୨୪ ଘଣ୍ଟାରେ ୭ ଅଧିକାରୀଙ୍କ ସମେତ ୭୨ ପୋଲିସ କରୋନା ସଂକ୍ରମିତ

ମୁମ୍ବାଇ,୧୦।୫: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବା ବେଳେ ଏଥିରେ ଅଧିକମାତ୍ରାରେ ପୋଲିସ ସଂକ୍ରମିତ ହୋଇଥିବା ଦେଖାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୭ ଅଧିକାରୀଙ୍କ ସମେତ ୭୨ ପୋଲିସ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏମାନଙ୍କୁ ମିଶାଇ ଏବେ ମହାରାଷ୍ଟ୍ରରେ ୭୮୬ ଜଣ ପୋଲିସ କରୋନାରେ ସଂକ୍ରମିତ ହୋଇଥିବା ଖବର ମିଳିଛି। ଏମାନଙ୍କ ମଧ୍ୟରେ ୮୮ ଜଣ ପୋଲିସ ଅଧିକାରୀ ରହିଛନ୍ତି। ଏହାସହ ୭ ଜଣ ପୋଲିସଙ୍କର ଏହି ମହାମାରୀରେ ମୃତ୍ୟୁ ହୋଇ ସାରିଲାଣି। ଏମାନଙ୍କ ମଧ୍ୟରୁ ୭୬ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ ୪ ଦିନ ମଧ୍ୟରେ ପ୍ରାୟ ୩୩୦ଜଣ ପୋଲିସ କରୋନାରେ ସଂକ୍ରମିତ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ମହାରାଷ୍ଟ୍ରରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୨୦,୨୨୮। ରାଜ୍ୟରେ ଏବେ କରୋନାରେ ୭୭୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧,୧୬୫ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଇତିମଧ୍ୟରୁ କେବଳ ମୁମ୍ବାଇର ୭୨୨ଜଣ ରହିଛନ୍ତି। ମୁମ୍ବାଇର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୮୬୪ ରହିଥିବା ବେଳେ ଏଠାରେ ୪୮୯ଜଣଙ୍କ ମୃତ୍ୟୁ ହେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

ଲେବାନନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ବେରୁଟ୍‌,୨୬ା୫: ଲେବାନନ୍‌ର ଏକ ଗ୍ରାମ ଉପରେ ଇସ୍ରାଏଲୀ ସେନା ଏୟାରଷ୍ଟ୍ରାଇକ୍‌ କରିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସେଠାର ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି। ଲେବାନନ୍‌କୁ ଇସ୍ରାଏଲ…

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements…

ମିଥୁନ ରାଶିରେ ବୁଧଙ୍କ ଗୋଚର: ମେ’ ୨୯ରୁ ଜୁଲାଇ ୨୨ ଯାଏ ଏହି ୪ଟି ରାଶି ରୁହନ୍ତୁ ସାବଧାନ! ନଚେତ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ବାଣୀ, ତର୍କ, ଯୋଗାଯୋଗ, ବ୍ୟାପାର ଏବଂ ନିଷ୍ପତ୍ତି ନେବାର କ୍ଷମତାର କାରକ ବୋଲି ମାନାଯାଏ। ସେଥିପାଇଁ ବୁଧ ଗ୍ରହଙ୍କର ଯେକୌଣସି…

ନାବାଳିକାକୁ ଅପହରଣ କରି ବଳାତ୍କାର

ବଲାଙ୍ଗୀର,୨୬।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜଣେ ନାବାଳିକାକୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ…

ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲଙ୍କ ପରଲୋକ, ସେଉଲ ଅଲିମ୍ପିକ୍ସରେ କରିଥିଲେ ପ୍ରତିନିଧିତ୍ୱ

ନୂଆଦିଲ୍ଲୀ, ୨୬ା୫: ଭରତର ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲ ମୀନାଙ୍କ ପରଲୋକ ଘଟିଛି। ସେ ୧୯୮୮ ସେଉଲ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri