ହିଞ୍ଜିଳିରେ ୨୫ କୋଟି ବାଣ୍ଟିଛି ବିଜେଡି

ବ୍ରହ୍ମପୁର ଅଫିସ୍‌,୨୦ା୪-ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଏଥର ଲୋକମାନେ ଖୋଲାଖୋଲି ପରିବର୍ତ୍ତନର ସ୍ବର ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି । ଏଥିରେ ଭୟଭୀତ ହୋଇ ମୁଖ୍ୟମନ୍ତ୍ରୀ ଯେନତେନ ପ୍ରକାରେ ନିର୍ବାଚନ ଜିତିବା ପାଇଁ ଅର୍ଥବଳ, ବାହୁବଳ ଏବଂ ପ୍ରଶାସନିକ କଳକୁ ବ୍ୟବହାର କରିଛନ୍ତି। ଭୋଟ୍‌ ଗ୍ରହଣର ଦିନେ ଦୁଇଦିନ ପୂର୍ବରୁ ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ପ୍ରାୟ ୨୫କୋଟି ଟଙ୍କା ବଣ୍ଟା ଯାଇଛି । ଜଣେ ଆଇଏଏସ୍‌, ଜଣେ ଆଇପିଏସ୍‌ ଏବଂ ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ ଏହି ଟଙ୍କା ବଣ୍ଟନରେ ସମ୍ପୃକ୍ତ ଅଛନ୍ତି । ତଥାପି ଭାଜପାର ବିଜୟ ସୁନିଶ୍ଚିତ ବୋଲି ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲ୍‌ରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ପୀତାମ୍ବର କହିଛନ୍ତି, ଲଗତାର ଭାବେ ମୁଖ୍ୟମନ୍ତ୍ରୀ ଏହି ନିର୍ବାଚନ ମଣ୍ଡଳୀରୁ ଜିତୁଥିଲେ ମଧ୍ୟ ବିକାଶ ଦିଗରେ କେବେ ଗୁରୁତ୍ୱ ଦେଇନାହାନ୍ତି। ଲୋକେ ବହୁ ଅସୁବିଧାରେ ରହିଛନ୍ତି । ଗତ ୨୧ଦିନ ଧରି ପ୍ରଚାର ବେଳେ ଅନେକ ଗ୍ରାମକୁ ଯାଇ ଲୋକଙ୍କ ସହ ମିଶିଛି। ଏଥିରେ ନବୀନ ବାବୁ ଭୟଭୀତ ହୋଇ ବିପୁଳ ଟଙ୍କା ବାଣ୍ଟିଛନ୍ତି । ପଞ୍ଚାୟତ ପିଚ୍ଛା ୫ରୁ ୭ଲକ୍ଷ ଏବଂ ବୁଥ୍‌ ପିଚ୍ଛା ଦୁଇରୁ ୩ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ବଣ୍ଟାଯାଇଛି। ଖଣି ଦୁର୍ନୀତି ଏବଂ ଚିଟ୍‌ଫଣ୍ଡ ଦୁର୍ନୀତିରୁ ମିଳିଥିବା ଟଙ୍କାକୁ ହିଞ୍ଜିଳି ନିର୍ବାଚନରେ ଖର୍ଚ୍ଚ କରାଯାଇଛି। କେବଳ ଏତିକି ନୁହଁ, ଅନେକ ସ୍ଥାନରେ ବୁଥ୍‌ ଦଖଲ ଉଦ୍ୟମ ହୋଇଛି । ୭ଟି ମତଦାନ କେନ୍ଦ୍ରରେ ବିଜେଡ଼ି କର୍ମୀମାନେ ବୁଥ୍‌ ଦଖଲ ଉଦ୍ୟମ କରିଥିଲେ। ହେଲେ କେନ୍ଦ୍ରୀୟ ସଶସ୍ତ୍ରବଳର ଯବାନ୍‌ମାନେ ସଜାଗ ରହି ଏହାକୁ ଭଣ୍ଡୁର କରିଛନ୍ତି। ଗୁଣ୍ଡାମାନେ ହିଞ୍ଜିଳିରେ ବିଜେଡ଼ିର ନିର୍ବାଚନ ପରିଚାଳନା କରୁଥିଲେ । କେବଳ ହିଞ୍ଜିଳିବାସୀ ନୁହନ୍ତି, ଆଗାମୀ ଦିନରେ ପ୍ରତ୍ୟେକ ଓଡ଼ିଶାବାସୀ ବିଜେଡ଼ି ଗୁଣ୍ଡାରାଜ୍‌ର ଦୃଢ଼ ଜବାବ୍‌ ଦେବେ। ନିର୍ବାଚନରେ ତାହା ପ୍ରତିଫଳିତ ହେବ ବୋଲି ପୀତାମ୍ବର ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଇଭିଏମ୍‌ ଭଙ୍ଗା ଅଭିଯୋଗରେ ଗିରଫ ହୋଇଥିବା ଭାଜପାର ସୋରଡ଼ା ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କ ଦଳ ପୂର୍ଣ୍ଣ ସମର୍ଥନ କରିବ ବୋଲି ସେ କହିଛନ୍ତି । ଖବରଦାତା ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ା ମଧ୍ୟ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

‘କର୍ମ  ହିଁ ମାନବ ଜୀବନର ମାନଦଣ୍ଡ’: ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସରକାଳୀନ…

ଦିଗପହଣ୍ଡି,୩୦|୪ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଚୁଡୁଙ୍ଗପୁର ଗ୍ରାମ ସ୍ଥିତ ପିଏମଶ୍ରୀ ସାନଖେମୁଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଗୁରୁବାର ସାନଖେମୁଣ୍ଡି…

କାଳବୈଶାଖୀ ମାଡ଼ରେ ଯାତ୍ରା ଫିକା, ବିଧାୟକଙ୍କ ଦ୍ୱାରା ‘କବି ସମ୍ରାଟ ରଙ୍ଗମଞ୍ଚ’ ଉଦଘାଟିତ

ଭଞ୍ଜନଗର,୩୦/୪(ବାବୁଲା ପ୍ରଧାନ)-ପୂର୍ବ ଯାତ୍ରା ଅପେକ୍ଷା ଚଳିତ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି।…

ଟାଇକୋଣ୍ଡୋରେ ଗୋଲ୍ଡ ସହ ମିଳିଲା ୩ ପଦକ

ଭଞ୍ଜନଗର,୩୦।୪(ବାବୁଲା ପ୍ରଧାନ): ଗଞ୍ଜାମ ଜଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ର ଟାଇକୋଣ୍ଡୋରେ ଗୋଲ୍ଡ ସହ ୩ ପଦକ ପାଇଛନ୍ତି। ଏଥିସହ ଜଣେ ଛାତ୍ରୀ ଜାତୀୟ ପ୍ରତିଯୋଗିତା ପାଇଁ…

ଅବସର ଦିନ ହିଁ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ମିଳିଲା ସମସ୍ତ ପ୍ରାପ୍ୟ, ବିଇଓଙ୍କ ପକ୍ଷକ୍ଷେପକୁ ପ୍ରଶଂସା

ଭଞ୍ଜନଗର,୩୦ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ଅବସର ଦିନ ହିଁ ଶିକ୍ଷକ ହେଉ କି କର୍ମଚାରୀ ସମସ୍ତଙ୍କୁ ବକେୟା…

ରାଜନୈତିକ ଆକ୍ରୋଶ ରଖି ନିର୍ମାଣ କାର୍ଯ୍ୟରେ ବାଧା, ପ୍ରତିବାଦରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ଛତ୍ରପୁର,୩୦ା୪(ଦିଲ୍ଲୀପ ସାମଲ): ଛତ୍ରପୁର ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ପୌରପରିଷଦରେ ରାଜନୈତିକ ଆକ୍ରୋଶ ରଖି ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରାଯାଉଥିବା ଅଭିଯୋଗ ନେଇ ଗଞ୍ଜାମ ଜିଲାପାଳଙ୍କୁ ଭେଟିଲେ…

ନୃସିଂହ ମହାପ୍ରଭୁଙ୍କ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

ଛତ୍ରପୁର,୩୦ା୪(ଦିଲ୍ଲୀପ ସାମଲ): ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଗଞ୍ଜାମ ଜିଲାର ଛତ୍ରପୁର ସହର ଚଳଚଞ୍ଚଳ। ସହରର ନୀଳ କଣ୍ଠେଶ୍ୱର ସାହିରେ ଥିବା ନୃସିଂହ ମହାପ୍ରଭୁଙ୍କ ମନ୍ଦିରରେ…

ଭଞ୍ଜନଗରରେ ପେଟ୍ରୋଲ ଅଭାବ: ଚିନ୍ତାରେ ଲୋକେ

ଭଞ୍ଜନଗର,୩୦।୪(ବାବୁଲା ପ୍ରଧାନ): ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ରାଜ୍ୟର ନିର୍ବାଚନ ବୁଧବାର ସରିଛି। ଏହାପରେ ଦେଶରେ ପେଟ୍ରୋଲ ଦର ବଢ଼ିବ ବୋଲି ଲୋକଙ୍କ ମନରେ…

ନୃସିଂହ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼: ସକାଳୁ ସକାଳୁ ଘଟିଲା…

ଗଞ୍ଜାମ,୩୦।୪(ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୃସିଂହ ଚତୁର୍ଦ୍ଧଶୀ ମହା ସମାରୋହରେ ପାଳିତ ହେଉଛି। ଏହି ଉପଲକ୍ଷେ ଗଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri