Posted inଫୁରସତ

ହୀରା ଗିଟାର

ଗିଟାରର ଧୂନ୍‌ କାହାକୁ ବା ଭଲ ନ ଲାଗେ। ଅନେକଙ୍କର ଏହା ଏକ ପ୍ରିୟ ବାଦ୍ୟଯନ୍ତ୍ର। ତେବେ ଏମିତି ଏକ ଗିଟାର ଅଛି, ଯାହାକୁ ଦେଖୁ ଦେଖୁ ଯେ କେହି ବି ତା’ ପ୍ରେମରେ ପଡ଼ିଯିବେ। ଆଉ ତାକୁ ପାଇବାର ସ୍ବପ୍ନ ଦେଖିବେ। କିନ୍ତୁ ତାକୁ ପାଇବା ସାତସପନ। କାରଣ ତାହା ପୃଥିବୀର ସବୁଠାରୁ ଦାମୀ ଗିଟାରଭାବେ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ‘ଦି ଇଡେନ୍‌ ଅଫ୍‌ କରୋନେଟ୍‌’ ନାମରେ ପରିଚିତ ଉକ୍ତ ଗିଟାରର ମୂଲ୍ୟ ପ୍ରାୟ ୨ ମିଲିୟନ ଡଲାର। ପ୍ରସିଦ୍ଧ ଗିଟାର ନିର୍ମାତା ଗିବ୍‌ସନ, ଗହଣା ଡିଜାଇନର ଆରୋନ୍‌ ସୁମ୍‌ ଏବଂ ସଙ୍ଗୀତଜ୍ଞ ତଥା ଡିଜାଇନର ମାର୍କ ଲୁଇଙ୍କ ସହ ମିଶି ଉକ୍ତ ଗିଟାର ତିଆରି କରିଛନ୍ତି। ଏଥିରେ ୪୦୦ରୁ ଊର୍ଦ୍ଧ୍ୱ କ୍ୟାରଟ୍‌ର ହୀରା ଓ ୧.୬ କି.ଗ୍ରା.ର ୧୮ କ୍ୟାରଟ ସୁନା ବ୍ୟବହାର କରାଯାଇଛି। ୬୮ ଜଣ କାରିଗର ୭୦୦ ଦିନରେ ଏହାକୁ ତିଆରି କରିଛନ୍ତି। ଗିଟାରଟି ହୀରାରେ ଆଚ୍ଛାଦିତ ହୋଇ ରହିଥିଲେ ହେଁ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri