Posted inଜାତୀୟ

ସ୍ତ୍ରୀଙ୍କୁ ରାଜନୀତିକୁ ଆଣିବାରୁ ଶତ୍ରୁତା

ଲକ୍ଷ୍ନୌ,୨।୮ (ଆଇଏଏନ୍‌ଏସ୍‌):୨୦୧୮ ଏପ୍ରିଲ ୮ରେ ଉନ୍ନାଓ ବଳାତ୍କାର ପୀଡ଼ିତା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରୀ ବାସଭବନ ଆଗରେ ଆମତ୍ଦାହ ଉଦ୍ୟମ କରି ନ ଥିଲେ କୁଲଦୀପ ସିଂ ସେନ୍‌ଗର ଉତ୍ତରପ୍ରଦେଶ ବିଧାନସଭାର ୪୦୩ ବିଧାୟକଙ୍କ ମଧ୍ୟରୁ ଜଣେ ହୋଇ ରହିଯାଇଥାନ୍ତେ। ପ୍ରଥମେ କୁଲଦୀପଙ୍କ ଭାଇ ଅତୁଲ ସିଂ ସେନ୍‌ଗର ପୀଡ଼ିତାଙ୍କ ବାପାଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ସେ ପୋଲିସ ହାଜତରେ ଆଖି ବୁଜିଦେବା ପରେ ଏହି ବିବାଦ ଉଗ୍ରରୂପ ଧାରଣ କରିଥିଲା। ଫଳରେ ଏପ୍ରିଲ ୧୩ରେ ଯୋଗୀ ସରକାର ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିବାକୁ ବାଧ୍ୟ ହୋଇଥିଲେ।
କୁଲଦୀପ ସେନ୍‌ଗର କଂଗ୍ରେସରେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ହେଁ ୨୦୦୨ରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ରେ ଯୋଗଦେଇ ଉନ୍ନାଓ ସଦର ଆସନରୁ ପ୍ରଥମଥର ପାଇଁ ବିଧାୟକ ହୋଇଥିଲେ। ପରେ ସେ ସମାଜବାଦୀ ପାର୍ଟି (ଏସ୍‌ପି)ରେ ସାମିଲ ହୋଇ ୨୦୦୭ ନିର୍ବାଚନରେ ବାଙ୍ଗରମୌ ଆସନରେ ଜିତିଥିଲେ। ୨୦୧୨ରେ କୁଲଦୀପ ଉନ୍ନାଓ ଜିଲା ଭଗଓ୍ବନ୍ତ ନଗର ଆସନରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଗୋଟିଏ ଜିଲାର ୩ଟି ଆସନରେ ଲଢ଼ି କ୍ରମାଗତ ଭାବେ ନିର୍ବାଚିତ ହେବା କୁଲଦୀପ ସେନ୍‌ଗରଙ୍କ ଶକ୍ତିର ପ୍ରମାଣ ଦିଏ। ଏସ୍‌ପି ପ୍ରତିଷ୍ଠାତା ମୁଲାୟମ୍‌ ସିଂ ଯାଦବ ଦଳରୁ ବାହାରିଯିବା ପରେ କୁଲଦୀପ ଭାଜପାରେ ମିଶିଥିଲେ। ସେ ୨୦୧୭ ବିଧାନସଭା ନିର୍ବାଚନରେ ବାଙ୍ଗରମୌ ଆସନରୁ ଭାଜପା ଟିକେଟରେ ବିଜୟୀ ହୋଇଥିଲେ। ହେଲେ ତାଙ୍କ ବିରୋଧରେ ଆସିଥିବା ବଳାତ୍କାର ଅଭିଯୋଗ ସମସ୍ତଙ୍କୁ ଚକିତ କରିଦେଇଥିଲା। ବିଶେଷକରି କୁଲଦୀପଙ୍କୁ ଜଣେ ଲୋକପ୍ରିୟ ତଥା ସମ୍ବେଦନଶୀଳ ନେତା ବୋଲି ବିଚାର କରୁଥିବା ଲୋକେ ତାଙ୍କୁ ଘୃଣା କରିବା ଆରମ୍ଭ କରିଦେଲେ। ବଳାତ୍କାର ପୀଡ଼ିତାଙ୍କ ବାପା କୁଳଦୀପଙ୍କ ଘନିଷ୍ଠ ସହଯୋଗୀ ଥିଲେ ଓ ଉଭୟଙ୍କ ପରିବାର ମଧ୍ୟରେ ସୁସମ୍ପର୍କ ଥିଲା। କୁଲଦୀପ ତାଙ୍କ ସ୍ତ୍ରୀ ସଙ୍ଗୀତା ସେନ୍‌ଗରଙ୍କୁ ଜିଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ମଇଦାନକୁ ଛାଡ଼ିବା ପରେ ଦୁଇ ପରିବାର ମଧ୍ୟରେ ମତାନ୍ତର ଦେଖାଦେଇଥିଲା। କାରଣ ପୀଡ଼ିତାଙ୍କ ପରିବାର ତାଙ୍କ ମା’ ନିର୍ବାଚନ ଲଢ଼ନ୍ତୁ ବୋଲି ଚାହୁଁଥିଲେ। ସଙ୍ଗୀତା ଅନାୟାସରେ ବିଜୟୀ ହେବା ପରେ ବିବାଦ ବଢ଼ିବାରେ ଲାଗିଥିଲା। ୨୦୧୭ରେ କୁଲଦୀପ ଚତୁର୍ଥଥର ପାଇଁ ନିର୍ବାଚନରେ ବିଜୟୀ ହେବା ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ସେହିପରି ନିର୍ବାଚନମଣ୍ଡଳୀରେ ଦୁଇଟି ଠିକା ବଣ୍ଟନକୁ ନେଇ ମଧ୍ୟ ସେମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ବିଧାୟକ କୁଲଦୀପ ସେନ୍‌ଗର ଭାଜପାରୁ ବହିଷ୍କୃତ

ନୂଆଦିଲ୍ଲୀ,୧ା୮(ପି.ଟି./ଆଇଏଏନ୍‌ଏସ୍‌)ଚାରିଆଡ଼ୁ କଡ଼ା ସମାଲୋଚନାର ଶିକାର ହେବା ପରେ ଉତ୍ତରପ୍ରଦେଶର ଉନ୍ନାଓ ଜିଲା ବାଙ୍ଗରମୌ ବିଧାୟକ କୁଲଦୀପ ସିଂ ସେନ୍‌ଗରଙ୍କୁ ଦଳରୁ ବହିଷ୍କାର କରିଛି ଭାଜପା। ଦୁଇବର୍ଷ ତଳେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ଗତ ରବିବାର ପରିବାରର ଦୁଇ ସଦସ୍ୟଙ୍କୁ କୁଳଦୀପ ହତ୍ୟା କରିଥିବା ଅଭିଯୋଗ ଆସିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାରା ଦେଶରେ ସ୍ବର ଉଠିଥିଲା। ସେନ୍‌ଗରଙ୍କ ଏହି କାରନାମାକୁ ନେଇ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଅଡ଼ୁଆରେ ପଡ଼ିଯାଇଛନ୍ତି। ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ଯୋଗୀଙ୍କ ସୁପାରିସ କ୍ରମେ କେନ୍ଦ୍ର ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଛି। ବଳାତ୍କାର ମାମଲାରେ ଚାରି ଥର ବିଧାୟକ ଥିବା କୁଲଦୀପଙ୍କୁ ଗତବର୍ଷ ଏପ୍ରିଲ ୧୩ରେ ଗିରଫ କରାଯାଇଥିଲା। ତାଙ୍କୁ ଭାଜପାରୁ ବିଦା କରାଯିବା ନେଇ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟୁଇଟ୍‌ କରିଛନ୍ତି, ଭାଜପା ଜଣେ ଅପରାଧୀଙ୍କୁ ସଶକ୍ତ କରିଥିଲା ବୋଲି ସ୍ବୀକାର କରିଛି। ଏହାସହ ଶେଷରେ ନିଜକୁ ସୁଧାରିବା ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ସେହିପରି ସମାଜବାଦୀ ପାର୍ଟି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri