୧୦ ଦିନରେ ଚେନ୍ନାଇରୁ ମୟୂରଭଞ୍ଜ

ବିଶୋଇ,୨୩ା୫(ଡି.ଏନ୍‌.ଏ.)-କରୋନା ଯୋଗୁ ବର୍ତ୍ତମାନ ସାରା ଦେଶରେ ଲକ୍‌ଡାଉନ ପରିସ୍ଥିତି ଜାରି ହୋଇଥିବାବେଳେ ଏଥିରେ ନିଜର ପରିବାର ପୋଷଣ ନିମନ୍ତେ ବାହାର ରାଜ୍ୟକୁ ଯାଇଥିବା ପ୍ରବାସୀ ଓଡିଆଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଲକ୍‌ଡାଉନ କାରଣରୁ ବାହାର ରାଜ୍ୟର ଅଧିକାଂଶ ଘରୋଇ କମ୍ପାନୀ ବନ୍ଦ ହେବା ଯୋଗୁ ପ୍ରବାସୀମାନେ କାମ ନ ପାଇ ଭୋକ ଉପାସରେ ଦିନ କାଟୁଛନ୍ତି। କାମକରି ପୂର୍ବରୁ ସଞ୍ଚୟ କରି ରଖିଥିବା କିଛି ଧନ ଖର୍ଚ୍ଚ କରି ଏବେ ଏହି ପ୍ରବାସୀମାନେ ଘରମୁହାଁ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ପ୍ରବାସୀ ଚାଲି ଚାଲି ଆସିବା ସହିତ କେତେକ ଟ୍ରେନ ଓ ଅନ୍ୟ କେତେକ ପ୍ରବାସୀ ନିଜ ଖର୍ଚ୍ଚରେ ବସ ଭଡ଼ା କରି ନିଜ ଘରକୁ ଫେରୁଛନ୍ତି। ତେବେ ଆର୍ଥିକ ଅନାଟନ କାରଣରୁ କେତେକ ପ୍ରବାସୀଙ୍କ ନିମନ୍ତେ ସାଇକେଲ ହିଁ ଏକ ମାତ୍ର ଭରସା ପାଲଟିଛି। ଏହିପରି ଏକ ଘଟଣା ମୟୂରଭଞ୍ଜ ଜିଲା ବିଶୋଇ ଅଞ୍ଚଳରେ ଘଟିଛି। ଏହି ବ୍ଲକର ଲୁହାକାନି ପଞ୍ଚାୟତର ଢିପୁସାହି, ଡୁମୁରିଆ ଓ ଭୋଳବେଡା ଗ୍ରାମର ଆଦିବାସୀ ସମ୍ପ୍ରଦାୟର ଜଣେ ଯୁବତୀ ଓ ୭ ଜଣ ଯୁବକଙ୍କୁ ମିଶାଇ ସମୁଦାୟ ୮ ଜଣ ଚେନ୍ନାଇର ବ୍ରାଣ୍ଡ ଷ୍ଟିଲ ନାମକ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ତେବେ ଲକଡାଉନ ଯୋଗୁ କମ୍ପାନୀ ବନ୍ଦ ହେବା ଫଳରେ ସେମାନେ ସଞ୍ଚୟ ରଖିଥିବା ଟଙ୍କାରେ କିଛିଦିନ ଚଳିବା ପରେ ଅନ୍ୟ କିଛି ଉପାୟ ନ ପାଇ ପାଖରେ ବଳକା ଥିବା ଟଙ୍କାରେ ସାଇକେଲ କିଣି ଘରମୁହାଁ ହୋଇଥିଲେ। ଏହି ୮ ଜଣ ଗତ ୧୩ ତାରିଖରେ ଚେନ୍ନାଇରୁ ବାହାରି ଶୁକ୍ରବାର ସକାଳେ ନିଜ ଅଞ୍ଚଳରେ ପହଞ୍ଚି ଥିଲେ। ସେମାନେ ୧୦ ଦିନ ମଧ୍ୟରେ ୧୬୦୦ କି.ମି ଅତିକ୍ରମ କରିଥିଲେ। ଭିଟାମାଟିରେ ପହଞ୍ଚି ପ୍ରଥମେ ବିଶୋଇ ବ୍ଲକର ଖଡ଼ମବେଡାଠାରେ ଥିବା ଆଇସୋଲେଶନ ସେଣ୍ଟରରେ ନିଜ ନାମ ପଞ୍ଜୀକରଣ କରିଥିଲେ। ପରେ ପଞ୍ଚାୟତ ପକ୍ଷରୁ ସେମାନଙ୍କୁ ଲୁହାକାନି ପଞ୍ଚାୟତରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri