ସ୍ବଚ୍ଛ ଭାରତ ଅଭିଯାନ ବାଟବଣା, ପାଇଖାନା ନିର୍ମାଣ ହୋଇଛି କାମରେ ଆସୁନି

ମାଲକାନଗିରି,୯ା୧୨(ଡି.ଏନ.ଏ.)-  ଚଳିତ ବର୍ଷ ଅକ୍ଟୋବର ୨ରୁ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ସ୍ବଚ୍ଛ ଭାରତ ମିଶନ ଅଭିଯାନ ମାଧ୍ୟମରେ ସମଗ୍ର ଦେଶକୁ ବାହ୍ୟ ମଳତ୍ୟାଗ ମୁକ୍ତ ଘୋଷଣା ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ସହରଠାରୁ ଗ୍ରାମାଞ୍ଚଳର ସମସ୍ତ ପରିବାରକୁ ପାଇଖାନା ଯୋଗାଇ ଦେବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଜିଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଖଜୁରିଗୁଡା ଗ୍ରାମରେ ସ୍ବଚ୍ଛ ଭାରତ ଯୋଜନା କାର୍ଯ୍ୟକାରୀ କରାଯାଇଥିଲେ ମଧ୍ୟ ଏହା ବିଫଳ ହୋଇଛି ା ଏଠାକାର ଲୋକେ ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ବିତାଉଛନ୍ତି। ଏପରି ଭୌଗଳିକ ସ୍ଥିତିକୁ ଦୃଷ୍ଟିରେ ରଖି ଶୌଚାଳୟ ନିର୍ମାଣ ସମ୍ଭବ ନ ହେବାରୁ ସରକାରୀ ସ୍ତରରେ ଲୁହାରେ ନିର୍ମିତ ପାଇଖାନା ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ଅପହଞ୍ଚ ଅଞ୍ଚଳକୁ ଲଞ୍ଚ ଯୋଗେ ଆସିଥିଲା ଲୁହାରେ ତିଆରି ଶୌଚାଳୟ ସାମଗ୍ରୀ ା ମାତ୍ର ଉକ୍ତ ଶୌଚାଳୟ ଉପଯୁକ୍ତ ନିୟମ ଅନୁଯାୟୀ ନିର୍ମାଣ ହୋଇ ନ ଥିବାରୁ ଏ ବାବଦରେ ଖର୍ଚ୍ଚ ହୋଇଥିବା ଅର୍ଥ ଏକପ୍ରକାର ପାଣିରେ ପଡିଛି। ଏଗୁଡ଼ିକ ବଣବୁଦା ମଧ୍ୟରେ କରାଯିବା ସହ ଏଠାରେ କୌଣସି ଗାତ ନ ଖୋଳି କେବଳ ପ୍ଲାଷ୍ଟର କରି ବସାଯାଇଛି ା ଲୁହା ତିଆରି ଘରକୁ କେବଳ ମାଟି ଉପରେ ରଖାଯାଇଛି ା ଆଉ କେତେକ ଘର ଉପରେ ଛାତ ମଧ୍ୟ ନାହିଁ ା କେତେକ ସ୍ଥାନରେ କାଠ ସାହାଯ୍ୟରେ ଢେରା ଦେଇ ରଖି ଏବାବଦ ଅର୍ଥ ଉଠାଇ ନିଆଯାଇଛି ବୋଲି ଗ୍ରାମର ଗୁରୁ କିରସାନିି ଓ ବ୍ରୁସ ମୁଦୁଲି ଅଭିଯୋଗ କରିଛନ୍ତି। ଗ୍ରାମବାସୀ ଏହି ଶୌଚାଳୟକୁ ବ୍ୟବହାର କରି ନ ପାରି ପୂର୍ବଭଳି ଖୋଲାରେ ଶୌଚ କରୁଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ମିଶନର ନିର୍ବାହୀଯନ୍ତ୍ରୀ ବସନ୍ତ କୁମାର ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ଯେଉଁ ଅଞ୍ଚଳରେ ପାଇଖାନା ନିୟମ ଅନୁଯାୟୀ ନିର୍ମାଣ କରାଯାଇନାହିଁ, ସେଠାରେ ଅର୍ଥ ପୈଠ ହୋଇନାହିଁ ା ପାଇଖାନା ନିର୍ମାଣ ପରେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କଠାରୁ ରିପୋର୍ଟ ପାଇବା ପରେ ହିଁ ଅର୍ଥ ପୈଠ କରାଯିବ ବୋଲି ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ

ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…

ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ମାନବିକତା ଦେଖାଇଲେ ଶିଶୁରୋଗ ବିଶେଷଜ୍ଞ: ବାଟେଘାଟେ କରୁଛନ୍ତି ଶିଶୁଙ୍କ ଚିକିତ୍ସା

କେସିଙ୍ଗା, ୨୪/୮ (ତୁମେଶ୍ୱର ସାହୁ): ଶି ଶୁଙ୍କ ପ୍ରତି ଜଣେ ଡାକ୍ତରଙ୍କ ଅନାବିଳ ମାନବିକତା ଏବେ କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲାକେସିଙ୍ଗା ସହରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri