ହରିୟାଣାରୁ ଓଡ଼ିଆ ଆଦିବାସୀ ମହିଳା ଉଦ୍ଧାର ଦଲାଲ ଚାଲାଣ କରିଥିବା ସନ୍ଦେହ

ଭୁବନେଶ୍ୱର, ୨୧।୫(ବ୍ୟୁରୋ)- ହରିୟାଣାର ସୋହାନାସ୍ଥିତ ଟାକ୍ସି ଷ୍ଟାଣ୍ଡ୍‌ରେ ଅସହାୟ ଅବସ୍ଥାରେ ବୁଲୁଥିବାବେଳେ ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ଭାରତ ବିକାଶ ପରିଷଦର ସଦସ୍ୟମାନେ ଉଦ୍ଧାର କରିଛନ୍ତି। ମହିଳାଜଣକ ବୟସ ପ୍ରାୟ ୩୫ ବର୍ଷ ହେବ ଓ ସେ ଓଡିଆରେ କଥା ହେଉଥିବାରୁ ଓଡ଼ିଶାରେ ଥିବା ସଂଗଠନ ସହ ଯୋଗାଯୋଗ କରାଯାଇଥିଲା। ମହିଳା ଜଣକ ନିଜ ଘର ଓଡ଼ିଶାର ମୁନିଗୁଡ଼ା ବୋଲି କହିଥିଲେ। ପରିଷଦର ସଦସ୍ୟମାନେ ରାୟଗଡ଼ା ଏସ୍‌ପି କାର୍ଯ୍ୟାଳୟ ଓ ମୁନିଗୁଡ଼ା ଥାନାକୁ ମହିଳାଙ୍କ ଫଟୋ ପଠାଇଥିଲେ ମଧ୍ୟ ତାଙ୍କୁ ଚିହ୍ନଟ କରାଯାଇ ପାରି ନ ଥିଲା। ତେବେ ମହିଳାଙ୍କ ହାତରେ ଏକ ଟାଟୁ ରହିଛି ଯେଉଁଥିରେ ନୀଳିମା ବୋଲି ଲେଖା ରହିଛି। ମହିଳା ଜଣଙ୍କୁ କେହି ଦଲାଲ କୌଣସି ଆଳ ଦେଖାଇ ହରିୟାଣା ଚାଲାଣ କରିଥିବା ଓ ପରେ ଟ୍ୟାକ୍ସି ଷ୍ଟାଣ୍ଡ୍‌ରେ ଛାଡି ଫେରାର ହୋଇଯାଇଥିବା କୁହାଯାଉଛି। ମହିଳା ଜଣକ ନାନା ଭୟ ଓ ଆଶଙ୍କାରେ ଟ୍ୟାକ୍ସି ଷ୍ଟାଣ୍ଡ୍‌ରେ ବସିଥିବାବେଳେ ପରିଷଦ ସଦସ୍ୟମାନେ ଉଦ୍ଧାର କରିଥିଲେ। ଉକ୍ତ ମହିଳାଙ୍କୁ ସ୍ଥାନୀୟ ଶର୍ଟ-ଷ୍ଟେ ହୋମ୍‌ରେ ରଖାଯାଇଛି। ପରିଚୟ ମିଳିବା ପରେ ତାଙ୍କୁ ଓଡ଼ିଶା ଫେରାଇ ଅଣାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଆଉ ଜଣେ ଶତ୍ରୁ ନିପାତ, ପୁଲୱାମା ଆକ୍ରମଣର ଥିଲେ ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ୧୪ ଫେବୃଆରୀ, ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ ବୋଲି ବିଶ୍ୱାସ କରାଯାଉଥିବା ଆତଙ୍କବାଦୀ ହମଜା ବୁରହାନଙ୍କୁ ପାକ ଅଧିକୃତ କଶ୍ମୀରରେ ଗୁଳି କରି…

ଏହି ରାଶିଙ୍କ ପାଇଁ ଜୁନ ମାସରେ ଘଟିବାକୁ ଯାଉଛି ଏମିତି, ଲିଷ୍ଟରେ ଆପଣଙ୍କ ରାଶି ଅଛି କି?

ଜୁନ ମାସ ଆରମ୍ଭ ହେବାକୁ ଯାଉଛି। ମାସ ଆରମ୍ଭରେ ବୃହସ୍ପତି କର୍କଟ ରାଶିରେ ପ୍ରବେଶ କରିବେ, ଯାହା ଅନେକ ରାଶିର ଭାଗ୍ୟକୁ ଉଜ୍ଜ୍ୱଳ କରିପାରେ। ଏହା ବ୍ୟତୀତ,…

ତାରାତାରିଣୀ କଲେଜର ସଫଳତା: ଯୁକ୍ତଦୁଇ ବିଜ୍ଞାନରେ ଆଗରେ ପୁଅ, କଳାରେ ଝିଅ

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଚଳିତବର୍ଷ ଯୁକ୍ତଦୁଇ ଓ ଯୁକ୍ତତିନି ପରୀକ୍ଷାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜକୁ ବଡ଼ ସଫଳତା ମିଳିଛି। ଅଧ୍ୟକ୍ଷ ଡଃ ପ୍ରଦୀପ କୁମାର ସାହୁ…

ବୈଶିଙ୍ଗାରେ ଛାତିଥରା ହତ୍ୟାକାଣ୍ଡ, ଶୋଇଥିବା ବେଳେ ମହିଳାଙ୍କ ତଣ୍ଟି ଚିପି ହତ୍ୟା

ବୈଶିଙ୍ଗା,୨୧।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଗଣେଶ୍ବରପୁର ଗ୍ରାମରେ ଏକ ଛାତିଥରା ହତ୍ୟାକାଣ୍ଡ ହୋଇଛି । ବୁଧବାର ରାତିରେ ଜନୈକା ୫୦ ବର୍ଷିୟା ମହିଳାଙ୍କୁ…

୩ ବର୍ଷ ପରେ ଧାନ ଖଳା ନିର୍ମାଣ ଶେଷ: ବିଡିଓଙ୍କୁ ଧନ୍ୟବାଦ ଜଣାଇଲେ ଚାଷୀବୃନ୍ଦ

କେସିଙ୍ଗା,୨୧।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତରେ ଚାଷୀଙ୍କ ସୁବିଧା ପାଇ ଗତ ୨୩-୨୪ ଆର୍ଥିକ ବର୍ଷରେ ଖଳା ନିର୍ମାଣ ପାଇଁ…

ମେଲୋଡି ଦେଖିବାକୁ ଯାଇଥିଲେ ଦିନେଶ, ହଠାତ୍‌ ହେଲା ମରଣାନ୍ତକ ଆକ୍ରମଣ: ଆଉ ତା’ପରେ…

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଖେଳ ପଡିଆଠାରେ ବୁଧବାର ରାତିରେ ଭବାନୀପାଟଣା ସଦର ବିଧାୟକଙ୍କ ଦ୍ୱାରା ଖେଳ ମେଳା କାର୍ଯ୍ୟକ୍ରମ ଆୟୋଜିତ…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ, ୭ଟି ସ୍ଥାନରେ ଏକକାଳୀନ ରେଡ୍‌

ଗୁଣପୁର,୨୧।୫(ସୁଜାତା ପାଢ଼ୀ) : ଭିଜିଲାନ୍ସ ଜାଲରେ ରାୟଗଡ଼ା କୋଲନରା ବ୍ଲକ୍‌ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ । ଆୟ ବହିର୍ଭୂତ…

ଆକାଶରୁ ବର୍ଷୁଛି ନିଆଁ, କଲବଲ ହେଉଛି ଜୀବନ, ଆହୁରି ୫ ଦିନ ଯାଏ…

ଭୁବନେଶ୍ୱର,୨୧ା୫: ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଆକାଶରୁ ଯେମିତି ଅଗ୍ନିବର୍ଷା ହେଉଛି। ଅସହ୍ୟ ଖରା ତାତି ଓ ଗୁଳୁଗୁଳିରେ କଲବଲ ହେଉଛି ଜୀବନ। ସକାଳୁ ରାତି, ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri