Posted inଖେଳ

୨୦୨୩ ହକି ବିଶ୍ୱକପ୍‌ ଆୟୋଜନ: ବିଡ୍‌ ଦାଖଲ କଲା ଭାରତ

ଲାଉସେନ,୧୮।୧୦(ପି.ଟି.)- ୨୦୨୩ରେ ଆୟୋଜନ ହେବାକୁଥିବା ହକି ବିଶ୍ୱକପ୍‌ର ଆଗାମୀ ସଂସ୍କରଣ ଆୟୋଜନ କରିବାକୁ ଭାରତ ଦାବି ଉପସ୍ଥାପନା କରିଛି। ଭାରତ ସମେତ ୩ଟି ଦେଶ ଏ ନେଇ ବିଡ୍‌ ଦାଖଲ କରିଛନ୍ତି ବୋଲି ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସୂଚନା ଦେଇଛି। ପୂର୍ବରୁ ଭାରତ ୩ଥର ହକି ବିଶ୍ୱକପ୍‌ ବେଶ୍‌ ସଫଳତାର ସହ ଆୟୋଜନ କରିଛି। ପୁଣିଥରେ ଭାରତ ୨୦୨୩ ଜାନୁୟାରୀ ୧୩ରୁ ୨୯ ତାରିଖ ମଧ୍ୟରେ ଏହି ମେଗା ଇଭେଣ୍ଟ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଛି।
ବିଡ୍‌ ଦାଖଲ କରିଥିବା ଅନ୍ୟ ଦୁଇ ଦେଶ ହେଲେ ବେଲଜିୟମ ଓ ମାଲେସିଆ। ଭାରତ ସମେତ ଏହି ଦୁଇ ଦେଶ ବିଡିଂ ଡୋଜିୟର ବା ଦସ୍ତାବିଜ୍‌ ଏଫ୍‌ଆଇଏଚ୍‌ ନିକଟକୁ ପଠାଇଛି। ତେବେ ଏହି ବିଶ୍ୱକପ୍‌କୁ ୨୦୨୨ ଜୁଲାଇ ୧ରୁ ୧୭ ତାରିଖ ମଧ୍ୟରେ ଆୟୋଜନ କରିବାକୁ ଅଗ୍ରାଧିକାର ଦେଇଛନ୍ତି।
ଅନ୍ୟପଟେ ମହିଳା ବିଶ୍ୱକପ୍‌ ଆୟୋଜନ ପାଇଁ ୫ଟି ଦେଶ ବିଡ୍‌ ଦାଖଲ କରିଛନ୍ତି। ଜର୍ମାନୀ, ସ୍ପେନ ଓ ନେଦରଲାଣ୍ଡ୍ସ ଏହି ମେଗା ଇଭେଣ୍ଟକୁ ୨୦୨୨ ଜୁଲାଇ ୧ରୁ ୧୭ ତାରିଖରେ ମଧ୍ୟରେ ଆୟୋଜନ କରିବାକୁ ଇଚ୍ଛା ଜାହିର କରିଛନ୍ତି। ସେହିପରି ମାଲେସିଆ ଓ ନ୍ୟୁଜିଲାଣ୍ଡ ଏହି ଟୁର୍ନାମେଣ୍ଟ ୨୦୨୩ ଜାନୁୟାରୀ ୧୩ରୁ ୨୯ ତାରିଖ ମଧ୍ୟ ଆୟୋଜନ କରିବାକୁ ଳକ୍ଷ୍ୟ ରଖିଛନ୍ତି। ବିଶ୍ୱକପ୍‌ ଆୟୋଜନ କରିବାକୁ ବହୁ ଦେଶ ଓ ଫେଡେରେଶନ ଇଚ୍ଛା ପ୍ରକାଶ କରିବା ଖୁସିର କଥା ଓ ଏହା ଦ୍ୱାରା ହକିର ଆହୁରି ପ୍ରଚାର ଓ ପ୍ରସାର ହେବ ବୋଲି ଏଫ୍‌ଆଇଏଚ୍‌ ସିଇଓ ଥିଏରି ଓ୍ବେଲ କହିଛନ୍ତି।
ଏଫ୍‌ଆଇଏଚ୍‌ ଟାକ୍ସ ଫୋର୍ସ ଏ ସଂକ୍ରାନ୍ତରେ ନଭେମ୍ବର ୬ ତାରିଖରେ ବୈଠକ ବସିବ ଓ ବିଡ୍‌ ଦାଖଲ କରିଥିବା ଦେଶଗୁଡିକର ଦସ୍ତାବିଜର ପରୀକ୍ଷା କରିବ। ଏହାପରେ କାର୍ଯ୍ୟନିର୍ବାହୀ ବୋର୍ଡ (ଇବି) ଅନୁମୋଦନ ପାଇଁ ଏହାକୁ ପଠାଯିବ। ନଭେମ୍ବର ୮ ତାରିଖରେ ଏଠାରେ ଏକ ବୈଠକରେ ବସି ଇବି ପୁରୁଷ ଓ ମହିଳା ବିଶ୍ୱକପ୍‌ ଆୟୋଜନ ସଂକ୍ରାନ୍ତରେ ଅନ୍ତିମ ନିଷ୍ପତ୍ତି ନେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ…

ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ…

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri