୧୦ ଦିନରେ ଚେନ୍ନାଇରୁ ମୟୂରଭଞ୍ଜ

ବିଶୋଇ,୨୩ା୫(ଡି.ଏନ୍‌.ଏ.)-କରୋନା ଯୋଗୁ ବର୍ତ୍ତମାନ ସାରା ଦେଶରେ ଲକ୍‌ଡାଉନ ପରିସ୍ଥିତି ଜାରି ହୋଇଥିବାବେଳେ ଏଥିରେ ନିଜର ପରିବାର ପୋଷଣ ନିମନ୍ତେ ବାହାର ରାଜ୍ୟକୁ ଯାଇଥିବା ପ୍ରବାସୀ ଓଡିଆଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଲକ୍‌ଡାଉନ କାରଣରୁ ବାହାର ରାଜ୍ୟର ଅଧିକାଂଶ ଘରୋଇ କମ୍ପାନୀ ବନ୍ଦ ହେବା ଯୋଗୁ ପ୍ରବାସୀମାନେ କାମ ନ ପାଇ ଭୋକ ଉପାସରେ ଦିନ କାଟୁଛନ୍ତି। କାମକରି ପୂର୍ବରୁ ସଞ୍ଚୟ କରି ରଖିଥିବା କିଛି ଧନ ଖର୍ଚ୍ଚ କରି ଏବେ ଏହି ପ୍ରବାସୀମାନେ ଘରମୁହାଁ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ପ୍ରବାସୀ ଚାଲି ଚାଲି ଆସିବା ସହିତ କେତେକ ଟ୍ରେନ ଓ ଅନ୍ୟ କେତେକ ପ୍ରବାସୀ ନିଜ ଖର୍ଚ୍ଚରେ ବସ ଭଡ଼ା କରି ନିଜ ଘରକୁ ଫେରୁଛନ୍ତି। ତେବେ ଆର୍ଥିକ ଅନାଟନ କାରଣରୁ କେତେକ ପ୍ରବାସୀଙ୍କ ନିମନ୍ତେ ସାଇକେଲ ହିଁ ଏକ ମାତ୍ର ଭରସା ପାଲଟିଛି। ଏହିପରି ଏକ ଘଟଣା ମୟୂରଭଞ୍ଜ ଜିଲା ବିଶୋଇ ଅଞ୍ଚଳରେ ଘଟିଛି। ଏହି ବ୍ଲକର ଲୁହାକାନି ପଞ୍ଚାୟତର ଢିପୁସାହି, ଡୁମୁରିଆ ଓ ଭୋଳବେଡା ଗ୍ରାମର ଆଦିବାସୀ ସମ୍ପ୍ରଦାୟର ଜଣେ ଯୁବତୀ ଓ ୭ ଜଣ ଯୁବକଙ୍କୁ ମିଶାଇ ସମୁଦାୟ ୮ ଜଣ ଚେନ୍ନାଇର ବ୍ରାଣ୍ଡ ଷ୍ଟିଲ ନାମକ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ତେବେ ଲକଡାଉନ ଯୋଗୁ କମ୍ପାନୀ ବନ୍ଦ ହେବା ଫଳରେ ସେମାନେ ସଞ୍ଚୟ ରଖିଥିବା ଟଙ୍କାରେ କିଛିଦିନ ଚଳିବା ପରେ ଅନ୍ୟ କିଛି ଉପାୟ ନ ପାଇ ପାଖରେ ବଳକା ଥିବା ଟଙ୍କାରେ ସାଇକେଲ କିଣି ଘରମୁହାଁ ହୋଇଥିଲେ। ଏହି ୮ ଜଣ ଗତ ୧୩ ତାରିଖରେ ଚେନ୍ନାଇରୁ ବାହାରି ଶୁକ୍ରବାର ସକାଳେ ନିଜ ଅଞ୍ଚଳରେ ପହଞ୍ଚି ଥିଲେ। ସେମାନେ ୧୦ ଦିନ ମଧ୍ୟରେ ୧୬୦୦ କି.ମି ଅତିକ୍ରମ କରିଥିଲେ। ଭିଟାମାଟିରେ ପହଞ୍ଚି ପ୍ରଥମେ ବିଶୋଇ ବ୍ଲକର ଖଡ଼ମବେଡାଠାରେ ଥିବା ଆଇସୋଲେଶନ ସେଣ୍ଟରରେ ନିଜ ନାମ ପଞ୍ଜୀକରଣ କରିଥିଲେ। ପରେ ପଞ୍ଚାୟତ ପକ୍ଷରୁ ସେମାନଙ୍କୁ ଲୁହାକାନି ପଞ୍ଚାୟତରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri