Posted inଖେଳ

ସ୍ଥଗିତ ରହିପାରେ ବିଶ୍ୱକପ୍‌ କ୍ୱାଲିଫାୟର୍ସ

ଜୁରିଚ୍‌, ୫ା୩- ମାରାତ୍ମକ କରୋନା ଭାଇରସ୍‌ ବିପଦ କ୍ରୀଡ଼ା ଜଗତ ଉପରେ ପ୍ରଭାବ ପକାଇବାରେ ଲାଗିଛି। ଏଥିପାଇଁ ଅନେକ ଟୁର୍ନାମେଣ୍ଟ ବାତିଲ ହୋଇଥିବାବେଳେ ଆଉ କେତେକ ପ୍ରତିଯୋଗିତାକୁ ସ୍ଥଗିତ ରଖିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଥଲେଟ୍‌ଙ୍କ ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଏହି କ୍ରମରେ ଚଳିତମାସ ୨୬ ତାରିଖରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ଭାରତ-କାତାର ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ସ୍ଥଗିତ ରହିବା ସମ୍ଭାବନା ବଢ଼ି ଯାଇଛି। ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ଫିଫା ପକ୍ଷରୁ ଗୁରୁବାର ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ବରୂପ ୨୦୨୨ ବିଶ୍ୱକପ୍‌ ଏବଂ ୨୦୨୩ ଏସିଆନ କପ୍‌ ପାଇଁ ଆଗକୁ ଖେଳାଯିବାକୁ ଥିବା ସମସ୍ତ କ୍ୱାଲିଫାୟର୍ସ ମ୍ୟାଚକୁ ସ୍ଥଗିତ ରଖିବା ଲାଗି ପ୍ରସ୍ତାବ ଦିଆ ଯାଇଛି। ତନ୍ମଧ୍ୟରେ କାତାର ବିପକ୍ଷରେ ଭାରତ ଖେଳିବାକୁଥିବା ହୋମ୍‌ ଗେମ୍‌ (କଳିଙ୍ଗ ଷ୍ଟାଡିୟମ) ରହିଛି। ବିଶ୍ୱ ଫୁଟ୍‌ବଲ ପରିଚାଳନା ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ଫିଫା ଏବଂ ଏସିଆନ ଫୁଟ୍‌ବଲ କନଫେଡେରେଶନ (ଏଏଫ୍‌ସି) ମଧ୍ୟରେ ଏକ ବୈଠକ ବସିଥିଲା। ଏଥିରେ ଏସିଆରେ ଫୁଟ୍‌ବଲ କାର୍ଯ୍ୟକଳାପକୁ ନେଇ ଆଲୋଚନା ହୋଇଥିଲା। କ୍ୱାଲିଫାୟର୍ସ ମ୍ୟାଚ ସ୍ଥଗିତ ରଖିବା ପାଇଁ ଫିଫା ପକ୍ଷରୁ ପ୍ରସ୍ତାବ ଦିଆ ଯାଇଥିବାରୁ ଏହା ଶତପ୍ରତିଶତ କାର୍ଯ୍ୟକାରୀ ହେବା ସମ୍ଭାବନା ରହିଛି।
ଫୁଟ୍‌ବଲ ସହିତ ସମ୍ପୃକ୍ତଥିବା ସମସ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଉଭୟ ଫିଫା ଓ ଏଏଫ୍‌ସି ଗୁରୁତ୍ୱ ଦିଅନ୍ତି ବୋଲି ଫିଫା ତରଫରୁ ପ୍ରକାଶିତ ଏକ ଇସ୍ତାହାରରେ କୁହାଯାଇଛି। ଆଗକୁଥିବା କ୍ୱାଲିଫାଇଂ ମ୍ୟାଚଗୁଡ଼ିକୁ ସ୍ଥଗିତ ରଖିବା ଲାଗି ନେଇ ସମ୍ପୃକ୍ତ ସଦସ୍ୟ ଆସୋସିଏଶନ ଗୁଡ଼ିକର ମତାମତ ଲୋଡାଯାଇଛି। ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ଜିତିପାରି ନ ଥିବାରୁ ଭାରତ ଯଦିଓ ବିଶ୍ୱକପ୍‌ ଦୌଡ଼ରେ ନାହିଁ ତେବେ କ୍ୱାଲିଫାଇଙ୍ଗ ଟୁର୍ନାମେଣ୍ଟରେ ମାର୍ଚ୍ଚ ୨୬ରେ ଭୁବନେଶ୍ୱରରେ କାତାରକୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଦଳ ପରେ ଜୁନ୍‌ରେ ବାଂଲାଦେଶ ଏବଂ ଆଫଗାନିସ୍ତାନ ସହ ମୁକାବିଲା କରିବ। ସୂଚନାଯୋଗ୍ୟ, ଓମାନ ବିପକ୍ଷରେ ଭାରତ ଏହାର ପ୍ରଥମ ବିଶ୍ୱକପ୍‌ କ୍ୱାଲିଫାଇଙ୍ଗ ମ୍ୟାଚ ହାରିଯାଇଥିଲା। କିନ୍ତୁ ଦେଶ ବାହାରେ ଏସିଆନ ଚାମ୍ପିୟନ କାତାର ବିପକ୍ଷ ମ୍ୟାଚ ଗୋଲ ଶୂନ୍ୟ ଡ୍ର ରଖି ସମ୍ଭାବନା ଉଜ୍ଜୀବିତ ରଖିଥିଲା। ପରେ ଦଳ ବାଂଲାଦେଶ ଓ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ଶେଷ ମୁହୂର୍ତ୍ତରେ ଡ୍ର ରଖିଥିଲା। ବିଦେଶରେ ଓମାନ ବିପକ୍ଷ ମ୍ୟାଚ ୧-୦ ଗୋଲରେ ପରାଜିତ ହେବା ଦ୍ୱାରା ଭାରତ ବିଶ୍ୱକପ୍‌ ଯୋଗ୍ୟତା ହାସଲ ଦୌଡ଼ରୁ ବାଦ୍‌ ପଡ଼ିଥିଲା। ଦଳ ବର୍ତ୍ତମାନ ୨୦୨୩ ଏସିଆ କପ୍‌ ପାଇଁ ଯୋଗ୍ୟତା ହାସଲ କରିବାକୁ ଚାହୁଛି। ଉକ୍ତ ବୈଠକରେ ଆହୁରି ମଧ୍ୟ କୋରିଆ ରିପବ୍ଲିକ ଏବଂ ଚାଇନା ମଧ୍ୟରେ ଖେଳାଯିବାକୁଥିବା ମହିଳା ଅଲିମ୍ପିକ ପ୍ଲେ-ଅଫ୍‌ ଏବଂ ୨୦୨୦ରେ ତୁର୍କମେନିସ୍ତାନରେ ହେବାକୁଥିବା ଏଏଫ୍‌ସି ଫୁଟ୍‌ସାଲ ଚାମ୍ପିୟନଶିପ୍‌ ସମ୍ପର୍କରେ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri