Posted inଖେଳ

ସୌରଭଙ୍କ ଉପରେ ରାଗିଥିଲେ ସଚିନ

ମୁମ୍ବାଇ, ୨୮।୪-
ଭାରତୀୟ କ୍ରିକେଟରେ ମାଷ୍ଟର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ ମହାରାଜା ସୌରଭ ଗାଙ୍ଗୁଲି ଦୁଇ ପ୍ରତିଷ୍ଠିତ କ୍ରିକେଟର। ଉଭୟେ ଅନେକ ମ୍ୟାଚରେ ଏକାକୀ ଭାରତକୁ ବିଜୟ ସ୍ବାଦ ଚଖାଇଛନ୍ତି। ଏକଦା ଉଭୟଙ୍କର ପାର୍ଟନରଶିପ୍‌ ଅନ୍ତର୍ଜାତୀୟ କ୍ରିକେଟରେ ଅନେକ ରେକର୍ଡର ଅଧିକାରୀ ହୋଇଥିଲା। ମାତ୍ର ଏପରି ଦିନ ଆସିଥିଲା ଯେବେ ସୌରଭଙ୍କ ଉପରେ ରାଗିଥିଲେ ସଚିନ। ଏହାକୁ ଏବେ ସର୍ବସମ୍ମୁଖକୁ ଆଣିଛନ୍ତି ସୌରଭ। ୧୯୯୭ ମସିହାରେ ୱେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର କଥା। ବାର୍ବାଡୋସରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଭଲ ସ୍ଥିତିରେ ଥିବାରୁ ମ୍ୟାଚ ଜିତିବା ସହ ସିରିଜରେ ଅଗ୍ରଣୀ ନେବା ସମ୍ଭାବନା ସୃଷ୍ଟି କରିଥିଲା। ଭାରତ ସମ୍ମୁଖରେ ମାତ୍ର ୧୨୦ରନ ବିଜୟ ଲକ୍ଷ୍ୟ ମଧ୍ୟ ରହିଥିଲା। ମାତ୍ର ଦଳ ଅତ୍ୟନ୍ତ ଖରାପ ବ୍ୟାଟିଂ କରି ୮୧ରନରେ ଅଲଆଉଟ ହୋଇଯାଇଥିଲା। ଏଥିରେ ମର୍ମାହତ ହୋଇଥିଲେ ଅଧିନାୟକ ସଚିନ। କାରଣ ଭାରତ ଏହି ଟେଷ୍ଟକୁ ଜିତିପାରିଥାନ୍ତା ବୋଲି ତାଙ୍କର ହୃଦ୍‌ବୋଧ ହୋଇଥିଲା। ଏହା ହୋଇଥିଲେ ଭାରତ ୧୯୯୦ପରେ ପ୍ରଥମଥରପାଇଁ ବିଦେଶରେ ସିରିଜ ବିଜୟପାଇଁ ସୁଯୋଗ ସୃଷ୍ଟି କରି ପାରିଥାନ୍ତା। ମ୍ୟାଚପରେ ପ୍ରଥମଥରପାଇଁ ଡ୍ରେସିଂ ରୁମ୍‌ରେ କାନ୍ଦିଥିଲେ ସଚିନ। ସୌରଭଙ୍କ ଉପରେ ନିଜ ରାଗ ଶୁଝାଇଥିଲେ । ଦଳରେ ସ୍ଥାନ ବଜାୟ ରଖିବାକୁ ହେଲେ ତୁମକୁ ପ୍ରତି ଇନିଂସରେ ରନ ସଂଗ୍ରହ କରିବାକୁ ପଡ଼ିବ ବୋଲି ସୌରଭଙ୍କୁ କହିଥିଲେ। ଜଣେ ଅଧିନାୟକଭାବେ ସଚିନଙ୍କ ରାଗ ଯଥାର୍ଥ ଥିଲା ବୋଲି କହିଛନ୍ତି ସୌରଭ। ”ମୁଁ ଛୋଟ ବେଳରୁ ସଚିନଙ୍କ ବ୍ୟାଟିଂକୁ ଦେଖି ଆସୁଥିଲି। ତେଣୁ ସେ କ୍ରିଜ୍‌ରେ କ’ଣ ଚାହାନ୍ତି ତାହା ମୁଁ ଜାଣି ପାରୁଥିଲି। ପରେ ଆମେ ସାଥି ହୋଇ ଖେଳିଲୁ ଏବଂ ଅନେକ ମ୍ୟାଚରେ ଇନିଂସ ଓପନ କରିଛୁ। କେଉଁ ସ୍ଥାନରେ ଖେଳିଲେ ଭଲ ହେବ ଏବଂ କେଉଁ ଖେଳାଳିଙ୍କ ଉପରେ ରାଗିବା ଉଚିତ ତାହା ସଚିନଙ୍କୁ ଭଲଭାବେ ଜଣାଥିଲା“ ବୋଲି କହିଛନ୍ତି ସୌରଭ। ପ୍ରକାଶଯୋଗ୍ୟ ଯେ, ବାର୍ବାଡୋସରେ ଅନୁଷ୍ଠିତ ତୃତୀୟ ଟେଷ୍ଟରେ ଶିବନାରିନ ଚନ୍ଦରପଲଙ୍କ ଶତକ(୧୩୭) ସତ୍ତ୍ବେ ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୨୯୮ ରନରେ ଅଲଆଉଟ ହୋଇଯାଇଥିଲା। ଜବାବରେ ଭାରତ ସଚିନଙ୍କ ୯୨ ଓ ରାହୁଲ ଡ୍ରାଭିଡଙ୍କ ୭୮ ରନ ସହାୟତାରେ ୩୧୯ ରନକରି ଅଗ୍ରଣୀ ହାସଲ କରିଥିଲା। େଓଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସରେ ୧୪୦ରେ ଅଲଆଉଟ ହୋଇଯିବାରୁ ଭାରତର ବିଜୟ ସମ୍ଭାବନା ଦୃଢ଼ୀଭୂତ ହୋଇଥିଲା। ମାତ୍ର ଭାରତ ଦ୍ୱିତୀୟ ଇନିଂସରେ ୮୧ ରନରେ ଅଲଆଉଟ ହୋଇଯାଇଥିଲା। ସୌରଭ ଦୁଇଟି ଇନିଂସରେ ଯଥାକ୍ରମେ ୨୨ ଓ ୮ ରନ କରିବାକୁ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri