୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଛାତ୍ର ଗୁରୁତର

ନୟାଗଡ଼ ଅଫିସ,୧୭ା୧୧- ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ନବମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ସେ ହେଲେ ନୟାଗଡ଼ ଜିଲା ଶରଣକୁଳ ଥାନା ଶିଖରପୁର ଗ୍ରାମର ନିରାକାର ବାଡ଼ତିଆଙ୍କ ପୁଅ ଜିତୁନ (୧୫)।
ମିଳିଥିବା ସୂଚନା ଅନୁସାରେ, ଶନିବାର ଅପରାହ୍ନରେ ଜିତୁନ ଓ ଗ୍ରାମର ଅନ୍ୟ ପିଲାମାନେ ବିଦ୍ୟାଳୟ ପଡ଼ିଆରେ ଫୁଟବଲ୍‌ ଖେଳୁଥିଲେ। ଖେଳୁଥିବା ସମୟରେ ଫୁଟବଲ୍‌ଟି ବିଦ୍ୟାଳୟ କଡରେ ଥିବା ଏକ ଆମ୍ବ ଗଛରେ ଯାଇ ଲାଗି ଯାଇଥିଲା। ଫଳରେ ବଲ୍‌ କାଢ଼ିବା ପାଇଁ ଜିତୁନ ଆମ୍ବ ଗଛକୁ ଚଢ଼ିଥିବା ବେଳେ ଗଛ ଡାଳ ଦେଇ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ଡାଳରେ ଲାଖି ଯାଇଥିଲେ। ଜିତୁନଙ୍କ ମୁଣ୍ଡ ଓ ଦୁଇ ଗୋଡ଼ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପୋଡ଼ି ଯାଇଥିଲା। ତେବେ ସେହି ସମୟରେ ଲାଇନ୍‌ ଚାଲି ଯାଇଥିବାରୁ ଜିତୁନ ଅଳ୍ପକେ ବର୍ତ୍ତି ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା, ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ବିଦ୍ୟାଳୟ ପାଚେରିକୁ ଲାଗି ୧୧ କେଭି ବିଦ୍ୟୁତ୍‌ ତାର ଯାଇଥିବା ବେଳେ ପୂର୍ବରୁ ଏଥିରେ ଲାଗି ୩ଟି ମାଙ୍କଡ଼ଙ୍କ ମୃତ୍ୟୁ ଘଟିଛି। ୧୧ କେଭି ତାରଟିକୁ ଅନ୍ୟବାଟେ ନେବା ପାଇଁ ଗ୍ରାମବାସୀ ବିଦ୍ୟୁତ୍‌ ବିଭାଗକୁ ଜଣାଇଥିଲେ ମଧ୍ୟ ବିଭାଗ ଏହାକୁ ଅଣଦେଖା କରୁଛି। ବିଭାଗର ଅବହେଳା ଯୋଗୁ ଜିତୁନଙ୍କ ଏହିଭଳି ଅବସ୍ଥା ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?