ସ୍ବଚ୍ଛତା ନେଇ ବିଏମ୍‌ସିର କଡ଼ା ଆଭିମୁଖ୍ୟ: ସଫେଇ ସଂସ୍ଥା ଲାୟନ୍ସକୁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ୱର, ୩।୧୧(ବ୍ୟୁରୋ)ସହରର ପରିମଳ ବ୍ୟବସ୍ଥା ଉପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସ୍ବତନ୍ତ୍ର ଭାବେ ଗୁରୁତ୍ୱ ଦେଉଛି। ଆଗକୁ ସ୍ବଚ୍ଛ ସର୍ବେକ୍ଷଣ ଥିବାରୁ ଚଳିତବର୍ଷ ଏ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ବିଏମ୍‌ସି ଅଣ୍ଟା ଭିଡ଼ିଛି। ଏହି ପରିପ୍ରେକ୍ଷୀରେ ସହରର ପରିମଳ ଦାୟିତ୍ୱରେ ଥିବା ବିଭିନ୍ନ ଘରୋଇ ସଂସ୍ଥାକୁ ବିଏମ୍‌ସି ତାଗିଦ୍‌ କରିବା ସହ ସ୍ବଚ୍ଛତା ବଜାୟ ରଖିବା ଲାଗି ନିର୍ଦ୍ଦେଶ ଦେଇଛି। ଏହି ମର୍ମରେ କାର୍ଯ୍ୟରେ ଅହେତୁକ ଅବହେଳା ପାଇଁ ମେକାନିକାଲ ସୁଇପିଂ ସଂସ୍ଥା ‘ଲାୟନ୍ସ’କୁ ସଫେଇ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୩୦ ତାରିଖରେ ଉକ୍ତ ସଂସ୍ଥାକୁ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ସହର ପରିମଳ ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ‘ଲାୟନ୍ସ’ର ଖରାପ କାର୍ଯ୍ୟଶୈଳୀ ପାଇଁ ତାକୁ ବିଏମ୍‌ସି ବାଦ୍‌ ଦେବାକୁ ସ୍ଥିର କରିଛି। ଗତ ଦୁର୍ଗାପୂଜାରେ ସଫେଇ କାର୍ଯ୍ୟ ଓ ମାନବ ସମ୍ବଳ ସ୍ଥିତି ପରଖିବା ପରେ ବିଏମ୍‌ସି ଏହି ପଦକ୍ଷେପ ନେଇଛି। ବର୍ତ୍ତମାନ ସହରର କିଛି ସ୍ଥାନରେ ଉକ୍ତ ସଂସ୍ଥା ଦ୍ୱାରା ସଫେଇ ଚାଲିଛି। କିନ୍ତୁ ଆସନ୍ତା ୩୦ ତାରିଖ ପରଠାରୁ ତାକୁ କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ। ଘରୋଇ ଠିକା ସଂସ୍ଥା ‘ଜାଗୃତି’ ସମ୍ପୃକ୍ତ ଦାୟିତ୍ୱ ହାତକୁ ନେବ। ରାସ୍ତା ଓ ଫୁଟପାଥ୍‌ ଦୁଇଟି ସ୍ଥାନକୁ ‘ଜାଗୃତି’ ସଫେଇ କରିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୮ ଅକ୍ଟୋବର ୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ‘ମେକାନିକାଲ ସୁଇପିଂ ଯୋଜନା’ ଆରମ୍ଭ ହୋଇଥିଲା। ଲାୟନ୍ସ ସମେତ ଆଉ ଏକ ଘରୋଇ ଠିକା ସଂସ୍ଥାକୁ ୩ବର୍ଷ ପାଇଁ ସଫେଇ ଦାୟିତ୍ୱ ଦିଆଯାଇଥିଲା। ପ୍ରାରମ୍ଭରେ ମାତ୍ର ୪ଟି ଗାଡ଼ି ଦ୍ୱାରା ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ କେବଳ ସହରର ମୁଖ୍ୟ ରାସ୍ତା ସଫେଇ କରାଯାଉଥିଲା। ସମୟାନୁକ୍ରମେ ଗାଡ଼ି ସଂଖ୍ୟା ବଢିଥିଲା, ମାତ୍ର ଘରୋଇ ସଂସ୍ଥା ‘ଲାୟନ୍ସ’ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରି ନ ଥିଲା। ଫଳରେ କାର୍ଯ୍ୟରେ ଅବହେଳା ପରିଲକ୍ଷିତ ହୋଇଥିଲା। ସଫେଇ ଠିକ୍‌ ଭାବେ ହେଉ ନ ଥିଲା। ଏଥିପାଇଁ ବିଏମ୍‌ସି ଏବେ ଲାୟନ୍ସକୁ କାର୍ଯ୍ୟବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ...

ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଆଜି ପଦ୍ମ ଧରିବେ ଭର୍ତ୍ତୃହରି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଖୁବ୍‌ଶୀଘ୍ର ଭାଜପାର ଓଡ଼ିଶା ବିଧାନ ସଭା ତାଲିକା! ଦିଲ୍ଲୀ ଗଲେ ରାଜ୍ୟ ସଭାପତି

ଭୁବନେଶ୍ୱର,୨୮।୩: ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ଆରମ୍ଭ ହୋଇଛି ପ୍ରାର୍ଥୀ ଘୋଷଣା। ଦୁଇ ଦଳ ପର୍ଯ୍ୟାୟ ପର୍ଯ୍ୟାୟ ହିସାବରେ ପ୍ରାର୍ଥୀ ତାଲିକା ଘୋଷଣା...

ଭୁବନେଶ୍ୱରରେ ଏତିକି ହୋଇଗଲା ତେଲ ଦର

ଭୁବନେଶ୍ୱର,୨୮।୩: ନିର୍ବାଚନ ଲାଗି ନିକଟରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ ଭଳି ପରିବର୍ତ୍ତନ ରାଜ୍ୟଗୁଡିକ ଦ୍ୱାରା...

ଦ୍ୱନ୍ଦ୍ୱରେ କଂଗ୍ରେସ, ସୁର ପରିବାର ପଲଟିକ୍ସକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ

ଭୁବନେଶ୍ୱର,୨୮।୩: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପରିବାରକୁ ନେଇ କାଲିଠାରୁ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ସାନପୁଅ ମନ୍ମଥ ରାଉତରାୟ ବିଜେଡିର ଭୁବନେଶ୍ବର...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ବଡ଼ ବୟାନ ଦେଲେ ସିଦ୍ଧାର୍ଥ ରାଉତରାୟ, ‘ମୋ ଭାଇକୁ ବିଜେଡି ମୁର୍ଗା ବନେଇପାରେ’

ଭୁବନେଶ୍ୱର,୨୮।୩: ରାଜ୍ୟ ରାଜନୀତିରେ ହଇଚଇ । କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ବୁଧବାର କଂଗ୍ରେସର ସବୁ ପଦବୀରୁ ଇସ୍ତଫା ଦେଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri