି ମା’ଙ୍କ ସବୁଦିନିଆ ଗାଳି ଓ ଆକଟ ଶୁଣିବାକୁ ପଡୁଥିଲା। ଶେଷରେ ସେ ରାଗିଯାଇ ୧୯୯୩ରେ କାହାକୁ କିଛି ନ କହି ଘରୁ ପଳାଇଥିଲେ। କିଛିଦିନ କେନ୍ଦ୍ରାପଡ଼ାରେ ରହିବା ପରେ ଶେଷରେ ମଥୁରା ସହରକୁ ପଳାଇଥିଲେ। ସେଠାକୁ ଯାଇ ଷ୍ଟେଶନରେ ସେଭଳି କିଛିଦିନ କଟାଇଥିଲେ। ପରେ ଜଣେ ସହୃଦୟ ବ୍ୟକ୍ତି ଏକ ଫଳଦୋକାନରେ ମଜୁରିଆ ଭାବେ ରଖିଥିଲେ। ଅପରପକ୍ଷେ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ପାଇପାରି ନ ଥିଲେ। ଶେଷରେ ମାବାପା, ଭାଇମାନେ ସେ ବଞ୍ଚତ୍ଥିବା ଆଶାଛାଡ଼ି ଦେଇଥିଲେ। ନିଖୋଜ ପୁଅକୁ ଝୁରି ଝୁରି ଶେଷରେ ମାବାପା ଦେହତ୍ୟାଗ କରିଥିଲେ। ଗତ ୩ଦିନ ତଳେ ଆର୍ତ୍ତତ୍ରାଣ ମଥୁରାରୁ ଟ୍ରେନ ଯୋଗେ ଆସି ଭୁବନେଶ୍ୱର ଷ୍ଟେଶନରେ ଓହ୍ଲାଇଥିଲେ। ସେଠାରୁ ପ୍ରାୟ ଦୁଇ ଦିନ ପରେ ଭିଙ୍ଗାରପୁର ଆସୁଥିବା ଏକ ଗାଡ଼ିରେ ବସି ଘରକୁ ଫେରିଥିଲେ। ଗଁାରେ ପହଞ୍ଚତ୍ବାବେଳେ ତାଙ୍କର ଅଧିକ ଦାଢ଼ି, ମଇଳା ପ୍ୟାଣ୍ଟ ଶାର୍ଟ ପିନ୍ଧିଥିଲେ। ତାଙ୍କୁ ଏଭଳି ଅବସ୍ଥାରେ ଦେଖି ଗ୍ରାମବାସୀ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଭାବିଥିଲେ। ଗ୍ରାମର କେତେଜଣ ଲୋକଙ୍କୁ ଚିହ୍ନିବା ସହ ଜଣେ ମହିଳାଙ୍କୁ ଜାଣିପାରି ତାଙ୍କ ନାମ ଆରତି ବୋଲି ଡାକିଥିଲେ। ମହିଳା ଜଣଙ୍କ ମଧ୍ୟ ତାଙ୍କୁ ଆର୍ତ୍ତତାଣ ବୋଲି ଜାଣି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହି କଥା ଗ୍ରାମରେ ପ୍ରଚାର ହେବା ପରେ ତାଙ୍କୁ ଦେଖିବା ପାଇଁ ଭିଡ ଜମିଥିଲା। ଏ ନେଇ ଆର୍ତ୍ତତ୍ରାଣଙ୍କୁ ଭେଟିବାରୁ କୁହନ୍ତି, ଗାଳି ଦେବାରୁ ଘରୁ ପଳାଇଯାଇଥିଲି। ପରେ ପରିବାର ଓ ଗାଁ କଥା ବାରମ୍ବାର ମନେ ପଡୁଥିଲା। ଏହି କଥା ମାଲିକଙ୍କୁ ଜଣାଇବାରୁ ସେ ୧୫୦୦ଟଙ୍କା ଦେଇ ଟ୍ରେନରେ ବସାଇ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri