Posted inଜାତୀୟ

ସିରିଏଲ୍‌ କିଲର ଗିରଫ

ଏଲୁରୁ,୭ା୧୧: ଗତ ୨୦ ମାସ ମଧ୍ୟରେ ୧୦ ଜଣଙ୍କୁ ବିଷ ଦେଇ ହତ୍ୟା କରିଥିବା ସିରିଏଲ୍‌ କିଲର ଶିବାଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ବୁଧବାର ଗିରଫ କରିଛି। ସେ ଆଉ ୨୦ ଜଣଙ୍କୁ ହତ୍ୟାକରିବା ଲାଗି ଯୋଜନାରେ ଥିଲା ବୋଲି ପୋଲିସ ବିଶ୍ୱାସ କରୁଛି। କେରଳର ଜୋଲି ଯୋସେଫ୍‌ଙ୍କ ଭଳି ଆନ୍ଧ୍ରପ୍ରଦେଶର ଭେଲାଙ୍କି ସୀମାଦ୍ରି ଓରଫ ଶିବା (୩୮) ସିୟାନାଇଡ୍‌ ଦେଇ ହତ୍ୟା କରୁଥିଲେ। ଜୋଲି ୧୪ ବର୍ଷରେ ତାଙ୍କ ପରିବାରର ୬ ଜଣଙ୍କୁ ଏହିପରି ହତ୍ୟା କରିଥିଲେ। ଗତ ମାସରେ ପୋଲିସ ତାଙ୍କୁ ଗିରଫ କରିବା ପରେ ହତ୍ୟା ଗୁମର ଖୋଲିଥିଲା। ଅନ୍ୟପକ୍ଷରେ ଓ୍ବାଚ୍‌ମ୍ୟାନ୍‌ରୁ ରିଅଲ ଇଷ୍ଟେଟ୍‌ ଏଜେଣ୍ଟ ହୋଇଥିବା ଶିବା ୨୦୧୮ ଫେବୃୟାରୀରୁ ପ୍ରତି ଦୁଇମାସରେ ଜଣେ ଲେଖାଏଙ୍କୁ ହତ୍ୟା କରିଚାଲିଥିଲେ। ମୃତକଙ୍କ ମଧ୍ୟରେ ଶିବାଙ୍କ ଜେଜେମାଆ, ଭାଉଜ, ଘର ମାଲିକାଣୀ ଏବଂ ରାଜମହେନ୍ଦ୍ରୀ ନିକଟରେ ଥିବା ପୁରୁଷୋତ୍ତମପାଟଣାମ୍‌ ଆଶ୍ରମର ଧର୍ମ ପ୍ରଚାରକ ଶ୍ରୀରାମକୃ୍‌ଷ୍ଣ ନନ୍ଦ ଅଛନ୍ତି।
ରିଅଲ ଇଷ୍ଟେଟ୍‌ ବ୍ୟବସାୟରେ ବିପୁଳ କ୍ଷତି ସହିବା ପରେ ଏହାକୁ ଭରଣା କରିବା ଲାଗି ସେ ଲୋକଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇବା ଆରମ୍ଭ କରିଥିଲା। ନିଜ ପାଖରେ ଚୁମ୍ବକୀୟ ଚାଉଳ, ଯାଦୁକରି ମୁଦ୍ରା, ଦୁଇମୁଣ୍ଡ ଥିବା ସାପ ରହିଛି ବୋଲି କହି ଏହାଦ୍ୱାରା ସେ ଅନ୍ୟମାନଙ୍କ ସମ୍ପତ୍ତିକୁ ଦୁଇଗୁଣା କରିଦେବା ସହ ମଧୁମେହ ଭଳି ଦୁରାରୋଗ୍ୟ ବ୍ୟାଧିକୁ ଭଲ କରିଦେବେ ବୋଲି ଦାବି କରୁଥିଲେ। ସେ କରିଥିବା ଗ୍ରାହକ ତାଲିକାରେ ଆଉ ୨୦ ଜଣଙ୍କ ନାଁ ଥିବାରୁ ସେମାନଙ୍କୁ ମଧ୍ୟ ସେ ହତ୍ୟା କରିଥାନ୍ତେ ବୋଲି ପୋଲିସ କହିଛି। ଜଣେ ଗ୍ରାହକଙ୍କୁ ଫସାଇବା ପରେ ତାଙ୍କୁ ସୁନା ଓ ଟଙ୍କା ଧରି ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଆସିବାକୁ କହୁଥିଲେ। ସେଠାରେ ପହଞ୍ଚତ୍ବା ପରେ ତାଙ୍କୁ ଶିବା ପ୍ରସାଦରେ ସାଇନାଇଡ୍‌ ମିଶାଇ ଖାଇବାକୁ ଦେଉଥିଲେ। ଲୋକଟି ମରିଯିବା ପରେ ଟଙ୍କା ଓ ସୁନା ଧରି ଶିବା ପଳାଇଆସୁଥିଲେ। ଏହିପରି ସେ ୨୪ .୬୦ ଲକ୍ଷ ଟଙ୍କା ଓ ୩୫ ସ୍ବର୍ଣ୍ଣ ମୁଦ୍ରା ସଂଗ୍ରହ କରିବା ସହ ଏଲୁରୁରେ ଜମି କିଣି ଘର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri