୨୪୦ ଇଟାଭାଟି ଶ୍ରମିକ ଥଇଥାନ

କାମାକ୍ଷାନଗର, ୩ା୪(ଡି.ଏନ.ଏ.) – ଲକ୍‌ଡାଉନ୍‌ ସମୟରେ ସମସ୍ୟାରେ ସନ୍ତୁଳି ହେଉଥିବା ଇଟାଭାଟି ଶ୍ରମିକଙ୍କୁ କାମାକ୍ଷାନଗର ତହସିଲ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି। ତହସିଲଦାର ସଞ୍ଜୟ କୁମାର ରାଉତଙ୍କ ଉଦ୍ୟମରେ ୨୪୦ ଜଣ ଶ୍ରମିକଙ୍କୁ ପୃଥକ୍‌ ସ୍ଥାନରେ ରଖାଯାଇଛି। ସେମାନଙ୍କୁ ଖାଦ୍ୟପାନୀୟ ଦିଆଯିବା ବ୍ୟବସ୍ଥା କରାଯିବା ସହ ଆବଶ୍ୟକ ଯତ୍ନନେବାକୁ ଭାଟି ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କାମାକ୍ଷାନଗରରେ ଅନେକ ବେଆଇନ ଇଟାଭାଟି ଗଢ଼ିଉଠିଛି। ଇଟାଭାଟିଗୁଡ଼ିକ ଉପରେ ପ୍ରଶାସନ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଉଥିଲେ ମଧ୍ୟ ଭାଟି ମାଲିକମାନେ ଲୁଚକାଳି ଖେଳ ଖେଳୁଥିଲେ। ଲକ୍‌ଡାଉନ୍‌ ପରେ ପ୍ରଶାସନ ପକ୍ଷରୁ ସମସ୍ତ ଭାଟିକୁ ସିଲ୍‌ କରିଦିଆଯାଇଥିଲା। ଫଳରେ ଏଠାରେ କାର୍ଯ୍ୟରତ ଶ୍ରମିକମାନେ ଦୁଇଓଳି ଖାଇବାକୁ ନ ପାଇ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ। ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିବାରୁ ସେମାନେ ଘରକୁ ଫେରିପାରୁ ନ ଥିଲେ। ଦୟନୀୟ ଅବସ୍ଥାରେ ଥିବା ସମ୍ପୃକ୍ତ ଶ୍ରମିକଙ୍କ ପାଖରେ ତହସିଲଦାର ପହଞ୍ଚତ୍ ସହାୟତାର ହାତ ବଢ଼ାଇଥିଲେ।
ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରୁ ୨୧୦ ଜଣଙ୍କୁ ଆଳତୁମା ଉଚ୍ଚବିଦ୍ୟାଳୟରେ ରଖାଯାଇଛି। ଏଥିଲାଗି ସ୍କୁଲର ୧୦ ଗୃହ ଖୋଲାଯାଇଛି। ପ୍ରତି ପ୍ରକୋଷ୍ଠରେ ସାମାଜିକ ଦୂରତା ରକ୍ଷା କରିବା ଭଳି ବ୍ୟବସ୍ଥା ହୋଇଛି। ସେହିପରି ଜନ୍ତାରିବୋଲ ସେବାଶ୍ରମରେ ୩୦ଜଣ ଶ୍ରମିକଙ୍କୁ ଥଇଥାନ କରାଯାଇଛି। ଶ୍ରମିକମାନେ କାମ କରୁଥିବା ଭାଟି ମାଲିକଙ୍କୁ ସେମାନଙ୍କ ଖାଇବା ପିଇବା ବନ୍ଦୋବସ୍ତ କରିବା ସହ ଆବଶ୍ୟକ ଯତ୍ନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଶ୍ରମିକଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଦାରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ : ହତ୍ୟା ସନ୍ଦେହ

ବିନିକା,୧୦।୭: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଇଁଲାସାରି ଗାଁ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ, ଆଉ ୩…

ଝରିଗାଁ,୧୧ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ନୂତନ କୋର୍ଟ ନିକଟରେ ବାଇକ୍‌ ଦୁର୍ଘଟଣା ଯୋଗୁ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ୍‌ରେ ଥିବା…

ଆର୍‌ଆଇ କାର୍ଯ୍ୟାଳୟର ପାଚେରି ଭାଙ୍ଗିଲା, ସୁରକ୍ଷା ନେଇ ଚିନ୍ତା

କର୍ଲାମୁଣ୍ଡା,୧୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ରାଜସ୍ବ  ନିରୀକ୍ଷକ (ଆର୍‌.ଆଇ.) କାର୍ଯ୍ୟାଳୟର ପାଚେରିର ଏକ ବଡ଼ ଅଂଶ ଭାଙ୍ଗିପଡ଼ିଛି। ଫଳରେ କାର୍ଯ୍ୟାଳୟ ପରିସରର…

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ନିଶାନ୍ତ ବାର ସ୍ଥାନାନ୍ତର ପାଇଁ ତେଜିଲା ଦାବି: ଆନ୍ଦୋଳନ ଚେତାବନୀ ଦେଲେ ଓ୍ବାର୍ଡବାସୀ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା -ଟିଟିଲାଗଡ ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶରେ ନିଶାନ୍ତ ବାର ଖୋଲିବାକୁ ପ୍ରୟାସ ଚାଲିଛି। ୱାର୍ଡବାସୀ…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri