‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’ରେ ରହିଛି ପ୍ରେମ ତ୍ୟାଗର କଥା

ସତ୍ୟବାଦୀ ପଣ୍ଡା ଜଣେ ଗରିବ ବ୍ରାହ୍ମଣ। ଘରେ ତାଙ୍କର ତିନୋଟି ପିଲା। ଝିଅ ଧାରା ଓ ଦୁଇପୁଅ ଅଜୟ ଓ ବିଜୟ। ବିଜୟ ଦୃଷ୍ଟିହୀନ। ଅଜୟ ପାଠ ପଢ଼ିଛି। ହେଲେ ଚାକିରି ପାଇଁ ଅର୍ଥ ନାହିଁ। ବିଜୟର ଆଖି ଭଲ କରିବା ପାଇଁ ବି ଦରକାର ପ୍ରଚୁର ଟଙ୍କା। ପୋଲିସ ଚାକିରି କରିବାକୁ ହେଲେ ଅଜୟକୁ ଦୁଇଲକ୍ଷ ଟଙ୍କା ଦେବାକୁ ପଡ଼ିବ। ନ ହେଲେ ବରବାଦ ହୋଇଯିବ ଅଜୟର ଜୀବନ। ବାପା ସତ୍ୟବାଦୀ ଉପରକୁ ହାତ ଟେକି ଦିଅନ୍ତି। କୋଉଠୁ ଆଣିବେ ସେ ଏତେଗୁଡ଼ାଏ ଟଙ୍କା? ଧାରା କହେ, ତୁ ବ୍ୟସ୍ତ ହ’ନା। ମୁଁ ତତେ ଟଙ୍କା ଆଣିଦେବି। ଧାରା ଯାଇ ଡକ୍ଟର ବିବେକଙ୍କ ପାଖରେ ପହଞ୍ଚେ। ତା’ର ଦୁଇଲକ୍ଷ ଟଙ୍କା ଦରକାର। ବିବେକ ଘରେ ଟଙ୍କା ଥାଏ। ମାତ୍ର ସୁଖ ନ ଥାଏ। ବିବେକର ମା’ ଅଞ୍ଜନା ଜଣେ ଆଡଭୋକେଟ। ସ୍ତ୍ରୀ ତନୁଜା ପିଲା ଜନ୍ମ କରିବାକୁ ଅସମର୍ଥ। ସେମାନେ ସର୍ତ୍ତ ରଖନ୍ତି: ଦୁଇଲକ୍ଷ ଟଙ୍କା ତାକୁ ଦେବେ। ହେଲେ ଧାରା ବିବେକର ପିଲାକୁ ଜନ୍ମ କରିବ। ବାଧ୍ୟ ହୋଇ ରାଜି ହୋଇଯାଏ ଧାରା। ଦୁଇଲକ୍ଷ ଟଙ୍କା ଦିଏ ଅଜୟକୁ। ବିବେକର ଭ୍ରୂଣକୁ ଗର୍ଭରେ ଧାରଣ କରେ ଧାରା।

ବିବେକ ଘରେ ଧାରା ରହିଥିବା ବେଳେ ସେଠାରେ ହଠାତ୍‌ ଦିନେ ଭେଟ ହୋଇଯାଏ ସୁରଜ ସହିତ। ସୁରଜ ପିତୃମାତୃହୀନ ଅନାଥ। ତାକୁ ଜନ୍ମଦେଇ କୋଣାର୍କ ମନ୍ଦିର ବେଢ଼ାରେ ଛାଡ଼ି ଦେଇଯାଇଛନ୍ତି କେହି ଜଣେ ମହିଳା। ସେ କିନ୍ତୁ ସବୁ ପ୍ରତିକୂଳତାକୁ ସାମ୍ନାକରି ବଡ଼ହୋଇଛି। ଧାରାକୁ ଭଲପାଇ ବସିଛି। ମାତ୍ର ଧାରାର ସୁରଜ ପ୍ରତି ସେ ପ୍ରକାର ମନୋଭାବ ନାହିଁ। ସେ ଯେଉଁ ଧାରାକୁ ଭଲପାଉଛି ସେହି ଧାରା ଆଉ ଜଣେ ବ୍ୟକ୍ତିର ରକ୍ତକୁ ଗର୍ଭରେ ଧାରଣ କରି ମା’ ହେବାକୁ ଯାଉଛି – ଏକଥା ଜାଣି ପାଗଳ ହୋଇଯାଏ ସୁରଜ। ତେବେ ଧାରା ତାକୁ କହେ, ଯଦି ତୁମେ ମୋତେ ସତରେ ଭଲପାଉଛ ତା’ହେଲେ ଏଠୁ ସବୁଦିନ ଲାଗି ଚାଲିଯାଅ। ସୁରଜ ହୃଦୟରେ ଭଲପାଉଥିଲା ଧାରାକୁ। ସେ ଚାଲିଯାଏ। ମାତ୍ର ଯିବା ପୂର୍ବରୁ କହିଯାଏ ଯଦି ତା’ ଭଲପାଇବା ସତ ତା’ହେଲେ ତା’ପାଖକୁ ଦିନେ ନା ଦିନେ ଧାରାକୁ ଆସିବା ପାଇଁ ପଡ଼ିବ। ଦିନେ ନା ଦିନେ ସେମାନଙ୍କର ଭେଟ ହେବ। ଅପରପକ୍ଷରେ, ଯେଉଁ ଭାଇ ପାଇଁ ଧାରା କୁଅଁାରୀ ଥାଇ ବି ଗୋଟେ ପିଲାକୁ ଗର୍ଭରେ ଧାରଣ କଲା ସେଇ ଭାଇ ତାକୁ ଭୁଲ୍‌ ବୁଝେ। ଅପବାଦ ଦିଏ।

ଏହା ପରେ କ’ଣ ହୁଏ ଧାରାର ଅବସ୍ଥା? ଧାରାକୁ କ’ଣ ସମାଜରେ ସ୍ଥାନ ମିଳେ? ତା’ ତ୍ୟାଗକୁ କ’ଣ ତା’ର ବାପାଭାଇ ବୁଝିପାରନ୍ତି? ପୁଣି ସୁରଜ କହିଥିବା କଥା କ’ଣ ସତହୁଏ? ସୁରଜ ତା’ ପ୍ରେମକୁ ପାଏ? ଏମିତି ଅନେକ ପ୍ରଶ୍ନର ଉତ୍ତର ରହିଛି ନାଟକ ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’। ବଙ୍କିମ ସ୍ବାଇଁଙ୍କ ପରିଚାଳିତ ‘ଅପେରା ସୂର୍ଯ୍ୟମନ୍ଦିର’ ପ୍ରଯୋଜିତ ଏହି ନାଟକଟିକୁ ରଚନା କରିଛନ୍ତି ଲିଲି ଦାଶ। ନାଟକଟିର ଅନ୍ତଃସ୍ବର ମୁଖ୍ୟତଃ ପ୍ରେମ ହୋଇଥିବା ବେଳେ ନାଟକଟିର ପୃଷ୍ଠଭୂମି ଭାବରେ ନିଆଯାଇଛି କୋଣାର୍କ ମନ୍ଦିରକୁ। କୋଣାର୍କ କେବଳ ଗୋଟେ ପଥରର ସ୍ଥାପତ୍ୟ ନୁହେଁ। ଏହା ଅନେକ ଅକୁହା କଥାର ଗନ୍ତାଘର। ସେମିତି ଏକ ଅକୁହା କଥା ହେଉଛି ଲିଲି ଦାଶଙ୍କ ରଚିତ ନାଟକ ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’। ଏହାର ନାୟକ ଓ ନାୟିକା ଭୂମିକାରେ ଅଭିନୟ କରିଛନ୍ତି ବିନୋଦ ଓ ବେବିନା।


Enter your email to get our daily news in your inbox.

All Right Reserved By Dharitri.Com

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ଭିଡ଼ିଓ ଭାଇରାଲ, ହଠାତ ଚମକିଲେ ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କୁ ମିସ୍‌ କଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିକଟରେ ଶନିବାର…

ସୁନିତା ଆହୁଜାଙ୍କୁ ନେଇ କୋମଲ ରାଣୀଙ୍କ ଚାଞ୍ଚଲ୍ୟକର ଦାବି; ‘ଯିଏ ତାଙ୍କ ସ୍ବାମୀଙ୍କ ହତ୍ୟା ପଛରେ ଥିଲେ…’: ଗୋବିନ୍ଦାଙ୍କ ସହ ଡେଟିଂକୁ ନେଇ…

ମୁମ୍ବାଇ,୨୬।୯: ବଲିଉଡ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଗୋବିନ୍ଦାଙ୍କ ଅନ୍ୟ…

ଅମିତାଭଙ୍କ ସାମ୍ନାରେ ଭାବପ୍ରବଣ ହୋଇପଡ଼ିଲେ ରାଜକୁମାର: କହୁ କହୁ କହିଦେଲେ…

ମୁମ୍ବାଇ:ଲୋକପ୍ରିୟ କୁଇଜ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ ସିଜନ ୧୮ର ମଞ୍ଚ କେବଳ ଜ୍ଞାନ ଓ ପୁରସ୍କାରରେ ସୀମିତ ନୁହେଁ। ଅନେକ ସମୟରେ ଏଠାରେ ଅତିଥିଙ୍କ…

ଗୋବିନ୍ଦାଙ୍କୁ ଫେରାଇ ଆଣିବାକୁ କୋମଲ ରାଣୀଙ୍କ ବିରୁଦ୍ଧରେ ମୁହଁ ଖୋଲିଲେ ସୁନିତା! ହାତଯୋଡି କଲେ ନିବେଦନ, ଭିଡ଼ିଓ ଦେଖିଲେ…

ମୁମ୍ବାଇ,୨୬।୯: ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଆସୁଛି। ଖବର ଅନୁଯାୟୀ, ସୁନିତା ଅଭିଯୋଗ କରିଛନ୍ତି ଯେ ଗୋବିନ୍ଦାଙ୍କର କୋମଲ ରାଣୀ…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?