ହୃଦରୋଗ ଚିକିତ୍ସା ପାଇଁ ୪୩ ଶିଶୁ ଭୁବନେଶ୍ୱର ଗଲେ

ବରଗଡ଼ ଅଫିସ୍‌,୨୦।୭
ବରଗଡ଼ ଜିଲାର ୪୩ଜଣ ଶିଶୁଙ୍କୁ ହୃଦରୋଗ ଚିକିତ୍ସା ପାଇଁ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଶ୍ରୀ ସାଇ ଜନନୀ କ୍ୟାମ୍ପସକୁ ପ୍ରେରଣ କରାଯାଇଛି । ସେମାନଙ୍କ ମଧ୍ୟରେ ସୋହେଲା ବ୍ଲକର ୬, ଝାରବନ୍ଧ ୫, ପାଇକମାଳ ୮, ଗାଇସିଲେଟ ୪, ବରପାଲି ୪, ଅତାବିରାର ୭ ଜଣ ଶିଶୁ ଅଛନ୍ତି । ଶିଶୁଙ୍କ ସହିତ ସେମାନଙ୍କ ଅଭିଭାବକମାନେ ମଧ୍ୟ ଯାଇଛନ୍ତି । ସେମାନଙ୍କ ସହିତ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ(ଆରବିଏସକେ) ଅମୀୟ ସାହୁ, ବସନ୍ତ ସାମଲ, ଚୂଡ଼ାମଣି ଦେବତା, ଡା. ଯଯାତି ରାଉତ ପ୍ରମୁଖ ଯାଇଥିବାବେଳେ ୨ଟି ବସ୍‌ ଯୋଗେ ସମସ୍ତଙ୍କୁ ସେଠାକୁ ପଠାଯାଇଛି । ଗୁଜୁରାଟ ଅହମ୍ମଦାବାଦରୁ ଆସିଥିବା ଡାକ୍ତରୀ ଦଳ ଶନିବାର ସେହି ଶିଶୁମାନଙ୍କୁ ପ୍ରାରମ୍ଭିକ ଯାଞ୍ଚ କରି ଅସ୍ତ୍ରୋପଚାର ଦିବସ, ସମୟ ନିର୍ଦ୍ଧାରଣ କରିବେ ଏବଂ ପରବର୍ତ୍ତୀ ସମୟରେ ସେହି ଶିଶୁମାନଙ୍କୁ ପର୍ଯ୍ୟାୟକ୍ରମେ ଅସ୍ତ୍ରୋପଚାର ପାଇଁ ଗୁଜୁରାଟର ଅହମ୍ମଦାବାଦ ଓ ରାଜକୋଟ୍‌ ପଠାଯିବ । ସେଠାରେ ମାଗଣାରେ ହୃଦ ଅସ୍ତ୍ରୋପଚାର କରାଯିବ ବୋଲି ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି । ଶିଶୁମାନଙ୍କ ଯାତାୟାତ ଓ ଚିକିତ୍ସା ଖର୍ଚ୍ଚ ଆରବିଏସକେ ବହନ କରୁଥିବାବେଳେ ଏଠାରୁ ଶିଶୁମାନେ ଭୁବନେଶ୍ୱର ଯାତ୍ରା କରିବାବେଳେ ସ୍ଥାନୀୟ ବସଷ୍ଟାଣ୍ଡରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସାଧୁଚରଣ ଦାଶ, ଜାତୀୟ ସ୍ବାସ୍ଥ୍ୟ ମିଶନର ଡିପିଏମ ଶଙ୍କର ଆଚାର୍ଯ୍ୟ, ଆରବିଏସକେ ମ୍ୟାନେଜର ରାକେଶ ମହାପାତ୍ର ଏବଂ ଅନ୍ୟ ସ୍ବାସ୍ଥ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶୁଭ କାମନା ଜଣାଇଥିଲେ । ପ୍ରକାଶଥାଉକି, ଆରବିଏସକେ ତରଫରୁ ଡାକ୍ତରୀଦଳ ଜିଲାର ଗ୍ରାମଗୁଡ଼ିକୁ ଯାଇ ଏଭଳି ରୋଗୀ ଚିହ୍ନଟ କରିଥିଲେ । ଚିହ୍ନଟ ହେବା ପରେ ସେମାନଙ୍କୁ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ଜିଲା ମୁଖ୍ୟ ଡାକ୍ତରଖାନାରେ ପୁଣି ସେହି ଶିଶୁମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ସେମାନେ ହୃଦରୋଗରେ ପୀଡ଼ିତ ଥିବା ଜଣାପଡ଼ିବ


Enter your email to get our daily news in your inbox.

All Right Reserved By Dharitri.Com

ବୁର୍ଲା ଏମସିଏଲର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କ୍ୱାର୍ଟରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର,୧୩।୬,(ପ୍ରମୋଦ ବହିଦାର): ବୁର୍ଲା ଆନନ୍ଦ ବିହାର ସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମସିଏଲ)ର ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ମହିଳା ଜଣକ ହେଉଛନ୍ତି…

ଭୟଙ୍କର ସଡ଼କ ଦୁର୍ଘଟଣା: ବାପା-ଝିଅଙ୍କ ଚାଲିଗଲା ଜୀବନ

ସମ୍ବଲପୁର,୧୧ା୬(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ଝଙ୍କାର ବନ୍ଧ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ମା’-ଝିଅଙ୍କୁ ହତ୍ୟା କରିବା ପରେ ପୋଲିସକୁ ଡାକିଲେ ଅଭିଯୁକ୍ତ: ଆଉ ତା’ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ସମ୍ବଲପୁର/ପଡ଼ିଆବାହାଲ, ୯।୬ (ପ୍ରମୋଦ ବହିଦାର/ରାଧାମୋହନ ଷଡ଼ଙ୍ଗୀ):ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ଗିରିପାଲି ଅଞ୍ଚଳରେ ମା’ଝିଅଙ୍କୁ ରବିବାର ବିଳମ୍ବିତ ରାତିରେ ପଡ଼ୋଶୀ ଯୁବକ ବେଣ୍ଟଲଗା ସାଇକେଲ କ୍ରାଙ୍କରେ…

ଗିରିପାଲିରେ ଡବଲ ମର୍ଡର: ଚେନ କ୍ରାଙ୍କ ମାଡ଼ରେ ଚାଲିଗଲା ୨ ଜଣଙ୍କ ଜୀବନ

ସମ୍ବଲପୁର,୮।୬(ପ୍ରମୋଦ ବହିଦାର): ସମ୍ବଲପୁର ଶାସନଥାନା ଅନ୍ତର୍ଗତ ଗିରିପାଲିର ଖଡ଼ିଆପଡ଼ାରେ ମା’ ଓ ଝିଅଙ୍କୁ ବୀଭତ୍ସ ହତ୍ୟା ଭଳି ଏକ ଚାଞ୍ଚଲ୍ୟକର ଘଟଣାର ଖବର ମିଳିଛି। ତେବେ ପୂର୍ବ…

ପିକ୍‌ନିକ୍‌ କରିବାକୁ ଯାଇ ପାଓ୍ବାର ଚ୍ୟାନେଲ ପାଣିରେ ବୁଡ଼ି ଛାତ୍ର ନିଖୋଜ, ପ୍ରଖର ସ୍ରୋତରେ ଭାସି…

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଘଟିଛି ଏକ ଅଭାବନୀୟ ଘଟଣା। ପାଣିରେ ବୁଡ଼ି ଜଣେ ମେଧାବୀ ଛାତ୍ର ନିଖୋଜ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।…

ହୀରାକୁଦରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଯୁବକ ଗୁରୁତର

ସମ୍ବଲପୁର,୩ା୬(ପ୍ରମୋଦ ବହିଦାର): ହୀରାକୁଦରେ ପୂର୍ବ ଶତ୍ରୁତା ଓ ବାରମ୍ବାର ଗଣ୍ଡଗୋଳକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭମ୍‌ସାରରେ ଭର୍ତ୍ତି…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

ଶୌଚ ହେବାକୁ ଯାଇଥିଲେ ଲବ, ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

ସମ୍ବଲପୁର,୩।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକ ବୀରସିଂଗଡ ପଞ୍ଚାୟତ ଅନ୍ତର୍ଗତ କୁମେର ଗାଁରେ ବୁଧବାର ସକାଳୁ ଏକ ବାଣୁଆ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଶୋଚନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri