ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ. ପାଣ୍ଡିଆନ, ମନୋଜ ମିଶ୍ର ଓ ରାଜେଶ ବର୍ମାଙ୍କ ବୟାନ ନିଆଯାଇଥିବା କ୍ରାଇମ୍‌ବ୍ରାଞ୍ଚ ଆଇଜି ସାର୍ଥକ ଷଢ଼ଙ୍ଗୀ ସୂଚନା ଦେଇଛନ୍ତି। ଏମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ କରାଯାଇଥିଲା। ପାଣ୍ଡିଆନ୍‌, ମନୋଜ ଏବଂ ରାଜେଶ ପୂର୍ବ ସରକାର ସମୟରେ ସିଏମ୍‌ଓରେ କାର୍ଯ୍ୟରତ ଥିଲେ। ବୟାନରେ ଫାଇଲ ରିସିଭ୍‌ ହୋଇଥିବା ନେଇ ସେମାନେ କହିଛନ୍ତି। ଫାଇଲ ରିସିଭ ହେବା ପରେ ଏହାର ରିସିଭିଂ ରସିଦ ମଧ୍ୟ ରହିଥିବା ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିବା ଆଇଜି ସୂଚନା ଦେଇଛନ୍ତି। ତେବେ ଏବେବି ଫାଇଲ ହଜିଛି ବୋଲି କୁହାଯାଇପାରେ। ଫାଇଲ ଚୋରି ହୋଇଛି କି ନାହିଁ, ସେନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ପୂର୍ବରୁ କମିଶନ ଫାଇଲ୍‌ ସମ୍ପର୍କିତ ତଥ୍ୟ ସିଏମ୍‌ଓ ଏବଂ ମୁଖ୍ୟଶାସନ ସଚିବଙ୍କ କାର୍ଯ୍ୟାଳୟକୁ ମଗାଯାଇଥିଲା। ସେଠାରୁ ତଥ୍ୟ ମିଳିବାପରେ କ୍ରାଇମ୍‌ବ୍ରାଞ୍ଚ ଏହି ୩ ପୂର୍ବତନ ଅଧିକାରୀଙ୍କ ବୟାନ ଗ୍ରହଣ କରାଯାଇଥିଲା। ଏହି ୩ଜଣଙ୍କ ବୟାନ ଗ୍ରହଣ କରାଯିବା ପରେ ଫାଇଲ୍‌ କେଉଁଠି ରହିଲା ସେନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଛି। ସେମାନଙ୍କ ନିକଟରୁ ଫାଇଲ୍‌ ରିସିଭ୍‌ ହେବା ପରେ ଆଉ କେଉଁ ବିଭାଗକୁ ଗଲା ସେନେଇ ମଧ୍ୟ ଛାନ୍‌ଭିନ କରାଯାଉଛି। ଏହି ଫାଇଲ୍‌କୁ ନେଇ ମଧ୍ୟ ଆଉ କେତେ ଜଣଙ୍କୁ କ୍ରାଇମ୍‌ବ୍ରାଞ୍ଚ ପଚରାଉଚରା କରିବ ବୋଲି ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣା ସହ ଜଡ଼ିତ ଜଷ୍ଟିସ୍‌ ଏ.ଏସ୍‌. ନାଇଡୁ କମିଶନଙ୍କ ରିପୋର୍ଟ ଗାଏବ ହେବା ନେଇ ଜୁନ ୧୦ରେ ଏଫ୍‌ଆଇଆର ହୋଇଥିଲା। ଏହାସହିତ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ଆର୍‌ଡିସି ରିପୋର୍ଟ ମଧ୍ୟ ମିଳୁ ନ ଥିବା ଅଭିଯୋଗ ହୋଇଥିଲା। ପ୍ରଥମେ କମିଶନରେଟ୍‌ ପୋଲିସ ଏହାର ତଦନ୍ତ କରୁଥିଲା। ପରେ ଜ୍‌ୁଲାଇ ୨୭ରେ ମୁଖ୍ୟମନ୍ତ୍ରୀ ନାଇଡୁ କମିଶନ ରିପୋର୍ଟ ଗାଏବ ମାମଲାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିଲେ। ଜୁଲାଇ ୨୮ରେ କ୍ରାଇମ୍‌ବ୍ରାଞ୍ଚ ମାମଲାକୁ ପୁନଃ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପୂର୍ବତନ ସିଏମ୍‌ଓର କେତେଜଣ ଅଧିକାରୀଙ୍କୁ ପଚରାଉଚରା ପାଇଁ ନୋଟିସ୍‌ ହୋଇଥିଲା। ପୂର୍ବତନ ଆଇଏଏସ୍‌ ଅଫିସର ମନୋଜ ମିଶ୍ର ପୂର୍ବରୁ କ୍ୟାପିଟାଲ ଥାନାରେ ହାଜର ହୋଇ ନିଜର ବୟାନ ଦେଇଥିଲେ। କିନ୍ତୁ ରାଜେଶ ବର୍ମା ଏବଂ ଭି.କେ. ପାଣ୍ଡିଆ ବିଭିନ୍ନ ବାହାନା କରି କ୍ୟାପିଟାଲ ଥାନାରେ ହାଜର ହୋଇ ନ ଥିଲେ। କ୍ରାଇମ୍‌ବ୍ରାଞ୍ଚ ମାମଲା ନେବା ପରେ ସେତେବେଳେ ସିଏମ୍‌ଓ ଅଫିସରେ କାର୍ଯ୍ୟ କରୁଥିବା ଭି.କେ. ପାଣ୍ଡିଆନ, ମନୋଜ ମିଶ୍ର ଏବଂ ରାଜେଶ ବର୍ମାଙ୍କୁ ନୋଟିସ୍‌ କରିବା ପରେ ସେମାନେ ବାଧ୍ୟ ହୋଇ ବୟାନ ଦେଇଛନ୍ତି। ଫାଇଲ୍‌ ରସିଭ୍‌ ହୋଇଥିବା ବେଳେ ଏହାର ରିସିଭିଂ କପି ମଧ୍ୟ ସେମାନେ ପାଇଥିଲେ। ହେଲେ ସେମାନେ ଫାଇଲ ରିସିଭ୍‌ କରିବା ପରେ ପୁଣି କୁଆଡ଼େ ଗଲା ସେମାନେ ଜାଣି ନ ଥିବା କହିଥିଲେ। କ୍ରାଇମ୍‌ବ୍ରାଞ୍ଚ ସେହି ସମୟରେ ସିସିଟିଭି ଏବଂ ଅନ୍ୟ ଦସ୍ତାବିଜ୍‌ ଆଧାରରେ ଖୋଳତାଡ଼ କରୁଛି। ସିଏମ୍‌ଓ ଅଫିସରେ କାର୍ଯ୍ୟ କରୁଥିବା ପୂର୍ବତନ ପିଅନଙ୍କୁ ପଚରାଉଚରା କରିବା ସହ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା। କିନ୍ତୁ ତାଙ୍କ ଘରୁ କୌଣସି କାଗଜପତ୍ର ଜବତ କରାଯାଇ ପାରି ନ ଥିଲା। ତେଣୁ ସିଏମ୍‌ଓ ଅଫିସରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ, ଅଫିସର ଏବଂ ବର୍ତ୍ତମାନ କାର୍ଯ୍ୟ କରୁଥିବା ସମସ୍ତ ଅଫିସରଙ୍କ କ୍ରାଇମ୍‌ବ୍ରାଞ୍ଚ ତାଲିକା କରିଛି। ସେମାନଙ୍କୁ ପଚରାଉଚରା କରାଯିବା ପରେ ଫାଇଲ କେଉଁଠି ରହିଛି ତାହା ସ୍ପଷ୍ଟ ହେବ ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୩ ଥର ଗର୍ଭପାତ, ୩୫ ଲକ୍ଷ ଟଙ୍କା ଠକେଇ! ଲିଭ୍‌-ଇନ୍‌ ପାର୍ଟନରଙ୍କ ବିରୋଧରେ ମହିଳାଙ୍କ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୧: ହରିୟାଣାର ଗୁରୁଗ୍ରାମସ୍ଥିତ ଏକ ଘରୋଇ ବ୍ୟାଙ୍କରେ କାମ କରୁଥିବା ଜଣେ ମହିଳା ନିଜ ପୁରୁଷ ସହକର୍ମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ବିବାହର ପ୍ରତିଶ୍ରୁତି…

ଟେଷ୍ଟ କ୍ରିକେଟର ଭବିଷ୍ୟତ ଏହି ୫ କ୍ରିକେଟର୍‌: କେନ ୱିଲିୟମସନଙ୍କ ତାଲିକାରେ ଅଛନ୍ତି ୨ ଭାରତୀୟ

ନୂଆଦିଲ୍ଲୀ,୨୩।୧୧: ଟେଷ୍ଟ କ୍ରିକେଟ୍‌ର ଭବିଷ୍ୟତକୁ ନେଇ ବଡ଼ ମତ ରଖିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ ୱିଲିୟମସନ। ଆଗାମୀ ଦିନରେ ଟେଷ୍ଟ କ୍ରିକେଟ୍‌ରେ କେଉଁ ବ୍ୟାଟରମାନେ ରାଜ…

ଋଷିକୁଲ୍ୟାରେ ବ୍ୟାରେଜ୍‌, ତାରାତାରିଣୀରେ ନୌବିହାର: ଗଞ୍ଜାମର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୪ ଦଫା ଦାବିପତ୍ର

ପୁରୁଷୋତ୍ତମପୁର, ୨୨।୧୧ (ସବିତା ମିଶ୍ର): ଋଷିକୁଲ୍ୟା ନଦୀରେ ବ୍ୟାରେଜ୍‌ ନିର୍ମାଣଠାରୁ ଆରମ୍ଭ କରି ମା’ ତାରାତାରିଣୀ ପୀଠରେ ନୌବିହାର ବ୍ୟବସ୍ଥା ପର୍ଯ୍ୟନ୍ତ। ଗଞ୍ଜାମ ଜିଲାର ଜଳସେଚନ, କୃଷି,…

ଭାରତ-ନେପାଳ ମଧ୍ୟରେ ୮ MOU, ମୋଦି ଘୋଷଣା କଲେ ୧୫ ହଜାର କୋଟିର ବିକାଶ ପ୍ୟାକେଜ୍‌

ନୂଆଦିଲ୍ଲୀ,୨୩।୧୧: ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଗତି ଦେବା ଲକ୍ଷ୍ୟରେ ସୋମବାର ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ…

କ୍ୟାପିଟାଲ ଥାନାରେ ପୂର୍ବତନ ଜେଲର ପ୍ରଦୀପ୍ତ ମହାଲିକ: ପୂର୍ବତନ ଜେଲ୍ ଡିଜିଙ୍କ ବିରୋଧରେ..

ଭୁବନେଶ୍ୱର,୨୩।୧୧: କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି ବାଲେଶ୍ୱରର ପୂର୍ବତନ ଜେଲର ପ୍ରଦୀପ୍ତ ମହାଲିକ। ଥାନାରେ ତାଙ୍କର ବୟାନ ରେକର୍ଡ କରାଯାଉଥିବା ସୂଚନା ମିଳିଛି। ପୂର୍ବତନ ଜେଲ୍ ଡିଜି…

ICCର ଏହି ନିୟମକୁ ନେଇ ରାଗିଗଲେ ଗିଲ୍‌: ଏତେ ବର୍ଷ ପରେ ମଧ୍ୟ କାହିଁକି…

ନୂଆଦିଲ୍ଲୀ,୨୩।୧୧: ICCର ଏକ ନିୟମକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ଟେଷ୍ଟ ଅଧିନାୟକ ଶୁବମନ ଗିଲ। ବଲ ଚମକାଇବା ପାଇଁ ଲାର୍‌ (Saliva) ବ୍ୟବହାର ଉପରେ…

ବଦଳିବ ରାହୁ-କେତୁଙ୍କ ଚଳନ: ଏହି ୫ ରାଶିଙ୍କର ଆରମ୍ଭ ହେବ ଗୋଲଡେନ୍‌ ଟାଇମ୍‌, ପ୍ରବଳ ଧନବର୍ଷା! ଜାଣନ୍ତୁ ଭାଗ୍ୟଶାଳୀ ରାଶି କିଏ…

ନୂଆଦିଲ୍ଲୀ,୨୩।୧୧: ବୈଦିକ ଜ୍ୟୋତିଷ ଅନୁସାରେ, ନଭେମ୍ବର ୨୫ ତାରିଖରେ ରାହୁ ଓ କେତୁଙ୍କ ଗୋଚର ୫ଟି ରାଶିର ଲୋକଙ୍କ ପାଇଁ ଶୁଭ ଫଳ ଆଣିପାରେ। ରାହୁ ମକର…

ଜିତିବା ଟେଷ୍ଟ ଡ୍ର’କୁ ନେଇ ଗାଙ୍ଗୁଲି ଉଠାଇଲେ ବଡ଼ ପ୍ରଶ୍ନ: ଗମ୍ଭୀରଙ୍କୁ ଘେରିଲେ

ନୂଆଦିଲ୍ଲୀ,୨୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟ ଡ୍ର’ ହେବା ପରେ ଭାରତୀୟ ଦଳର ରଣନୀତିକୁ ନେଇ ଉଠିଛି ପ୍ରଶ୍ନ। ଭାରତୀୟ ଦଳ ପଞ୍ଚମ ଦିନରେ ନିର୍ଦ୍ଧରିତ ସମୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?