ସ୍ବଚ୍ଛ ଭାରତ ମିଶନ୍‌ ବାଟବଣା: ବ୍ୟକ୍ତିଗତ ନୁହେଁ ଗୋଷ୍ଠୀକୁ ଦେଉଛନ୍ତି ଗୁରୁତ୍ୱ

ନୟାଗଡ଼ ଅଫିସ/ନୂଆଗାଁ(ଡି.ଏନ.ଏ.),୧୯।୯: ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ସ୍ବଚ୍ଛ ଭାରତ ମିଶନ(ଗ୍ରାମୀଣ)ଜରିଆରେ ପାଇଖାନା ନିର୍ମାଣ କାର୍ଯ୍ୟ ବାଟବଣା ହେଉଥିବା ଅଭିଯୋଗ ହେଉଛି। ନୂଆଗାଁ ବ୍ଲ୍ଳକରେ ମୋଟ ୨୫, ୯୬୩ ଜଣ ହିତାଧିକାରୀ ପାଇଖାନା ନିର୍ମାଣ ପାଇଁ ଧାର୍ଯ୍ୟ କରାଯାଇଥିବାବେଳେ ୨୨ ହଜାର ହିତାଧିକାରୀଙ୍କ ନିର୍ମାଣ ସରିଛି। ଅବଶିଷ୍ଟ ୩୯୬୩ ଜଣଙ୍କର ବର୍ତ୍ତମାନ ସୁଦ୍ଧା ପାଇଖାନା ନିର୍ମାଣ ହୋଇନାହିଁ। ୨ ଅକ୍ଟୋବର ୨୦୧୯ରେ ଏହି ଯୋଜନା ବନ୍ଦ ହେବାକୁ ଯାଉଥିବାରୁ ଏହାର ସୁଯୋଗରେ ବିଭାଗୀୟ ଅଧିକାରୀ ବାହାର ରାଜ୍ୟ ମଧ୍ୟପ୍ରଦେଶରୁ କିଛି ଠିକାଦାର ଆଣି କାମ କରାଉଛନ୍ତି। ହିତାଧିକାରୀ ନିଜେ ପାଇଖାନା ନିର୍ମାଣ କରାଇଲେ ତାଙ୍କୁ ବର୍ଷ ବର୍ଷ ଧରି ବିଲ୍‌ ପାଇଁ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡୁଥିବା ବେଳେ ଠିକାଦାର କାର୍ଯ୍ୟ ଶେଷ ନ କରୁଣୁ ସେମାନଙ୍କୁ ଅନୁଦାନ ପ୍ରଦାନ କରାଯାଉଛି । ଯେଉଁ ହିତାଧିକାରୀ ନିଜେ ପାଇଖାନା ନିର୍ମାଣ କରିବେ ସେମାନଙ୍କୁ ସିଧାସଳଖ ଅନୁଦାନ ପ୍ରଦାନ ନ କରି କୌଣସି ଗ୍ରୁପ ନାମରେ ଟଙ୍କା ଦେଉଛନ୍ତି। ପରେ ବ୍ଲକ ପକ୍ଷରୁ ପାଇଖାନା ନିର୍ମାଣ କରିବା ଲାଗି ନିଯୁକ୍ତ ହୋଇଥିବା କର୍ମଚାରୀ (ମୋଟିଭେଟର) ପିସି ଆଦାୟ କରୁଥିବା ଅଭିଯୋଗ ହେଉଛି । ଫଳରେ ମିଶନ ବାଟବଣା ହେଉଥିବା ନେଇ ଲୋକମାନେ ଅଭିଯୋଗ କରିଛନ୍ତି। ଅଧିକ ଲାଭ ପାଇବା ଆଶାରେ ପାଇଖାନା ନିର୍ମାଣରେ ସମ୍ପୃକ୍ତ ଥିବା ଅଧିକାରୀ , କର୍ମଚାରୀ, ଠିକାଦାର ଏହିଭଳି ଅଭିନବ ଉପାୟ ଆପଣାଇଥିବା ଦେଖିବାକୁ ମିଳିଛି। ହିତାଧିକାରୀମାନେ ନିଜେ ପାଇଖାନା ନିର୍ମାଣ କରାଉଥିଲେ ମଧ୍ୟ ତାହାର ଅନୁଦାନ କୌଣସି ଗ୍ରୁପ ଆକାଉଣ୍ଟକୁ ପଠାଇ ହିତାଧିକାରୀଙ୍କୁ ଟଙ୍କା ଦେବା ବେଳେ ୧୨ ହଜାର ଟଙ୍କାରୁ ୯୦୦ ଟଙ୍କା କାଟି ନେଇ ଅବଶିଷ୍ଟ ଟଙ୍କା ପ୍ରଦାନ କରାଯାଉଛି। ଏପରି ଘଟଣା ନୂଆଗାଁ ବ୍ଲକ ସିଙ୍ଗାରପଲି ପଞ୍ଚାୟତରେ ଦେଖିବାକୁ ମିଳିଛି।
