Posted inରାଜ୍ୟ

୧୬ରେ ଆଣ୍ଡାମାନ ଛୁଇଁବ ମୌସୁମୀ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ଏବଂ ଏହାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଉପକୂଳରେ ଆସନ୍ତା ୧୩ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ୭୨ ଘଣ୍ଟା ପରେ ଲଘୁଚାପ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛିି। ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ବାଟ ଫିଟାଇଛି। ଆସନ୍ତା ୧୬ ତାରିଖ ସୁଦ୍ଧା ମୌସୁମୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ଏବଂ ନିକୋବରର କେତେକ ଅଞ୍ଚଳକୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ଏଥିଯୋଗୁ ସେହି ସବୁ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ମଧ୍ୟ ସୂଚନା ଦିଆଯାଇଛି।
ଏହା ଛଡ଼ା ରାଜସ୍ଥାନରୁ ଛତିଶଗଡ଼ ଏବଂ ବିହାର ଓ ଛତିଶଗଡ଼ ଉପରେ ମଧ୍ୟ ଆଉ ଦୁଇଟି ଟ୍ରପ ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ଦିନ ଯାଏ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ରାଜ୍ୟର ଅନ୍ୟାନ୍ୟ ଭାଗରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ସମୟରେ ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ବୌଦ୍ଧ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ପବନର ବେଗ ୩୦ରୁ ୪୦ କି.ମି. ହେବ ବୋଲି ଅନୁମାନ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଯାଇଛି। କେନ୍ଦୁଝରରେ ସର୍ବାଧିକ ୩୧.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକ ୧୬.୪ ଏବଂ ଭୁବନେଶ୍ୱରରେ ସର୍ବାଧିକ ୧୪.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସୋମବାର ରାଜ୍ୟର କେତେକ ସ୍ଥାନରେ ତାତି ମଧ୍ୟ ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁଯାୟୀ ତାଳଚେରରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣା ୪୦.୫, ଟିଟିଲାଗଡ଼ ୪୧, ମାଲକାନଗିରି ୪୦.୫, ସୋନପୁର ୩୯ ଏବଂ ପାରଳାଖେମୁଣ୍ଡିରେ ସର୍ବାଧିକ ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Vaibhav Suryavanshi Car Collection: ଲାଇସେନ୍ସ ବିନା ମଧ୍ୟ, ବୈଭବଙ୍କ ପାଖରେ ରହିଛି ବହୁ ମୂଲ୍ୟବାନ କାର କଲେକ୍ସନ, ଦାମ ଶୁଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୨୮।୫: ବର୍ତ୍ତମାନ କ୍ରିକେଟ ଜଗତରେ କେବଳ ଗୋଟିଏ ନାମ ପ୍ରାଧାନ୍ୟ ବିସ୍ତାର କରୁଛି, ଏବଂ ସେହି ନାମଟି ଆଉ କାହାରି ନୁହେଁ ବରଂ ୧୫ ବର୍ଷୀୟ ବାମହାତୀ…

ଭାଜପା ସଙ୍ଗଠନରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ୪ ରାଜ୍ୟର ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୮।୫: ଗୁରୁବାର (୨୮ ମଇ) , ଭାଜପା ଚାରୋଟି ରାଜ୍ୟରେ ରାଜ୍ୟ ସଭାପତି ବା ପଦେଶ ଅଧ୍ୟକ୍ଷ ପରିବର୍ତ୍ତନ ଘୋଷଣା କରିଛି। ଦିଲ୍ଲୀରେ, ବୀରେନ୍ଦ୍ର ସଚଦେବଙ୍କ ସ୍ଥାନରେ…

CBSE ମୂଲ୍ୟାୟନ ପ୍ରସଙ୍ଗ: ପାଲଟା ଆକ୍ରମଣ କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲ ଗାନ୍ଧୀ ହତାଶ….

ନୂଆଦିଲ୍ଲୀ,୨୮ା୫: CBSEର ଅନ୍-ସ୍କ୍ରିନ୍ ମାର୍କିଂ ସିଷ୍ଟମକୁ ନେଇ ସାରା ଦେଶରେ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧୀ ଦଳ ନେତା…

କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ସିଦ୍ଧରାମାୟା? କହିଲେ ସବୁଠାରୁ ବଡ଼ କାରଣ

ବେଙ୍ଗାଲୁରୁ,୨୮।୫: କର୍ନାଟକ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରାମାୟା ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କ ସଚିବଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।…

କାନାଡାରେ ଭାରତୀୟ ଛାତ୍ରୀଙ୍କୁ ଛୁରୀ ଭୁସି ହତ୍ୟା, କାନ୍ଦବୋବାଳିରେ ଫାଟି ପଡୁଛି…

ନୂଆଦିଲ୍ଲୀ,୨୮ା୫: କାନାଡା ମାଟିରେ ଜଣେ ଭାରତୀୟ ମହିଳାଙ୍କ ହତ୍ୟା ସହିତ ଜଡିତ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଗୁଜରାଟର ଜଣେ ୨୨ ବର୍ଷୀୟ ମହିଳାଙ୍କୁ ଛୁରି…

ATM ଟଙ୍କା ଉଠାଇବା ଫେଲ୍‌ ହେଲେ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ: RBI ବଦଳାଇଲା ୫ଟି ବଡ଼ ନିୟମ

ମୁମ୍ବାଇ,୨୮।୫: ଯଦି ଆପଣ ବ୍ୟାଙ୍କ ଋଣର ଇଏମଆଇ (EMI) ପରିଶୋଧ କରୁଛନ୍ତି, ଏଟିଏମ (ATM) ବ୍ୟବହାର କରୁଛନ୍ତି କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ଅନଲାଇନ କାରବାର କରୁଛନ୍ତି,…

୨୫ ଦିନରେ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା, ବିଧାୟକ ଅସ୍ଥାୟୀ ମଣ୍ଡପରେ ପହଞ୍ଚି…

ଛତ୍ରପୁର,୨୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଲାଗି ଉଠୁଛି ପଡୁଛି ସାରା ସହର। ଗୁରୁବାର ଯାତ୍ରାର ୨୫ଦିନ ଅବସରରେ…

ଶିବକୁମାରଙ୍କୁ ନେଇ ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ, ଯେଉଁମାନେ କଷ୍ଟକର ସମୟରେ…

ବେଙ୍ଗାଲୁରୁ,୨୮ା୫: କର୍ନାଟକର କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଏବେ ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ସହିତ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri