କୋଣାର୍କ,୨୬।୬(ଜ୍ୟୋତିରାଜ ମହାନ୍ତି): ଅଳ୍ପ ବର୍ଷା ହେଲେ ସୂର୍ଯ୍ୟମନ୍ଦିର କୋଣାର୍କ ପାର୍ଶ୍ୱରେ ପାଣି ଜମି ରହୁଛି। ଏଥିସହ ପ୍ରଚଣ୍ଡ ଖରାରେ ସେଠାରେ ପାନୀୟ ଜଳ ଅଭାବ ଦେଖିବାକୁ ମିଳୁଛି। ଫଳରେ ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଏଏସ୍ଆଇ ପକ୍ଷରୁ ସ୍ଥାୟୀ ପ୍ରତିକାର ପାଇଁ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଦାବି କରାଯାଇଛି।
ମନ୍ଦିର ଭିତରେ କୌଣସି ଆଶ୍ରୟସ୍ଥଳୀ ନ ଥିବାରୁ ସାମାନ୍ୟ ବର୍ଷା ହେଲେ ପର୍ଯ୍ୟଟକଙ୍କ ପାଇଁ ବରଗଛ ଆଶ୍ରୟସ୍ଥଳୀ ପାଲଟୁଛି। ରବିବାର ଘଣ୍ଟା ଘଣ୍ଟା ଧରି ବର୍ଷା ଲାଗି ରହିଥିବାରୁ ବରଗଛ ତଳେ ପର୍ଯ୍ୟଟକ ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଥିଲା। ମନ୍ଦିର ଉତ୍ତର କୋଣରେ ପାଣି ଜମି ଥିବାରୁ ସୂକ୍ଷ୍ମ କାରୁକାର୍ଯ୍ୟ ବୁଡି ରହିଥିଲା। ଦୂରଦୂରାନ୍ତରରୁ ଆସିଥିବା କେତେକ ପର୍ଯ୍ୟଟକ ମନ୍ଦିର ବୁଲି ନ ପାରି କାରୁକାର୍ଯ୍ୟ ନ ଦେଖି ନିରାଶ ମନରେ ଫେରି ଯାଇଥିଲେ। ମନ୍ଦିରରୁ ଜଳ ନିଷ୍କାସନ ପାଇଁ ୪ ସେନସର ପମ୍ପ ଥିଲେ ମଧ୍ୟ ତାହା େବେ ଅଚଳ ହୋଇ ପଡ଼ିଛି। ବର୍ଷାଦାଉରୁ ରକ୍ଷା ପାଇବାକୁ ଏଏସ୍ଆଇ ପକ୍ଷରୁ ଶେଡର ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଚଣ୍ଡ ଖରାରେ ପାନୀୟ ଜଳର ସମସ୍ୟା ପରେ ଏବେ ବର୍ଷା ଜଳ ସମସ୍ୟା, ଏହା ଏଏସ୍ଆଇ ବିଭାଗର ପର୍ଯ୍ୟଟନ ମାରଣ ନୀତି ବୋଲି ପର୍ଯ୍ୟଟନପ୍ରେମୀ ମହଲରେ ଚର୍ଚ୍ଚା ହେଉଛି। ଏଠାରେ ଦେଶୀୟ ପର୍ଯ୍ୟଟକଙ୍କ ପାଇଁ ଟିକେଟ ମୂଲ୍ୟ ୪୦ ଟଙ୍କା ଥିବାବେଳେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୬୦୦ ଟଙ୍କା ରହିଛି। ଫଳରେ ଦୈନିକ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହେଉଛି। ଏହାସତ୍ତ୍ୱେ ବି ପର୍ଯ୍ୟଟକଙ୍କ ପାଇଁ ଏଏସ୍ଆଇ ବିଭାଗ ଏସବୁ ସୁବିଧା କ’ଣ ପାଇଁ କରୁନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି। ଆଗାମୀ ଦିନରେ ଏହି ମୌଳିକ ସୁବିଧା ଯୋଗାଇ ନ ଦିଆଗଲେ ପର୍ଯ୍ୟଟକ ଆସିବାକୁ ଆଉ ଇଚ୍ଛା ପ୍ରକାଶ କରିବେନି। ତେଣୁ ଏଏସ୍ଆଇ ବିଭାଗ ତୁରନ୍ତ ଏସବୁ ସୁବିଧା କରିବାକୁ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ କୋଣାର୍କ ଦାୟିତ୍ୱରେ ଥିବା ଏଏସ୍ଆଇ ଅଧିକାରୀ ନିରୋଜ ସିଂଙ୍କୁ ପଚାରିବାରେ, ଆମେ ଯଥାଶୀଘ୍ର ଏସବୁ ସୁବିଧା ପାଇଁ କାର୍ଯ୍ୟ ଚଳାଇଛୁ। ଖୁବ୍ କମ୍ ଦିନ ମଧ୍ୟରେ ସବୁ ସମସ୍ୟା ସମାଧାନ ହୋଇଯିବ ବୋଲି ସେ ପ୍ରକାଶ କରିଥିଲେ।
Posted inHome, Home Left, ଆମ ଜିଲା ଖବର, ପୁରୀ View All
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍ସନ୍: ଲାଗିଲା ପୁଣି ଝଟକା
ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍ରୁ ବାଦ…
ଅଧିକାରୀଙ୍କ ପାଇଁ ଏଆଇ
ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…
ବିଧାନସଭାରେ ଛତାମଖନା ଆଇଏସ୍ଏସ୍ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ
ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର (ଆଇଏସ୍ଏସ୍)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…
ଅଭିଜିତ ଦୀପକେ, ସୌରଭ ଦାସଙ୍କ ସମେତ ୩ ଜଣଙ୍କୁ ହାଇକୋର୍ଟ ଦେଲେ ଅଲ୍ଟିମେଟମ୍: ୨୪ ଘଣ୍ଟା ମଧ୍ୟରେ…
ନୂଆଦିଲ୍ଲୀ,୨୬।୯: ଦିଲ୍ଲୀ ହାଇକୋର୍ଟ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଦଳର ଅନ୍ୟ ତିନି ନେତା ଆଶୁତୋଷ ରାଙ୍କା, ରତ୍ନା ସିଂହ ଓ ସୌରଭ…
ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ
ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…
ଅଭ୍ୟାସ ବେଳେ ହଠାତ୍ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ…
ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ
ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…
୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର କୃଷି-ବନୀକରଣ ୭୦% ହ୍ରାସ ଘଟିପାରେ
ନୂଆଦିଲ୍ଲୀ, ୨୬ା୯: କ୍ରମାଗତ ଜଳବାୟୁ ଉଷ୍ମତା ଯୋଗୁ ୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର ଛୋଟ ଛୋଟ କୃଷି-ବନୀକରଣ ଅଞ୍ଚଳରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇପାରେ ଏବଂ ବଡ଼…