ଭାରତ ମିଶନ (ଗ୍ରାମୀଣ) ଯୋଜନାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତି ହିତାଧିକାରୀଙ୍କୁ ୧୨ ହଜାର ଟଙ୍କା ଅନୁଦାନ ପ୍ରଦାନ କରାଯାଏ। ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦେବାର ୧୫ ଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବେ ଏବଂ ଏକ ସପ୍ତାହ ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଜମା ଖାତାକୁ ଅନୁଦାନ ପଠାଇ ଦିଆଯାଏ । ନୂଆଗାଁ ବ୍ଲକରେ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ହିତାଧିକାରୀମାନେ ପାଇଖାନା ନିର୍ମାଣ କାର୍ଯ୍ୟ ଶେଷ କରିବାର ବର୍ଷେ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ଅନୁଦାନ ପ୍ରଦାନ କରାଯାଉ ନାହିଁ ।
ଯେ, ପୂର୍ବରୁ ହିତାଧିକାରୀଙ୍କଠାରୁ ବିଲ୍‌ କରିଦେବା ପାଇଁ ୨ ହଜାର ଟଙ୍କା ଆଦାୟ କରାଯାଇଥିଲା, ଯାହାକି ଅଧିକାରୀ ଓ କର୍ମଚାରୀଙ୍କ ପିସି (ପର୍ସେଣ୍ଟେଜ) କାରବାରକୁ ପଦାରେ ପକାଇ ଦେଇଥିଲା । ତେଣୁ ହିତାଧିକାରୀଙ୍କଠାରୁ ପିସି ଆଦାୟ ସମ୍ଭବ ନ ହେବାରୁ କୌଣସି ହିତାଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ପାଇଖାନା ନିର୍ମାଣର ଅନୁଦାନ ଦିଆଗଲା ନାହଁି । ଫଳରେ ହିତାଧିକାରୀମାନେ ପାଇଖାନା ନିର୍ମାଣ କରିବାରୁ ମୁହଁ ଫେରାଇ ନେଇଥିଲେ। ସିଙ୍ଗାରପଲି ପଞ୍ଚାୟତର ଗଣେଶ୍ୱର ସାହୁ , ପ୍ରତାପ ବେହେରା, ଗୋଲାପ ବେହେରା, ଟୁକୁନା ଗୁରୁ ଆଦି ଅନେକ ହିତାଧିକାରୀ ନିଜେ ପାଇଖାନା ନିର୍ମାଣ କରିଥିବା ବେଳେ ସେମାନଙ୍କ ନାମରେ ଅନୁଦାନ ଦିଆ ନ ଯାଇ ସେହି ଗ୍ରାମରେ ଥିବା ଏକ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ଆକାଉଣ୍ଟକୁ ଟଙ୍କା ପଠାଯାଇଛି। ଏସ୍‌ଏଚ୍‌ଜି ଟଙ୍କା ଉଠାଇ ମୋଟିଭେଟରଙ୍କୁ ଦେବାରେ ସେ ପିସି ରଖି ହିତାଧିକାରୀଙ୍କୁ ଟଙ୍କା ଦେଇଥିଲେ । କିନ୍ତୁ ଏ ନେଇ ଅଭିଯୋଗ ତାଙ୍କ ନିକଟରେ ପହଞ୍ଚତ୍ିବାରୁ ସେ ପୁନର୍ବାର ଟଙ୍କା ନେଇ ହିତାଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ଏ ନେଇ ନୂଆଗାଁ ବିଡିଓ ଶିରିୟାଲ ଶୁଭ୍ର ପଟେଲଙ୍କୁ ପଚାରିବାରେ ସେ କୁହନ୍ତି ଆମେ କୌଣସି ଗ୍ରୁପ୍‌କୁ ଦେଉନାହୁଁ। ଯଦି କେହି ଏହିଭଳି କରିଥିବ ତାହା ହେଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘Thanks To Everybody…’, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ଭିଡିଓ ବାର୍ତ୍ତା ଜାରି,କହିଲେ…VIDEO

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂତନ ଭିଡିଓ ବାର୍ତ୍ତା ଶୁକ୍ରବାର ରାତିରେ ସାମ୍ନାକୁ ଆସିଛି। ଏହି ସମୟରେ…

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri