୨୨ ମାସ ପରେ ଘରକୁ ଫେରିଲେ ପାଚିକା ଗୌରୀ

କେନ୍ଦୁଝର,୧୪।୯ (ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝରର ଏକ ନିପଟ ଗାଁର ଜଣେ ମହିଳା ଦିଲ୍ଲୀ ଯାଇ ସେଠାରୁ ବାଟବଣା ହୋଇ ନିଖୋଜ ହୋଇଯିବାର ଦୀର୍ଘ ୨୨ ମାସ ପରେ ଘରକୁ ଫେରିଛନ୍ତି। ସେ ନିଜ ଗାଁ ସ୍କୁଲରେ ଜଣେ ପାଚିକା ଭାବେ କାର୍ଯ୍ୟ କରୁଥିଲେ। ପାଚିକା ସଙ୍ଗଠନର ଦାବି ରାଜ୍ୟ ସରକାର ନ ଶୁଣିବାରୁ ସଙ୍ଗଠନର ଅନ୍ୟ ସଦସ୍ୟାଙ୍କ ସହ ମିଶି ସେ ଦିଲ୍ଲୀର କେନ୍ଦ୍ର ସରକାରଙ୍କୁ ଦାବି ଜଣାଇବାକୁ ଯାଇଥିଲେ। ସେଠାରେ ବାଟବଣା ହୋଇ ନିଖୋଜ ହୋଇଯିବାରୁ ଅସହାୟ ଅବସ୍ଥାରେ ଏଣେତେଣେ ଘୂରି ବୁଲୁଥିଲେ। ଓଡ଼ିଆ ଭାଷା ଛଡା ଅନ୍ୟ ଭାଷା ଜାଣି ନ ଥିବାରୁ ତାଙ୍କ କଥା କେହି ବୁଝି ପାରି ନ ଥିଲେ। ଏଭଳି ସ୍ଥିତିରେ ଦିଲ୍ଲୀର ‘ଦି ଆର୍ଥ ସେଭର୍ସ ଫାଉଣ୍ଡେଶନ’ ନାମକ ଏକ ସଂସ୍ଥା ତାଙ୍କୁ ଉଦ୍ଧାର କରି ଆଶ୍ରୟ ଦେଇଥିଲା। ସମ୍ପ୍ରତି ସୋସିଆଲ ମିଡିଆରେ ତାଙ୍କ ନିଖୋଜ ଖବର ସହ ଫଟୋ ଛଡାଯିବାରୁ ପରିବାର ଲୋକେ ଏହା ଦେଖି ଦିଲ୍ଲୀ ଯାଇ ସେଠାରୁ ତାଙ୍କୁ ଉଦ୍ଧାର କରିଛନ୍ତି। ଗୌରୀ ମହାନ୍ତ (୪୫) ନାମ୍ନୀ ଏହି ମହିଳା ଶୁକ୍ରବାର ଆସି ଘରେ ପହଞ୍ଚିବା ପରେ ସାରା ଗାଁରେ ଭାବପ୍ରବଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିବାର ଲୋକେ ଓ ପଡୋଶୀଙ୍କ ଆଖିରୁ ଝରି ପଡିଥିଲା ଆନନ୍ଦାଶ୍ରୁ ।
ଗୌରୀଙ୍କ ଘର କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମଇଦାଲକେ ଗଁାରେ ା ଗତ ୨୦୧୭ ନଭେମ୍ବର ୭ ତାରିଖରେ ଶତାଧିକ ପାଚିକାଙ୍କ ଗହଣରେ ସେ ଦିଲ୍ଲୀ ଯାଇଥିଲେ। ତାଙ୍କ ସହ ଥିଲେ ଭଉଣୀ କୁନ୍ତଳା ମହାନ୍ତ । ସେଠାରେ ଆନ୍ଦୋଳନ ପରେ ସମସ୍ତେ ଘରକୁ ଫେରିବା ଲାଗି ବାହାରିବା ସମୟରେ ଗୌରୀଙ୍କର କିଛି ସନ୍ଧାନ ମିଳି ନ ଥିଲା। ଅନେକ ଖୋଜାଖୋଜି କରି ତାଙ୍କ ଭଉଣୀ ସମେତ ଅନ୍ୟ ପାଚିକାମାନେ ନିରାଶ ହୋଇ ଓଡ଼ିଶା ଫେରି ଆସିଥିଲେ। ପାଚିକା ସଙ୍ଗଠନ ପକ୍ଷରୁ ଏ ନେଇ ତାଙ୍କ ଘରକୁ ଖବର ଦିଆଯିବା ପରେ ସେହି ମାସ ୧୨ ତାରିଖରେ ତାଙ୍କ ପୁତୁରା ଦିଲ୍ଲୀ ଯାଇ ଖୋଜାଖୋଜି କରିଥିଲେ। କୌଣସି ସନ୍ଧାନ ନ ପାଇ ସେ ଶେଷରେ ଦିଲ୍ଲୀର କାଲ୍‌କାଜୀ ପୋଲିସ ଷ୍ଟେଶନରେ ଏତଲା ଦେଇ ଘରକୁ ଫେରି ଆସିଥିଲେ ା ଏହା ମଧ୍ୟରେ ପ୍ରାୟ ଦୁଇବର୍ଷ ବିତିବାକୁ ବସିଥିବା ବେଳେ ପୋଲିସ କିମ୍ବା ପରିବାର ଲୋକେ ତାଙ୍କର କୌଣସି ପତ୍ତା ପାଇ ନ ଥିଲେ। କିଛିଦିନ ତଳେ କଟକ ଅଞ୍ଚଳର ଜଣେ ମହିଳା ଦିଲ୍ଲୀର ଦି ଆର୍ଥ ସେଭର୍ସ ଫାଉଣ୍ଡେଶନ ସଂସ୍ଥାରେ ଚାକିରି କରିବା ପରେ ସେଠାରେ ଗୌରୀଙ୍କ ସହ ୩ ଜଣ ଓଡ଼ିଆ ଥିବା ଜାଣିଥିଲେ। ଏହାପରେ ସେ ଗୌରୀଙ୍କ ନିଖୋଜ ଖବର ଜାଣି ସୋସିଆଲ ମିଡିଆରେ ତାଙ୍କ ଫଟୋ ଛାଡିଥିଲେ। ଏହି ଫଟୋ ଦେଖି ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିବା ତାଙ୍କ ଭାଇ ଡମ୍ବରୁଧର ମହାନ୍ତ କହିଛନ୍ତି। ଗୌରୀଙ୍କୁ ଦିଲ୍ଲୀରୁ ଟ୍ରେନ ଯୋଗେ କେନ୍ଦୁଝର ଅଣାଯାଇ ପ୍ରାୟ ୨୨ କି.ମି. ଦୂର ମଇଦାଲକେ ଗଁାକୁ ନିଆଯିବା ପରେ ତାଙ୍କୁ ଦେଖିବା ସକାଶେ ସାରା ଗାଁ ଲୋକାରଣ୍ୟ ହୋଇପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ସବୁଜ ବନାନୀ ନଷ୍ଟ କରୁଛି ପୋଡୁଚାଷ

କେନ୍ଦୁଝର,୨୯ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼, ତେଲକୋଇ ରେଞ୍ଜ ଅଧୀନ ବିଭିନ୍ନ ସ୍ଥାନରେ ପୋଡୁଚାଷ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ...

ସନାତନ ଭାଜପାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

କେନ୍ଦୁଝର,୨୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):ପ୍ରଥମେ କଂଗ୍ରେସ, ପରେ କଂଗ୍ରେସ ଛାଡ଼ି ସ୍ବାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଚମ୍ପୁଆ ବିଧାୟକ ହେଲେ। ଚଳିତ ନିର୍ବାଚନ ତାରିଖ ଘୋଷଣା...

ଯୁବକଙ୍କୁ ନିର୍ମମ ହତ୍ୟା: ବେକକୁ ମୋଡ଼ି ଜଙ୍ଘ ଭାଙ୍ଗିଦେଲେ

କେନ୍ଦୁଝର,୨୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ପଳାଶପଙ୍ଗା ବିଟ୍‌ ଅନ୍ତର୍ଗତ ହାଣ୍ତିଭଙ୍ଗା ପଞ୍ଚାୟତ ଫକୀରପୁର ଗ୍ରାମରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା...

ମା’ଙ୍କ ଆଗରେ ଚାଲିଗଲା ପୁଅର ଜୀବନ

ପାଟଣା ,୨୭।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର କୁଆପଶି ନିକଟରେ ବୁଧବାର ପୂର୍ବାହ୍ନରେ ୨...

ବୈତରଣୀରେ ଅଘଟଣ: ଗାଧୋଇବାକୁ ଯାଇ ନାବାଳକ ନିଖୋଜ

ପାଟଣା୨୬।୩(ବୀର କିଶୋର ଦାଶ): ହୋଲି ଖେଳ ହେଲା କାଳ। ଜଣେ ୧୫ବର୍ଷୀୟ ନାବାଳକ ହୋଲି ଖେଳି ମଙ୍ଗଳବାର ଅପରାହ୍ନରେ ସାଙ୍ଗମାନଙ୍କ ସହ ବୈତରଣୀ ନଦୀକୁ ଗାଧୋଇବାକୁ...

ନିଆରା ଢ଼ଙ୍ଗରେ ହୋଲି, ନିଷ୍ପତ୍ତି ଥିଲା ଏମତି…

ପାଟଣା,୨୬।୩(ବୀର କିଶୋର ଦାଶ): ରଙ୍ଗର ପର୍ବ ହୋଲିକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି କେନ୍ଦୁଝର ଜିଲା ପାଟଣା ଯୁବକମାନେ। ପାଟଣା ବ୍ଲକ ବଡପାଟଣା ପଞ୍ଚାୟତ ସ୍ବାମ...

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌, ଗାଡ଼ି ଭିତରେ ଚାପିହେଲେ ଡ୍ରାଇଭର

ପାଟଣା,୨୬।୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନଂ. ମୁମ୍ବାଇ କୋଲକାତା ଜାତୀୟ ରାଜପଥ ଧନୁର୍ଜୟପୁର ନିକଟରେ ମଙ୍ଗଳବାର ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri