୧୮୫ ଦେଶରେ କରୋନା: ଇଟାଲି ଜନଶୂନ୍ୟ; ଦିନେ ଗହଳି ଥିବା ଅଞ୍ଚଳରେ ଏବେ ଉଡୁଛି ପାରା

ଓ୍ବାଶିଂଟନ,୨୧।୩: ମହାମାରୀ କରୋନା ପୃଥିବୀର ୧୮୫ଟି ଦେଶରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ଶନିବାର ସୁଦ୍ଧା ୨ ଲକ୍ଷ ୭୫ ହଜାର ୯୯୭ରେ ପହଞ୍ଚିଛି। ଚାଇନାରେ କରୋନା ଦୁର୍ବଳ ହେବାପରେ ଏବେ ଇଟାଲିରେ ଆତଙ୍କ ସୃଷ୍ଟି କରିଛି। ଇଟାଲିରେ ମୃତକଙ୍କ ସଂଖ୍ୟା ୪ ହଜାର ୩୨ ଛୁଇଁଛି। ଏଠାରେ ଲୋକଙ୍କୁ ଘରୁ ନ ବାହାରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଫଳରେ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି। ସ୍ଥାନେ ସ୍ଥାନେ ସୁରକ୍ଷାକର୍ମୀଙ୍କୁ ଦେଖିବାକୁ ମିଳୁଛି। ଦିନେ ଗହଳି ଥିବା ଅଞ୍ଚଳରେ ଏବେ ପାରା ଉଡ଼ି ବୁଲୁଛନ୍ତି। ଆମେରିକାରେ ମଧ୍ୟ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ କରୋନା ସଂକ୍ରମଣ ମୃତ୍ୟୁ ସଂଖ୍ୟା ୨୬୪ରେ ପହଞ୍ଚିଛି। ଆମେରିକା ସୈନ୍ୟ ବାହିନୀରେ ସଂକ୍ରମିତଙ୍କ ସଂଖ୍ୟା ୧୨୮ ହୋଇଛି। ତେଣୁ ଏବେ ସୈନ୍ୟ ବାହିନୀରେ ନିଯୁକ୍ତି ଉପରେ ସାମୟିକ କଟକଣା ଜାରି କରାଯାଇଛି। ନ୍ୟୁଜିଲାଣ୍ଡରେ ୫୩ଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଆଲର୍ଟ ସିଷ୍ଟମ ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?