ସ୍ବଳ୍ପ ବୃଷ୍ଟି, ଚାଷଜମି ଶୁଖିଲା: ମୁଣ୍ଡରେ ହାତଦେଇ ବସିଛି ଚାଷୀ

ରଣପୁର,୨୩ା୭ (ସ୍ବ.ପ୍ର.): ବର୍ଷା ଅଭାବରୁ ରଣପୁର ବ୍ଲକ ଅଞ୍ଚଳରେ ଜମି ଫାଟି ଆଁ କଲାଣି। କେଉଁଠି ବର୍ଷା ପାଇଁ ବେଙ୍ଗ ବିବାହ ତ ଆଉ କେଉଁଠି ଡାଳମାଙ୍କୁଡି ନୃତ୍ୟ କରାଗଲାଣି ା ତଥାପି ଇନ୍ଦ୍ର ଦେବଙ୍କ କୋପ ଚାଷୀଙ୍କ ଉପରୁ ଦୂର ହେଉନି ା ସରକାର ଚାଷ ପାଇଁ ଜଳସେଚନକୁ ଗୁରୁତ୍ୱ ଦେଉଥିବାବେଳେ ଏଠାରେ କେନାଲରେ ପାଣି ନାହିଁ। ବୋରୱେଲ୍‌ ଥିଲେ ବି କାମରେ ଲାଗୁନି। ସେହିପରି ଚେକ୍‌ଡ୍ୟାମ ଅବସ୍ଥା ନ କହିବା ଭଲ ା ଏଭଳି ସ୍ଥିତିରେ ଚାଷୀର ଭରସା ହେଉଛି ବର୍ଷା ଜଳ। ହେଲେ ଚଳିତବର୍ଷ ସ୍ବଳ୍ପ ବୃଷ୍ଟି କାରଣରୁ ଚାଷ କାର୍ଯ୍ୟରେ ଘୋର ବ୍ୟାଘାତ ସୃଷ୍ଟି ହୋଇଛି ା ଯେଉଁ ସମୟରେ ଧାନକ୍ଷେତରେ ବେଉଷଣ କରିବା କଥା ସେତେବେଳେ ଚାଷୀ ହାତବାନ୍ଧି ବସିଛି। ଏହି ପରିସ୍ଥିତି ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତର ଚାଷୀଙ୍କ ଚିନ୍ତା ବଢାଇଦେଇଛି।
ଏହି ବ୍ଲକରେ ସମୁଦାୟ ୨୦ହଜାର ୨୨୭ ହେକ୍ଟର ଚାଷ ଜମି ରହିଛି ା ଚାଷୀମାନେ ଧାନଚାଷ ପାଇଁ ମୁଖ୍ୟତଃ ବର୍ଷାଜଳ ଉପରେ ନିର୍ଭର କରିଥାନ୍ତି। ଯେଉଁ ବର୍ଷ ଭଲ ବର୍ଷା ହୁଏ ସେବର୍ଷ ଚାଷୀ ମନରେ ଉତ୍ସାହ ଦେଖିବାକୁ ମିଳେ। ଚାଷ କାର୍ଯ୍ୟ ମଧ୍ୟ ଭଲ ହୋଇଥାଏ। ବ୍ଲକରେ ଜଳସେଚନର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚେକ୍‌ଡ୍ୟାମ୍‌, ବନ୍ଧ ଆଦି ନିର୍ମାଣ କରିଛନ୍ତି। ହେଲେ ନିମ୍ନମାନର ଯୋଗୁ ଚାଷୀମାନେ ସେଥିରୁ ସୁଫଳ ପାଇପାରୁ ନ ଥିବା ପ୍ରକାଶ କରିଛନ୍ତି। ଅପରପକ୍ଷେ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ବୋର୍‌ୱେଲ ଖନନ କରାଯାଇଛି। ସେଥିମଧ୍ୟରୁ କେଉଁଠି ବିଦ୍ୟୁତ୍‌ ସଂଯୋଗ ନାହିଁ ତ କେଉଁଠି ଖୁଣ୍ଟି ପୋତା ନ ଯିବାରୁ ସେଗୁଡିକ ଚାଷୀଙ୍କ କାମରେ ଆସୁନି। ବ୍ଲକର ମାତ୍ର ୧୫ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ରହିଛି, ଯାହା ସମୁଦ୍ରକୁ ଶଙ୍ଖେ। ଚଳିତବର୍ଷ ବ୍ଲକରେ ୧୭ହଜାର ୩୨୫ ହେକ୍ଟର ଜମିରେ ଖରିଫ ଧାନ ଚାଷ ହୋଇଛି। କମ୍‌ ଜମିରେ ଧାନରୁଆ ହୋଇଥିଲା ବେଳେ ଅଧିକ ଜମିରେ ଚାଷୀମାନେ ଧାନ ବୁଣିଛନ୍ତି। ଅକ୍ଷୟତୃତୀୟାଠାରୁ ଅଖିମୁଠି ଅନୁକୁଳ କରି ଚାଷୀମାନେ ଧାନ ବୁଣିଥିଲେ। ମାତ୍ର ବର୍ଷା ଅଭାବରୁ ଜମିରେ ଧାନ ଗଜା ନ ହୋଇ ନଷ୍ଟ ହୋଇଗଲାଣି। ଯେଉଁଠି ଗଜା ବାହାରି ଗଛ ହୋଇଥିଲା ପାଣି ଅଭାବରୁ ଉକ୍ତ ଜମି ଫାଟି ଆଁ କରିଛି। ବର୍ଷା ପରିମାଣ ଦେଖିଲେ ଜୁନ ୨୦୧୮ରେ ବ୍ଲକରେ ୧୬୪.୪ ମିଲିମିଟର ବର୍ଷା ହୋଇଥିଲା ବେଳେ ୨୦୧୯ ଜୁନରେ ତାହା ୮୫.୦୦ ମିମିରେ ସୀମିତ ରହିଛି ା ସେହିପରି ଜୁଲାଇ ୨୦୧୮ରେ ୩୪୩.୮ ମିଲିମିଟର ବର୍ଷା ହୋଇଥିଲାବେଳେ ୨୦୧୯ ଜୁଲାଇ ୨୧ ତାରିଖ ସୁଦ୍ଧା ୧୬୪.୨ମିମି ବର୍ଷା ରେକର୍ଡ ହୋଇଛି ା ଏହି ତଥ୍ୟରୁ କେତେ ପରିମାଣ କମ୍‌ ବର୍ଷା ହୋଇଛି ତାହା ସ୍ପଷ୍ଟ ହେଉଛି।
ଏ ସମ୍ପର୍କରେ ରଣପୁର କୃଷି ବିଭାଗ ଅଧିକାରିଣୀ ରାଜଶ୍ରୀ ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ଅଗଷ୍ଟ, ସେପ୍ଟେମ୍ବର ମାସରେ ଭଲ ବର୍ଷା ହେଲେ ଚାଷୀଙ୍କ ଖରିଫ ଧାନ ଚାଷ ଭଲ ହେବ। ଯଦି ନ ହେବ ଚାଷକାର୍ଯ୍ୟ କ୍ଷତିଗ୍ରସ୍ତ ହେବ ା ଏଠାରେ କରାଯାଇଥିବା ଜଳସେଚନ ପ୍ରକଳ୍ପଗୁଡିକରେ ଜଳ ନ ରହିବାରୁ ଚାଷୀମାନେ ଚାଷ କାର୍ଯ୍ୟରେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ବିଲଗାଡିଆ ଗ୍ରାମର ଚାଷୀ ଅଖିଳ ପଟ୍ଟନାୟକ କୁହନ୍ତି, ଅକ୍ଷୟ ତୃତୀୟାଠାରୁ ଜମିରେ ଧାନ ବୁଣିଥିଲେ ମଧ୍ୟ ଗଜା ହେଉ ନ ଥିବାରୁ ମରୁଡି ହେବା ଆଶଙ୍କା ଦେଖାଦେଇଛି। ସରକାର ଜଳସେଚନ ବ୍ୟବସ୍ଥା କରି ନ ଥିବାରୁ ଚାଷୀମାନେ ବର୍ଷା ଜଳ ଉପରେ ନିର୍ଭର କରି ହଇରାଣ ହେଉଛନ୍ତି। ଚାଷୀ ଭିକାରୀ ବୈରୀଗଞ୍ଜନ, ରାଉଳ ମାଝି, ସଦାଶିବ ପରିଡା, କୋଳଥପଙ୍ଗି ଗ୍ରାମର ଗୋଲଖ ବିହାରୀ ସାହୁ, ହରିହର ପ୍ରଧାନ, ଭିକାରୀ ସାହୁ କୁହନ୍ତି, ଜମିରେ ବୁଣିଥିବା ଧାନ ଗଛ ଛୋଟ ହୋଇଥିଲା ବେଳେ ବର୍ଷା ଓ ଜଳସେଚନ ଅଭାବରୁ ଜମି ଫାଟି ଆଁ କରିଛି ା ଆମେ ଧାରକରଜ କରି ଚାଷ କରିଛୁ ା ଯଦି ଭଲ ବର୍ଷା ନ ହେବ ଫସଲ ନଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?