୨୬ ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ, ଶୁଭାରମ୍ଭ: ୫୫୬୭.୫ କୋଟିର ପୁଞ୍ଜିନିବେଶ, ୯୧୬୮ ନିଯୁକ୍ତ

ଭୁବନେଶ୍ୱର, ୮।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୯ମ ପର୍ଯ୍ୟାୟ ଗ୍ରାଉଣ୍ଡ ବ୍ରେକିଂ କାର୍ଯ୍ୟକ୍ରମ ଜରିଆରେ ୨୬ଟି ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହା କାର୍ଯ୍ୟକାରୀ ହୋଇପାରିଲେ ୯ ହଜାର ବ୍ୟକ୍ତିବିଶେଷଙ୍କ ପାଇଁ ରୋଜଗାର ସୃଷ୍ଟି ହୋଇପାରିବ। ମାର୍ଚ୍ଚ ୫ରୁ ଆରମ୍ଭ ହୋଇଥିବା ୧୬ତମ ଏଣ୍ଟରପ୍ରିନିୟର୍ସ ୱିକ୍‌ ଅବସରରେ ଏହି ଶିଳ୍ପ ପ୍ରକଳ୍ପଗୁଡିକ ଆରମ୍ଭ କରାଯାଇଛି। ଏହି ୨୬ ପ୍ରକଳ୍ପ ଦ୍ୱାରା ମୋଟ ୫୫୬୭.୫ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଏହା ଦ୍ୱାରା ୯୧୬୮ ବ୍ୟକ୍ତିବିଶେଷଙ୍କୁ ରୋଜଗାର ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି।

ପ୍ରକଳ୍ପଗୁଡିକର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୨୦ ବର୍ଷ ମଧ୍ୟରେ ୩.୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶ ଦ୍ୱାରା ୧୩୦ ଶିଳ୍ପ ହେବା ସହ ୨.୨୫ ଲକ୍ଷ ରୋଜଗାର ଯୋଗାଇ ଦିଆଯାଇଛି। ଦେଶରେ ପୁଞ୍ଜିନିବେଶର ପ୍ରମୁଖ ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶା ଅନ୍ୟତମ। ଆଗାମୀ ଦିନରେ ସମଗ୍ର ଦକ୍ଷିଣ ଏସିଆରେ ଓଡ଼ିଶା ପ୍ରମୁଖ ପୁଞ୍ଜିନିବେଶର କ୍ଷେତ୍ର ହେବ। ଇପିକଲ୍‌ ଦ୍ୱାରା ଆରମ୍ଭ କରାଯାଇଥିବା ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା ଜାତୀୟସ୍ତରରେ ଇ-ଗଭନର୍‌ସାସ ଆୱାର୍ଡ ପାଇସାରିଛି। ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ସିଆରଏମ୍‌ ଆରମ୍ଭ କରାଯାଇଛି। ରାଜ୍ୟର ଅନେକ ସ୍ଥାନ ବହୁତ ସୁନ୍ଦର ଏବଂ ମନୋରମ। ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମ ଏହାକୁ ଅଧିକ ପ୍ରଚାର ପ୍ରସାର କରିବାର ଆବଶ୍ୟକତା ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତବର୍ଷ ନଭେମ୍ବର ୩୦ରେ ୮ମ ପର୍ଯ୍ୟାୟ ଗ୍ରାଉଣ୍ଡ ବ୍ରେକିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଶେଷ ଆଡକୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୦ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମକୁ ୨୬୭ ଦିନ ବାକି ରହିଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ପୂର୍ଣ୍ଣମାତ୍ରାରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଶୁଭାରମ୍ଭ ହୋଇଥିବା ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି-ଯାଜପୁର କଳିଙ୍ଗ ନଗରସ୍ଥିତ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଲିଃ। ଏହି ପ୍ରକଳ୍ପରେ ୨୬୫ କୋଟି ଟଙ୍କାର ପୁଞ୍ଜିନିବେଶ ଦ୍ୱାରା ପ୍ରାୟ ୫୫୦ ବ୍ୟକ୍ତିଙ୍କ ପାଇଁ ରୋଜଗାର ସୃଷ୍ଟିର ଉଦ୍ଦେଶ୍ୟ ରଖାଯାଇଛି। କମଲଜିତ୍‌ ସିଂ ଆହଲୁୱାଲିଆ କମ୍ପାନୀ ୫୯୩.୭ କୋଟି ଟଙ୍କାର ନିବେଶ ଦ୍ୱାରା ୧୨୭୪ଜଣଙ୍କ ପାଇଁ ରୋଜଗାର ସୃଷ୍ଟି କରିବ। ଏହି କମ୍ପାନୀ କେନ୍ଦୁଝର ଜିଲା ବଡବିଲଠାରେ ଶିଳ୍ପ ପ୍ରତିଷ୍ଠା କରିବ। ଏମ୍‌ଏସ୍‌ପି ସ୍ପଞ୍ଜ ଆଇରନ୍‌ ଲିଃ ଦ୍ୱାରା ୫୭୩.୪କୋଟି ଟଙ୍କା ପୁଞ୍ଜି ଖଟାଇ ୯୭୮ଜଣଙ୍କ ପାଇଁ ରୋଜଗାର ସୃଷ୍ଟି କରିବ। ଏହି କମ୍ପାନୀ କେନ୍ଦୁଝରର ଗୋବର୍ଦ୍ଦନଠାରେ ଶିଳ୍ପ ପ୍ରତିଷ୍ଠା କରିବ। ଅନୁରୂପ ଭାବେ ବୌଦ୍ଧରେ ଆଦିତ୍ୟ ବିର୍ଲା ରେନ୍ୟୁଏବଲ୍‌ ଏନର୍ଜି, ଖୋର୍ଦ୍ଧାରେ ଏ.କେ.ଏମ୍‌. ଆଗ୍ରୋ, ସୁନ୍ଦରଗଡରେ ରୁଙ୍ଗ୍‌ଟା ମାଇନ୍ସ, କେନ୍ଦୁଝରରେ ଶ୍ରୀଜଗନ୍ନାଥ ଷ୍ଟିଲ୍‌ ଆଣ୍ଡ ପାୱାର ପ୍ରମୁଖ ଶିଳ୍ପ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଏନେଇ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ, ଏହି ସବୁ ପୁଞ୍ଜିନିବେଶ ଦ୍ୱାରା ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟା ତ୍ୱରାନ୍ବିତ ହେବ। ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଥିଲେ ଯେ, ବର୍ତ୍ତମାନ ସମୟରେ ଓଡ଼ିଶା ଅନ୍ୟତମ ପସନ୍ଦର ପୁଞ୍ଜିନିବେଶ କ୍ଷେତ୍ର। ନିକଟ ଅତୀତରେ ରାଜ୍ୟ ଭର୍ଜିନ୍‌ ଇନ୍‌ଭେଷ୍ଟମେଣ୍ଟର ୧୮ ପ୍ରତିଶତ ସଫଳତା ହାସଲ କରିବା ସହ ମହାରାଷ୍ଟ୍ର ଭଳି ରାଜ୍ୟକୁ ପଛରେ ପକାଇ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri