ବାଣ ଫୁଟାକୁ ନେଇ ଗଣ୍ଡଗୋଳ, ଜଣେ ଗିରଫ

ବୁଗୁଡ଼ା,୩ା୧୧(ଡି.ଏନ.ଏ.): ବୁଗୁଡ଼ା ଥାନା ଚିଲିଖମାରେ ଗୋଟିଏ ପରିବାରର ସ୍ବାମୀ ଓ ସ୍ତ୍ରୀଙ୍କୁ ଠେଲାପେଲା, ଟଣାଓଟରା ଓ ଧମକ ଦେବା ଅଭିଯୋଗରେ ବୁଗୁଡ଼ା ପୋଲିସ ଶନିବାର ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଜଣକ ହେଲେ ଚିଲିଖମା ଗ୍ରାମର ରମେଶ ନାୟକ। ଏନେଇ ବୁଗୁଡ଼ା ଥାନାରେ ନଂ. ୨୪୧/୧୯ରେ ଏକ ମାମଲା ରୁଜୁ ହୋଇଥିଲା। ପ୍ରକାଶ ଯେ, ଗତ ରବିବାର ଅର୍ଥାତ୍‌ ଦୀପାବଳି ଦିନ ରମେଶ ନାୟକ ତାଙ୍କ ଗ୍ରାମର କେଶବ ନାୟକଙ୍କ ଘର ଆଗରେ ବାଣ ଫୁଟାଇଥିଲେ। ଘର ଆଗର ରମେଶ ବାଣ ବାରମ୍ବାର ଫୁଟାଇବା ଯୋଗୁ କେଶବ ତାଙ୍କୁ ବାରଣ କରିଥିଲେ। କିନ୍ତୁ ରମେଶ ଏହାକୁ ନ ମାନି କେଶବ ଓ ତାଙ୍କ ସ୍ତ୍ରୀଙ୍କୁ ଗାଳିଗୁଲଜ ସହ ଠେଲାପେଲା ଓ ଟଣାଓଟରା କରିଥିଲେ। ଏପରିକି ଘରୁ ବାହାରିବାକୁ ମଧ୍ୟ କେଶବ ପରିବାର ଡ଼ରିଯାଇଥିଲେ। ଶେଷରେ କେଶବଙ୍କ ସ୍ତ୍ରୀ ରେଣୁ ନାୟକ ଗୁରୁବାର ଏନେଇ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବେଳାଭୂମି ଅବକ୍ଷୟ ପ୍ରସଙ୍ଗ:ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ଗଞ୍ଜାମ,୬।୭(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହେଉଛି ସମୁଦ୍ର l ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ଗୋଖର କୁଦାଠାରୁ ପୋଡମ ପେଟା, ବଟେଶ୍ୱର ବେଳାଭୂମି ଦେଇ ପ୍ରାୟଗି…

ବନ ମହୋତ୍ସବରେ, ଚାରା ରୋପଣ କଲେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ

ଦିଗପହଣ୍ଡି,୭।୭(ଅଶେଷ ନାଥ ମିଶ୍ର):  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୭ ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ସୋମବାର ଦିଗପହଣ୍ଡି…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

ଲଭ-ସେକ୍ସ-ଧୋକା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିବା ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ…

ବିବାହିତାଙ୍କୁ କଲେ ଦ୍ଵିତୀୟ ବିବାହ: ସ୍ବାମୀଙ୍କ ଫୋନରୁ ଅନ୍ତରଙ୍ଗ ଭିଡିଓ ଭାଇରାଲ କଲେ ପ୍ରଥମ ସ୍ତ୍ରୀ , ଡରିକି ଏମିତି …

ଦିଗପହଣ୍ଡି,୬|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ରହୁଥିବା ଜଣେ ବିବାହିତା(୩୦)ଙ୍କୁ ପ୍ରେମ କରି ଦ୍ଵିତୀୟ ବିବାହ କରିବା ପରେ କୁକୁଡ଼ାଖଣ୍ଡି…

ଡେପୁଟେଶନରେ ଯାଇଥିବା ଶିକ୍ଷକଙ୍କୁ ଫେରାଇ ଆଣିବାକୁ ବିଇଓଙ୍କୁ ଦାବି

ଗଞ୍ଜାମ, ୬।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୀଳାଦ୍ରିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଦାମ ନାୟକଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ…

ନାବାଳିକାଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର

ପାତ୍ରପୁର, ୬।୭(ଉମା ଚରଣ ନେପାକ): ଜରଡ଼ା ଥାନା ଖାରିଆଗୁଡ଼ା ଫାଣ୍ଡି ଅନ୍ତର୍ଗତ ଏସ. ନୂଆଗାଁ ଗ୍ରାମ ହରିଜନ ସାହିରୁ ଜଣେ ନାବାଳିକାଙ୍କ ମୃତଦେହ ଜରଡ଼ା ପୋଲିସ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri