୧୧ଲକ୍ଷ ୩୫ ହଜାର ଭତ୍ତା ଟଙ୍କା ଲୁଟ୍‌ ଘଟଣା: ୪ ଅଭିଯୁକ୍ତ ଗିରଫ, ୪ଲକ୍ଷ ଉଦ୍ଧାର

ସୁନ୍ଦରଗଡ଼/କୁଆଁରମୁଣ୍ଡା, ୧୨।୧୨ (ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ୫ଟି ପଞ୍ଚାୟତର ୧୧ଲକ୍ଷ ୩୫ ହଜାର ଭତ୍ତା ଟଙ୍କା ଲୁଟ୍‌ ଘଟଣାରେ ପୋଲିସ ୭ ସପ୍ତାହ ପରେ ମଙ୍ଗଳବାର ରାତିରେ ପୁଣି ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଏବୋଗା ଥାନା ଝୁନମୁରର ସାମୁଏଲ ଏକ୍କା, ବୀରମିତ୍ରପୁର ଥାନା ଅନ୍ତର୍ଗତ କରବଲା ରୋଡ଼ର ଏମ୍‌ଡି ତାରିକ ସାଲିମ, ବଣାଇର ନିତିଶ ମିଶ୍ର, ବୀରମିତ୍ରପୁରର ପିଣ୍ଟୁ ସାହୁ। ସେମାନଙ୍କଠାରୁ ୪ଲକ୍ଷ ୧୦ହଜାର ଟଙ୍କା ଉଦ୍ଧାର କରାଯାଇଛି। ଏହା ସହ ୨ ପିସ୍ତଲ, ୩ ଅଫୁଟା ଗୁଳି, ୪ ମୋବାଇଲ ଫୋନ ଓ ୨ ବାଇକ୍‌ ଜବତ କରାଯାଇଥିବା ବୁଧବାର ବୀରମିତ୍ରପୁର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରା ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ଅନୁସାରେ ଗତ ଅକ୍ଟୋବର ୧୫ରେ ୫ଟି ପଞ୍ଚାୟତର ଭତ୍ତା ବାବଦରେ ୧୧ଲକ୍ଷ ୩୫ ହଜାର ୬୦୦ ଟଙ୍କା ଧରି ରାଉରକେଲାରୁ ଆସୁଥିବା ଆଇସିଆଇସିଆଇ ବ୍ୟାଙ୍କର କ୍ୟାଶଭ୍ୟାନରୁ ବନ୍ଧୁକ ମୁନରେ ଡକାୟତି ହୋଇଥିଲା। ଘଟଣା ପରେ ତୁରନ୍ତ ଘଟଣାସ୍ଥଳରେ ସନ୍ଧାନୀ ଦଳଙ୍କ ସହ ଛାନ୍‌ଭିନ୍‌ କରାଯାଇଥିଲା। ଏହା ପରେ ଉକ୍ତ ଲୁଟ୍‌ ଘଟଣାର ମାଷ୍ଟରମାଇଣ୍ଡ ଅନିଲ୍‌ ମିସ୍ତ୍ରି ଓ କୁଆଁରମୁଣ୍ଡା ପଞ୍ଚାୟତର ଯୋଗାଣ ସହାୟକ ଅମିତ୍ର ପାତ୍ରଙ୍କୁ ସେତେବେଳେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୪ଜଣ ଫେରାର୍‌ ହୋଇଯାଇଥିଲେ। ସେମାନଙ୍କୁ ଧରିବା ପାଇଁ ଏସ୍‌ପି ମିଶ୍ରାଙ୍କ ତତ୍ତ୍ୱାବଧାନରେ ଡ଼ିଭିଏଫ୍‌ ( ଡ଼ିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟର ଫୋର୍ସ) ଓ ପୋଲିସକୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ଘଟଣାର ୭ ସପ୍ତାହ ପରେ ଅର୍ଥାତ୍‌ ମଙ୍ଗଳବାର ବିଳମ୍ବିତ ରାତିରେ ଫେରାର୍‌ ଥିବା ୪ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲା।
ଏସ୍‌ପିଙ୍କ ସୂଚନା ଅନୁସାରେ ଏମ୍‌ଡି ତାରିକ ସାଲିମ ଉକ୍ତ ଘଟଣାରେ ଅଭିଯୁକ୍ତମାନଙ୍କୁ ପିସ୍ତଲ ଯୋଗାଇଥିଲେ। ଅଭିଯୁକ୍ତ ସାମୁଏଲ ଏକ୍କା ବିଭିନ୍ନ ଅପରାଧିକ ଘଟଣାରେ ଜଡ଼ିତ ଥିଲେ। ରାଜଗାଙ୍ଗପୁର, କୁତ୍ରା, ବୀରମିତ୍ରପୁର, ସୁନ୍ଦରଗଡ଼ ସଦର, ବ୍ରାହ୍ମଣୀ ତରଙ୍ଗ ଓ ଉଦିତନଗର ଥାନାରେ ବିଭିନ୍ନ ମାମଲାରେ ଏକାଧିକ ଥର ଜେଲ୍‌ ଯାଇଛନ୍ତି। ସେହିପରି ବୀରମିତ୍ରପୁର ଅଞ୍ଚଳର ପିଣ୍ଟୁ ସାହୁ ଗତ ୨୦୧୭ରେ ୨ଟି ଅପରାଧିକ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ରହି ଜେଲ୍‌ ଯାଇଥିଲେ। ଏହି ଖବରଦାତା ସମ୍ମିଳନୀରେ ଏସ୍‌ପି ମିଶ୍ରାଙ୍କ ସମେତ ବୀରମିତ୍ରପୁର ଏସ୍‌ଡିପିଓ ନିବେଦିତା ସୋରେନ, ରାଜଗାଙ୍ଗପୁର ଏସ୍‌ଡ଼ିପିଓ ବିଜୟ କୁମାର ନନ୍ଦ, ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝି, କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ହୃଷୀକେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri