ସ୍ନାନଯାତ୍ରା ବ୍ୟବସ୍ଥାବଳୀ ଉଲ୍ଲଂଘନ: ପୁରୀ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ

ପୁରୀ ଅଫିସ,୨୫।୬: ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ବିଶୃଙ୍ଖଳା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ସ୍ନାନମଣ୍ଡପରେ ବ୍ୟବସ୍ଥାବଳୀ ଉଲ୍ଲଂଘନ କରିଥିବା ସେବାୟତ ଏବଂ ଅନ୍ୟମାନଙ୍କ ବିରୋଧରେ ତ୍ୱରିତ୍ୱ ପଦକ୍ଷେପ ନେଇଛି। ଏ ନେଇ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବାବେଳେ ଦୁଇଜଣ ସେବାୟତଙ୍କୁ ସେବାରୁ ନିଲମ୍ବିତ କରାଯାଇଛି। ନୋଟିସ୍‌ ପାଇବାର ୬ଦିନ ମଧ୍ୟରେ ସନ୍ତୋଷଜନକ ଉତ୍ତର ଦେବା ଲାଗି ବିଧାୟକ ଷଡ଼ଙ୍ଗୀଙ୍କୁ କୁହାଯାଇଛି। ଅପରପକ୍ଷରେ ଷଡ଼ଙ୍ଗୀ ଏଭଳି ବ୍ୟବସ୍ଥାବଳୀ ସମ୍ପର୍କରେ ଅବଗତ ନ ଥିଲେ ବୋଲି କହିଛନ୍ତି।
ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ାଯାତ୍ରା ପ୍ରଭୃତିକୁ ଶୃଙ୍ଖଳିତ କରିବା ଲାଗି ପରିଚାଳନା କମିଟି ଅନୁମୋଦନ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ କରିଛି। ଏଥିରେ ଦର୍ଶାଯାଇଛି ସମସ୍ତେ ବ୍ୟବସ୍ଥାବଳୀକୁ ମାନିବେ। ଶ୍ରଦ୍ଧାଳୁଙ୍କ ଦର୍ଶନରେ ଯେପରି କୌଣସି ପ୍ରକାର ବାଧା ନ ଉପୁଜେ ଏଥିପ୍ରତି ଧ୍ୟାନ ଦେବେ। ର଼୍ୟାମ୍ପରେ ଭକ୍ତ ଦର୍ଶନ କରୁଥିବା ସମୟରେ ପଇସା, ଫୁଲ କେହି ସ୍ନାନମଣ୍ଡପ ଉପରକୁ ଫିଙ୍ଗିବେ ନାହିଁ। କୌଣସି ସେବକ ସ୍ନାନମଣ୍ଡପ ବାଡ଼ ପାର୍ଶ୍ୱରେ ଠିଆହୋଇ ଭକ୍ତଙ୍କଠାରୁ ଫୁଲ ଇତ୍ୟାଦି ଗ୍ରହଣ କରିବେ ନାହିଁ ଏବଂ ତୁଳସୀ ଇତ୍ୟାଦି ବାଣ୍ଟିବେ ନାହିଁ। ବ୍ୟବସ୍ଥାବଳୀକୁ ଯିଏ ଅବମାନନା କରିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହେଲେ ବ୍ୟବସ୍ଥାବଳୀକୁ ସ୍ନାନମଣ୍ଡପରେ କେତେଜଣ ମାନି ନ ଥିଲେ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗରେ ଠିଆ ହେବାଠାରୁ ଆରମ୍ଭକରି ଭକ୍ତଙ୍କୁ ତୁଳସୀ ବାଣ୍ଟି ପଇସା ଆଦାୟ କରିଥିଲେ। ପୁଣି କେହି ସେବକ ଭକ୍ତଙ୍କଠାରୁ ଫୁଲ ଇତ୍ୟାଦି ଗ୍ରହଣ କରି ଠାକୁର ଦର୍ଶନରେ ବାଧା ସୃଷ୍ଟି କରିଥିଲେ। ସେହିପରି ମହାପ୍ରଭୁଙ୍କୁ ଭକ୍ତ ସ୍ପର୍ଶ କରିପାରିବେ ନାହିଁ କି ସାହାଣମେଲା ଦର୍ଶନ ସମୟ ବ୍ୟତୀତ ଅନ୍ୟ ସମୟରେ କୌଣସି ଦର୍ଶନାର୍ଥୀ ସ୍ନାନମଣ୍ଡପ ଉପରକୁ ଉଠିପାରିବେ ନାହିଁ ବୋଲି ବ୍ୟବସ୍ଥାବଳୀରେ ସ୍ପଷ୍ଟ କରାଯାଇଛି। ହେଲେ ପୁରୀ ବିଧାୟକ ଷଡ଼ଙ୍ଗୀ ସ୍ନାନମଣ୍ଡପ ନିକଟକୁ ଯାଇ ଠାକୁରଙ୍କୁ ଦର୍ଶନ କରିଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ନୋଟିସ୍‌ ଜାରି କରାଯାଇଛି। ବ୍ୟବସ୍ଥାବଳୀ ସମ୍ପର୍କରେ ଅବଗତ ଥାଇ ସୁଦ୍ଧା ଏହାକୁ ଉଲ୍ଲଂଘନ କରି ପୂର୍ବାହ୍ନ ୧୧ଟାରେ ଅନଧିକୃତ ଭାବେ ସ୍ନାନବେଦି ଉପରେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରୁଥିବା ସିସିଟିଭି ଫୁଟେଜରୁ ପରିଲକ୍ଷିତ ହେଉଛି। କେଉଁ ପରିପ୍ରେକ୍ଷୀରେ ଷଡ଼ଙ୍ଗୀ ଏହା କରିଥିଲେ ତାହାର ସନ୍ତୋଷଜନକ ଉତ୍ତର ୬ଦିନ ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦେବା ପାଇଁ ନୋଟିସ୍‌ରେ କୁହାଯାଇଛି। ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଉତ୍ତର ହସ୍ତଗତ ନ ହେଲେ ନିୟମାନୁସାରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି। ସେହିପରି ବିଧାୟକଙ୍କୁ ସାଥିରେ ନେଇଥିବା ଦୁଇଜଣ ସେବାୟତ ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆଙ୍କୁ ସେବାରୁ ନିଲମ୍ବିତ କରାଯାଇଛି। ସମ୍ପୃକ୍ତ ଦୁଇ ସେବକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସେବା କରିପାରିବେ ନାହିଁ ବୋଲି ସେମାନଙ୍କୁ ଦିଆଯାଇଥିବା ନୋଟିସ୍‌ରେ ଉଲ୍ଲେଖ ହୋଇଛି।
ଏ ସମ୍ପର୍କରେ ବିଧାୟକ ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି, ମୁଁ ବ୍ୟବସ୍ଥାବଳୀ କିପରି ପାଇବି। ଦିଅଁଙ୍କୁ ଛୁଇଁବା ପାପ ବୋଲି ଜାଣିଥିଲି। କିନ୍ତୁ ପାହାଚରେ ମୁଣ୍ଡିଆ ମାରିବା ପାପ କି ଭୁଲ୍‌ ବୋଲି ଜାଣି ନ ଥିଲି। ପାହାଚକୁ ଛୁଇଁବା ମହାପାପ ବୋଲି ଆଦୌ ଜାଣି ନ ଥିଲି। ଯଦି ସେଠାକୁ ଯିବାକୁ ବାରଣ ଅଛି ଜାଣିଥାନ୍ତି କେବେ ବି ଯାଇ ନ ଥାନ୍ତି। ମୁଁ ୩୬୫ ଦିନ ଠାକୁରଙ୍କୁ ଦର୍ଶନ କରେ। ସବୁ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ପ୍ରତ୍ୟହ ମୋତେ ଦେଖନ୍ତି। କେବେ ବି ଜଗନ୍ନାଥଙ୍କ ପାଖକୁ ଯିବା ଲାଗି ଚେଷ୍ଟା କରିନି। ମୁଁ ଜଣେ ଶୃଙ୍ଖଳିତ ଭକ୍ତ। ସ୍ନାନପୂର୍ଣ୍ଣିମା ଦିନ ପୋଲିସ, ଜେଟିପି ସମସ୍ତେ ଥିଲେ। ଯଦି ମୋତେ କେହି ବି କହିଥାନ୍ତେ ସେଠାକୁ ଯିବା ମନା ଅଛି, ମୁଁ ବିଲ୍‌କୁଲ ଯାଇ ନ ଥାନ୍ତି। କେହି ତ କହିଲେନି। ପାହାଚକୁ ମୁଣ୍ଡିଆ ମାରିବା ଭୁଲ୍‌ ବୋଲି ମୋ ଜ୍ଞାତରେ ନାହିଁ। ଯଦି ଏହା ଭୁଲ୍‌, ଆଉ କେବେ ବି ଏପରି ହେବନି। ମୁଁ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିବା ପାଇଁ ଯାଇଥିଲି, ସେହି ଜଗନ୍ନାଥ ହିଁ ଯାହା ବିଚାର କରିବେ ବୋଲି ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri