‘ହିରୋଇନ୍‌ ତ ମୁଁ ଦେଖାଯାଏ, ଅଭିନେତ୍ରୀ ହେବାକୁ ଚାହୁଁଛି…’

ମୁମ୍ବାଇ: ଛୋଟ ପରଦାର ବଡ଼ ହିରୋଇନ୍‌ ଅଙ୍କିତା ଲୋଖଣ୍ଡେଙ୍କୁ କିଏ ବା ନ ଜାଣେ। ଟେଲି ଧାରାବାହିକ ‘ପବିତ୍ର ରିସ୍ତା’ରୁ ସେ ଘରେ ଘରେ ପରିଚିତା। ଦୀର୍ଘବର୍ଷ ଧରି ଟିଭି ଜଗତରେ କାମ କରିବା ପରେ ବଲିଉଡ୍‌ରେ ନିଜର ସ୍ଥାନ ପକ୍କା କରିବାକୁ ଚେଷ୍ଟା ଚଳାଇଛନ୍ତି ଅଙ୍କିତା। କଙ୍ଗନା ରଣାଓ୍ବତଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ରୁ ସେ ବଲିଉଡ୍‌ ଡେବ୍ୟୁ କରିଥିଲେ। ଏହାପରେ ଟାଇଗର ଶ୍ରଫ୍‌, ଶ୍ରଦ୍ଧା କପୁର ଏବଂ ରିତେଶ ଦେଶମୁଖ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ବାଗୀ-୩’ରେ ସେ ଅନ୍ୟତମ ମୁଖ୍ୟ ଭୂମିକାରେ ନଜରକୁୁ ଆସିବେ। ଏବେ ଫିଲ୍ମର ପ୍ରମୋଶନରେ ସମସ୍ତେ ବ୍ୟସ୍ତ ଥିବାବେଳେ ଅଙ୍କିତା ନିଜ ବିଷୟରେ କିଛି ଖୁଲାସା କରିଛନ୍ତି।
ଫିଲ୍ମ ପ୍ରମୋଶନକୁ ନେଇ ଏକ ସାକ୍ଷାତ୍‌କାରରେ ଅଙ୍କିତା ସବୁଥର ଭଳି ନିଜ ମନକଥା ଖୋଲି କହିଛନ୍ତି। ଆଜି ବି ତାଙ୍କୁ ‘ପବିତ୍ର ରିସ୍ତା’ ଧାରାବାହିକର ବୋହୂ ଅର୍ଚ୍ଚନା ନାଁରେ ଲୋକେ ଜାଣନ୍ତି। ଏନେଇ ତାଙ୍କର ପ୍ରତିକ୍ରିୟା କ’ଣ ରହିବ ବୋଲି ଅଙ୍କିତାଙ୍କୁ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ମୋତେ ଦର୍ଶକେ କେଉଁ ନାମରେ ଜାଣନ୍ତି ତାକୁ ନେଇ ମୋତେ କୌଣସି ଫରକ୍‌ ପଡ଼େନାହିଁ। ଅର୍ଚ୍ଚନା ଭୂମିକାରେ ଅଭିନୟ କରୁଥିବା ସମୟରେ ଏବଂ ତା’ପରେ ମଧ୍ୟ ଦର୍ଶକେ ମୋତେ ବହୁତ ଭଲପାଇବା ଦେଇଛନ୍ତି। ଯଦି ଫ୍ୟାନ୍‌ମାନେ ‘ବାଗୀ-୩’ରେ ଅର୍ଚ୍ଚନାକୁ ଦେଖିବାକୁ ଆସିବେ, ତାହା ମଧ୍ୟ ମୋ ପାଇଁ ବଡ଼ କଥା ବୋଲି ଅଙ୍କିତା କହିଛନ୍ତି। ବଲିଉଡ୍‌ରେ ଆଜିକାଲି ଯୁବ ଅଭିନେତ୍ରୀମାନେ ବୟସ୍କାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଆପଣ ଏଭଳି କରିବାକୁ ପ୍ରସ୍ତୁତ କି ବୋଲି ଅଙ୍କିତାଙ୍କୁ ପଚରାଯାଇଥିଲା। ଏହି ପ୍ରଶ୍ନର ସେ ଯେଉଁ ଉତ୍ତର ଦେଇଥିଲେ, ତାହା ସମସ୍ତଙ୍କ ମନକୁ ପାଇବା ସହ ଖୁବ୍‌ ପ୍ରଶଂସା ମଧ୍ୟ କରାଯାଇଥିଲା। ପ୍ରକୃତରେ ଅଙ୍କିତା କହିଥିଲେ, ମୋତେ ଏ ସବୁରେ କୌଣସି ଆପତ୍ତି ନାହିଁ। ମୁଁ ମୋ ଟିଭି ଧାରାବାହିକରେ ବୁଢ଼ୀ ଚରିତ୍ରରେ ଅଭିନୟ କରିସାରିଛି। ଯଦି ଜଣେ ଅଭିନେତା ହୋଇ ଏ ସବୁ କରିପାରିବ ନାହିଁ, ତା’ହେଲେ ଏଭଳି ଅଭିନେତା କେଉଁ କାମକୁ। ମୁଁ ତ ହିରୋଇନ୍‌ ଭଳି ଦେଖାଯାଉଛି। ମୋତେ ଅଭିନେତ୍ରୀ ହେବାର ଅଛି ବୋଲି କହି ଅଙ୍କିତା ସମସ୍ତଙ୍କ ପ୍ରଶଂସା ସାଉଁଟିଛନ୍ତି। ଏହାପରେ ନିଜ କ୍ୟାରିୟର୍‌କୁ ନେଇ ଅଧିକ କିଛି ଖୁଲାସା କରିଥିଲେ ଅଙ୍କିତା। ‘ବାଗୀ-୩’ ଫିଲ୍ମ ପରେ ତାଙ୍କର ଆଗାମୀ ଫିଲ୍ମରେ ସେ ଲିଡ୍‌ ରୋଲ୍‌ରେ ଅର୍ଥାତ୍‌ ହିରୋଇନ୍‌ ଭୂମିକାରେ ନଜରକୁ ଆସିବେ ବୋଲି ଜଣାଇଛନ୍ତି। ସେ କହିଛନ୍ତି, ଟିଭିରୁ ମୁଁ ପର୍‌ଫର୍ମାନ୍ସ ଶିଖିସାରିଛି। ଏବେ ଭଲ କାହାଣୀ ଓ ଭୂମିକା ଖୋଜୁଛି। କେବଳ ହିରୋଇନ୍‌ ହେବାକୁ ଏଣୁତେଣୁ ଅଭିନୟ କରିବା ବଦଳରେ କିଛି ଦମ୍‌ଦାର କାମ କରିବା ଯଥେଷ୍ଟ ଭଲ। ବର୍ତ୍ତମାନ ସୁଦ୍ଧା ଅଙ୍କିତା ବଲିଉଡ୍‌ ଫିଲ୍ମରେ ହିରୋଇନ୍‌ ଭୂମିକାରେ ନଜରକୁ ଆସିନାହାନ୍ତି। ଏହି ଖୁଲାସା ପରେ ତାଙ୍କୁ ବଡ଼ ପରଦାରେ ମୁଖ୍ୟ ଭୂମିକାରେ ଦେଖିବାକୁ ଦର୍ଶକେ ନିଶ୍ଚୟ ଦିନ ଗଣିବେ। ଏଠାରେ କହିରଖୁଛୁ ଯେ, ଟାଇଗର, ଶ୍ରଦ୍ଧା, ରିତେଶ ଓ ଅଙ୍କିତାଙ୍କ ଅପ୍‌କମିଂ ଫିଲ୍ମ ‘ବାଗୀ-୩’ ମାର୍ଚ୍ଚ ୬ରେ ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri