ଡୋକ୍ରା ଶିଳ୍ପକୁ କରୋନା ମାଡ଼

ଢେଙ୍କାନାଳ ଅଫିସ, ୩।୪ – କୋଭିଡ୍‌-୧୯ ସଂକ୍ରମଣରେ ପ୍ରଭାବିତ ହୋଇଛି ସମଗ୍ର ଶିଳ୍ପ ଜଗତ। ଏଥିରୁ ବାଦ୍‌ ପଡ଼ିନି ପାରମ୍ପରିକ ହସ୍ତଶିଳ୍ପ। ଖାସ୍‌ କରି ଲକ୍‌ଡାଉନ ପରେ ଡୋକ୍ରା ଭଳି କୁଟୀରଶିଳ୍ପକୁ ପୁଞ୍ଜି କରି ପରିବାର ପୋଷୁଥିବା ଶିଳ୍ପୀଙ୍କ ହାତ ଖାଲି। ପର୍ଯ୍ୟଟକ ଆସୁ ନ ଥିବାରୁ ମାନ୍ଦା ଧରିଛି ବେପାର। ଏପରି କି ଦୈନିକ ଗୁଜରାଣ ମେଣ୍ଟାଇବା ବି ସେମାନଙ୍କ ପକ୍ଷରେ ହୋଇଯାଇଛି କାଠିକର ପାଠ।
ଢେଙ୍କାନାଳ ଜିଲା ସପ୍ତଶଯ୍ୟା ପଞ୍ଚାୟତର ଡୋକ୍ରା ଶିଳ୍ପୀଗ୍ରାମ ଭାବେ ପରିଚିତ ନୂଆଗାଁ । ନବଜୀବନପୁରରୁ ଉଠିଆସି ଏଠାରେ ବସତି ସ୍ଥାପନ କରି ରହୁଛନ୍ତି ୪୦ ଶିଳ୍ପୀ ପରିବାର। ଢେଙ୍କାନାଳ ଡୋକ୍ରା ହସ୍ତଶିଳ୍ପର ଖାସ୍‌ ଚାହିଦା ରହିଛି। ଜିଲା ପରିଭ୍ରମଣରେ ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ନୂଆଗାଁ ଆସି ଶିଳ୍ପୀଙ୍କ ସହ ଭାବ ବିନିମୟ କରିବା ସହିତ ହସ୍ତଶିଳ୍ପ ସାମଗ୍ରୀ କିଣି ନେଇଥାନ୍ତି। ସେହିପରି ମେଳା ମହୋତ୍ସବରେ କାରିଗରମାନେ ହାତ ତିଆରି ସାମଗ୍ରୀ ବିକ୍ରି କରି ବେଶ୍‌ ଦୁଇପଇସା ପାଇଥାନ୍ତି। ହେଲେ ଲକ୍‌ଡାଉନ୍‌ ଘୋଷଣା ପରେ ଏବେ ଶିଳ୍ପୀ ଗ୍ରାମ ଖାଁ ଖାଁ । ପର୍ଯ୍ୟଟକ ଆସୁ ନ ଥିବାରୁ ପ୍ରଭାବିତ ହୋଇଛି ଡୋକ୍ରା କାରିଗରଙ୍କ ଜୀବିକା। ସେହିପରି କରୋନା ସଂକ୍ରମଣ ପ୍ରତିରୋଧ ନେଇ କୌଣସି ବ୍ୟବସ୍ଥା କରାଯାଇ ନ ଥିବା କେତେଜଣ ଶିଳ୍ପୀ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ବରିଷ୍ଠ ଡୋକ୍ରା ହସ୍ତଶିଳ୍ପ କାରିଗର ଦୁଃଶାସନ ବେହେରା (୬୭) କୁହନ୍ତି, ୧୫ଦିନ ତଳେ ବ୍ୟବସାୟ ସ୍ବାଭାବିକ ଚାଲିଥିଲା। କିନ୍ତୁ କଟକଣା ଲାଗୁହେବା ପରେ କେହି ଆସୁନାହାନ୍ତି।
ସରକାରଙ୍କ ପକ୍ଷରୁ କେବଳ ଚାଉଳ ଯୋଗାଣ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଚଢ଼ା ଦରରେ ବିକ୍ରି ହେଉଥିବାରୁ ଭାତ, ଡାଲି ସହ ଆଳୁ ଖାଇବା ବି କଷ୍ଟକର ହୋଇପଡୁଛି। ହସ୍ତଶିଳ୍ପ ତିଆରି ପାଇଁ ୩୦୦ ଟଙ୍କା ଦେଇ ଆଣୁଥିବା ମହମ ଓ ପିତଳକୁ ବାଧ୍ୟହୋଇ ୧୫୦ ଟଙ୍କାରେ ବିକି ଦେଉଛୁ। ବ୍ୟବସାୟ ନ ଥିବାରୁ ସାମଗ୍ରୀ ତିଆରି କରି ରଖିବା ଲାଭ ନାହିଁ ବୋଲି ଦୁଃଶାସନ କହିଛନ୍ତି। ସରପଞ୍ଚ ଯେଶସ ସାହୁ କୁହନ୍ତି, ଡୋକ୍ରା କାରିଗର ରହୁଥିବା ବସ୍ତି ଉପରେ ନଜର ରଖାଯାଇଛି। ସେମାନଙ୍କୁ ୩ମାସର ଚାଉଳ ସାଙ୍ଗକୁ ଭତ୍ତା ଦିଆଯାଇଛି। ସରକାରଙ୍କ ପକ୍ଷରୁ ମାସ୍କ ମିଳି ନ ଥିବାରୁ ଦିଆଯାଇପାରି ନାହିଁ। ଭୂତାଣୁ ସଂକ୍ରମଣରୁ ସଚେତନ କରିବାକୁ ମାଇକ୍‌ ଯୋଗେ ପ୍ରଚାର କରାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର

ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…

ଶହୀଦ ଭଗତ ସିଂ କଲେଜରେ ପ୍ରଥମଥର ଛାତ୍ର ସଂସଦ ନିର୍ବାଚନ: ୮ ପଦବୀ ପାଇଁ ୧୫ ପ୍ରାର୍ଥୀ

ଗଞ୍ଜାମ, ୧୦।୧୦ (ଅନାଥ ତରାଇ): ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଗଞ୍ଜାମ ବ୍ଲକର ଖଣ୍ଡଦେଉଳିସ୍ଥିତ ଶହୀଦ ଭଗତ ସିଂ କଲେଜରେ ଆସନ୍ତା ୧୫ ତାରିଖରେ ପ୍ରଥମଥର…

ସଫେଇ କଲେ ଧର୍ମେନ୍ଦ୍ର: ସମ୍ବଲପୁର ସହରକୁ ପରିଷ୍କାର ରଖିବା ଲକ୍ଷ୍ୟ

ସମ୍ବଲପୁର,୧୦।୧୦ (ପ୍ରମୋଦ ବହିଦାର):ସ୍ବଚ୍ଛତା ହିଁ ସେବା ଏବଂ ଏହା ସମାଜର ମୂଳମନ୍ତ୍ର ହେବା ଉଚିତ। ସୁସ୍ଥ ଜୀବନ ପାଇଁ ସ୍ବଚ୍ଛତା ଅପରିହାର୍ଯ୍ୟ ବୋଲି କହିଛନ୍ତି ସମ୍ବଲପୁର ଏମ୍‌ପି…

ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ…

ମହିଳା ସୁପରଭାଇଜରଙ୍କ ଅବହେଳା ଅଭିଯୋଗ: ଅଙ୍ଗନବାଡ଼ି କେନ୍ଦ୍ରରେ ବଢ଼ୁଛି ସମସ୍ୟା

କେସିଙ୍ଗା, ୧୦।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ତୁଣ୍ଡଳା ସେକ୍ଟରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?