୨୦୨୧ରେ ଜନଗଣନା;ମୋବାଇଲ ଫୋନ, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ନିଆଯିବ

ନୂଆଦିଲ୍ଲୀ,୪-୮: ଭାରତ ସରକାର ଜନଗଣନା କରିବାକୁ ଯାଉଛନ୍ତି। ୨୦୨୧ରେ ଦେଶରେ ଜଣଗଣନା ହେବ। ଏହି ପ୍ରକ୍ରିୟାରେ ସରକାରୀ କର୍ମଚାରୀ ଘରକୁ ଘର ବୁଲି ପରିବାରଠାରୁ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବେ। ପରିବାରରେ ଲୋକସଂଖ୍ୟା, ଆର୍ଥିକ ସ୍ତର, ଧର୍ମ, ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ ଫୋନ, ଇଣ୍ଟରନେଟ ବ୍ୟବହାର,ଡିଟୁଏଚ୍‌/କେବୁଲ ଟିଭି ସଂଯୋଗ, ବାସସ୍ଥାନ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ।
ଜନଗଣନା ପ୍ରକ୍ରିୟା ୩ ପର୍ଯ୍ୟାୟ ବିଶିଷ୍ଟ ହେବ। ପ୍ରଥମ ପଯର୍‌ୟାୟ ଏପ୍ରିଲ ୨୦୨୦ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ଶେଷ ହେବ। ଦ୍ୱିତୀୟ ପର୍ଯ୍ୟାୟ ୨୦୨୧ ଫେବୃୟାରୀ ୯ରୁ ୨୮ ଯାଏ ଚାଲିବ। ମାର୍ଚ୍ଚ ପହିଲାରୁ ୫ ମଧ୍ୟରେ ସଂଶୋଧନ କରାଯାଇପାରିବ। ସୂଚନାଥାଉ କି, ୨୦୧୧ରେ ପ୍ରଥମ ଥର ନ୍ୟାଶନାଲ ପପୁଲେଶନ ରେଜିଷ୍ଟର(ଏନ୍‌ପିଆର୍‌) ପ୍ରସ୍ତୁତ କରାଯାଇଥିଲା। ଏହାକୁ ସରକାର ୨୦୧୬ରେ ଜାରି କରିଥିଲେ। ୧୪୮ ବର୍ଷର ଇତିହାସରେ ପ୍ରଥମଥର ଜନଗଣନା ତଥ୍ୟ ଏକ ମୋବାଇଲ ଆପ୍‌ ଜରିଆରେ ସଂଗ୍ରହ କରାଯିବ। ଏହି ଆପ୍‌ ଆଣ୍ଡ୍ରଏଡ୍‌ ଫୋନରେ ଉପଲବ୍ଧ ହେବ। ଚଳିତଥର ଜଣଗଣନା ବେଳେ ଜାତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ ନାହିଁ। ୨୦୧୧ରେ ଜନଗଣନା ବେଳେ ସାମାଜିକ-ଅର୍ଥନୈତିକ ଜାତିଭିତ୍ତିକ ଜନଗଣନା କରାଯାଇଥିଲେ ସୁଦ୍ଧା ଏହା ଆଜିଯାଏ ପ୍ରକାଶ କରାଯାଇନାହିଁ। ୩୪ ପ୍ରସଙ୍ଗ ଆଧାରରେ ଜନଗଣନା କରାଯିବ। ତେବେ ଚଳିତ ଜନଗଣନାରେ ପରିବାରରେ ପୁରୁଷ ଓ ମହିଳାଙ୍କ ସଂଖ୍ୟା କେତେ ସେ ସମ୍ପର୍କରେ ପ୍ରଶ୍ନ ପଚରାଯିବ ନାହିଁ।
ଜଣେ ଅଧିକାରୀ କହିଛନ୍ତି ଯେ, ଡାଟା ତୁଳନା କରିବା ବେଳେ ଏହାକୁ ନେଇ ତର୍ଜମା ହେଉ ନ ଥିବାରୁ ଏହାକୁ ଚଳିତ ଜନଗଣନାରୁ ବାଦ୍‌ ଦିଆଯାଇଛି। ଏଥର ତୃତୀୟ ଲିଙ୍ଗ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ଜମ୍ମୁ-କଶ୍ମୀର, ବରଫାଞ୍ଚଳ କୁହାଯାଉଥିବା ହିିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ୨୦୨୦ ସେପ୍ଟେମ୍ବର ୧୧ରୁ ୩୦ ଯାଏ ସଂଖ୍ୟା ନିରୂପଣ କରାଯିବ। ଅକ୍ଟୋବର ପହିଲାରୁ ୫ ମଧ୍ୟରେ ସଂଶୋଧନ କରାଯାଇପାରିବ। ଏହିସବୁ ଅଞ୍ଚଳରେ ୨୦୨୦ ଅକ୍ଟୋବର ପହିଲାରୁ ଜନଗଣନା କରାଯିବ। ଜଣେ ଅଧିକାରୀ କହିଛନ୍ତି ଯେ, ୨୦୧୧ ଜନଗଣନାରେ ୨୭ ଲକ୍ଷ କର୍ମଚାରୀ ନିୟୋଜିତ ଥିବା ବେଳେ ଚଳିତ ଥର ୩୧ ଲକ୍ଷ ନିୟୋଜିତ ହେବେ। ଜନଗଣନା ଲାଗି ନିୟୋଜିତ କର୍ମଚାରୀଙ୍କୁ ୯୦ ଜାତୀୟ ପ୍ରଶିକ୍ଷକ, ୧୮୦୦ ମାଷ୍ଟର ଟ୍ରେନର ଓ ଯଥେଷ୍ଟ ସଂଖ୍ୟାରେ ଫିଲ୍ଡ ଟ୍ରେନରଙ୍କୁ ନିଯୁକ୍ତ କରାଯିବ। ସେମାନେ ଫିଲ୍ଡରେ ବୁଲିବାକୁ ଥିବା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବେ। ୨୦୨୧ର ଜନଗଣନା ଲାଗି ଚଳିତ ବର୍ଷ ଅଗଷ୍ଟ ୧୨ରୁ ସେପ୍ଟେମ୍ବର ୩୦ ମଧ୍ୟରେ ପ୍ରାକ୍‌ ପ୍ରସ୍ତୁତି ଆୟୋଜନ କରାଯିବ। ଏଥିରେ ଦେଶର ୫ ହଜାର ବ୍ଲକ୍‌ରେ ଜନଗଣନାକାରୀ ୪୦ରୁ ୫୦ ଲକ୍ଷ ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri