୨୬ ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ, ଶୁଭାରମ୍ଭ: ୫୫୬୭.୫ କୋଟିର ପୁଞ୍ଜିନିବେଶ, ୯୧୬୮ ନିଯୁକ୍ତ

ଭୁବନେଶ୍ୱର, ୮।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୯ମ ପର୍ଯ୍ୟାୟ ଗ୍ରାଉଣ୍ଡ ବ୍ରେକିଂ କାର୍ଯ୍ୟକ୍ରମ ଜରିଆରେ ୨୬ଟି ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହା କାର୍ଯ୍ୟକାରୀ ହୋଇପାରିଲେ ୯ ହଜାର ବ୍ୟକ୍ତିବିଶେଷଙ୍କ ପାଇଁ ରୋଜଗାର ସୃଷ୍ଟି ହୋଇପାରିବ। ମାର୍ଚ୍ଚ ୫ରୁ ଆରମ୍ଭ ହୋଇଥିବା ୧୬ତମ ଏଣ୍ଟରପ୍ରିନିୟର୍ସ ୱିକ୍‌ ଅବସରରେ ଏହି ଶିଳ୍ପ ପ୍ରକଳ୍ପଗୁଡିକ ଆରମ୍ଭ କରାଯାଇଛି। ଏହି ୨୬ ପ୍ରକଳ୍ପ ଦ୍ୱାରା ମୋଟ ୫୫୬୭.୫ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଏହା ଦ୍ୱାରା ୯୧୬୮ ବ୍ୟକ୍ତିବିଶେଷଙ୍କୁ ରୋଜଗାର ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି।

ପ୍ରକଳ୍ପଗୁଡିକର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୨୦ ବର୍ଷ ମଧ୍ୟରେ ୩.୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶ ଦ୍ୱାରା ୧୩୦ ଶିଳ୍ପ ହେବା ସହ ୨.୨୫ ଲକ୍ଷ ରୋଜଗାର ଯୋଗାଇ ଦିଆଯାଇଛି। ଦେଶରେ ପୁଞ୍ଜିନିବେଶର ପ୍ରମୁଖ ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶା ଅନ୍ୟତମ। ଆଗାମୀ ଦିନରେ ସମଗ୍ର ଦକ୍ଷିଣ ଏସିଆରେ ଓଡ଼ିଶା ପ୍ରମୁଖ ପୁଞ୍ଜିନିବେଶର କ୍ଷେତ୍ର ହେବ। ଇପିକଲ୍‌ ଦ୍ୱାରା ଆରମ୍ଭ କରାଯାଇଥିବା ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା ଜାତୀୟସ୍ତରରେ ଇ-ଗଭନର୍‌ସାସ ଆୱାର୍ଡ ପାଇସାରିଛି। ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ସିଆରଏମ୍‌ ଆରମ୍ଭ କରାଯାଇଛି। ରାଜ୍ୟର ଅନେକ ସ୍ଥାନ ବହୁତ ସୁନ୍ଦର ଏବଂ ମନୋରମ। ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମ ଏହାକୁ ଅଧିକ ପ୍ରଚାର ପ୍ରସାର କରିବାର ଆବଶ୍ୟକତା ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତବର୍ଷ ନଭେମ୍ବର ୩୦ରେ ୮ମ ପର୍ଯ୍ୟାୟ ଗ୍ରାଉଣ୍ଡ ବ୍ରେକିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଶେଷ ଆଡକୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୦ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମକୁ ୨୬୭ ଦିନ ବାକି ରହିଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ପୂର୍ଣ୍ଣମାତ୍ରାରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଶୁଭାରମ୍ଭ ହୋଇଥିବା ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି-ଯାଜପୁର କଳିଙ୍ଗ ନଗରସ୍ଥିତ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଲିଃ। ଏହି ପ୍ରକଳ୍ପରେ ୨୬୫ କୋଟି ଟଙ୍କାର ପୁଞ୍ଜିନିବେଶ ଦ୍ୱାରା ପ୍ରାୟ ୫୫୦ ବ୍ୟକ୍ତିଙ୍କ ପାଇଁ ରୋଜଗାର ସୃଷ୍ଟିର ଉଦ୍ଦେଶ୍ୟ ରଖାଯାଇଛି। କମଲଜିତ୍‌ ସିଂ ଆହଲୁୱାଲିଆ କମ୍ପାନୀ ୫୯୩.୭ କୋଟି ଟଙ୍କାର ନିବେଶ ଦ୍ୱାରା ୧୨୭୪ଜଣଙ୍କ ପାଇଁ ରୋଜଗାର ସୃଷ୍ଟି କରିବ। ଏହି କମ୍ପାନୀ କେନ୍ଦୁଝର ଜିଲା ବଡବିଲଠାରେ ଶିଳ୍ପ ପ୍ରତିଷ୍ଠା କରିବ। ଏମ୍‌ଏସ୍‌ପି ସ୍ପଞ୍ଜ ଆଇରନ୍‌ ଲିଃ ଦ୍ୱାରା ୫୭୩.୪କୋଟି ଟଙ୍କା ପୁଞ୍ଜି ଖଟାଇ ୯୭୮ଜଣଙ୍କ ପାଇଁ ରୋଜଗାର ସୃଷ୍ଟି କରିବ। ଏହି କମ୍ପାନୀ କେନ୍ଦୁଝରର ଗୋବର୍ଦ୍ଦନଠାରେ ଶିଳ୍ପ ପ୍ରତିଷ୍ଠା କରିବ। ଅନୁରୂପ ଭାବେ ବୌଦ୍ଧରେ ଆଦିତ୍ୟ ବିର୍ଲା ରେନ୍ୟୁଏବଲ୍‌ ଏନର୍ଜି, ଖୋର୍ଦ୍ଧାରେ ଏ.କେ.ଏମ୍‌. ଆଗ୍ରୋ, ସୁନ୍ଦରଗଡରେ ରୁଙ୍ଗ୍‌ଟା ମାଇନ୍ସ, କେନ୍ଦୁଝରରେ ଶ୍ରୀଜଗନ୍ନାଥ ଷ୍ଟିଲ୍‌ ଆଣ୍ଡ ପାୱାର ପ୍ରମୁଖ ଶିଳ୍ପ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଏନେଇ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ, ଏହି ସବୁ ପୁଞ୍ଜିନିବେଶ ଦ୍ୱାରା ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟା ତ୍ୱରାନ୍ବିତ ହେବ। ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଥିଲେ ଯେ, ବର୍ତ୍ତମାନ ସମୟରେ ଓଡ଼ିଶା ଅନ୍ୟତମ ପସନ୍ଦର ପୁଞ୍ଜିନିବେଶ କ୍ଷେତ୍ର। ନିକଟ ଅତୀତରେ ରାଜ୍ୟ ଭର୍ଜିନ୍‌ ଇନ୍‌ଭେଷ୍ଟମେଣ୍ଟର ୧୮ ପ୍ରତିଶତ ସଫଳତା ହାସଲ କରିବା ସହ ମହାରାଷ୍ଟ୍ର ଭଳି ରାଜ୍ୟକୁ ପଛରେ ପକାଇ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ମା’ ଦଣ୍ଡକାଳୀ ମନ୍ଦିର ଦାନହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ, ପୂଜକ ଦେଖିବା ପରେ…

ଦିଗପହଣ୍ଡି/ପାଟପୁର,୧୯ା୮(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନାଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ପଳାସପୁର ଗ୍ରାମ ନିକଟ ମା ’ ଦଣ୍ଡକାଳୀ…

ଆଶୁତୋଷ ପରିଡ଼ା ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର,୧୯ା୮: ଓଡ଼ିଶା ସାହିତ୍ୟ ଜଗତ ପାଇଁ ଏକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ମନାକୁ ଆସିଛି। ପ୍ରସିଦ୍ଧ କବି ତଥା ସୁସାହିତି୍ୟକ ଆଶୁତୋଷ ପରିଡ଼ା ସର୍ବୋଚ୍ଚ ସାହିତ୍ୟ…

ଓଡ଼ିଶା ପାଇଁ ବଡ଼ ରେଲଓ୍ବେ ଭେଟି, ମୋଦି ସରକାର କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (CCEA) ବୈଠକରେ ପ୍ରାୟ ୯,୪୫୦ କୋଟି ଟଙ୍କା ବ୍ୟୟବରାଦରେ ୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri