ସୁଧୁରୁନି ଟ୍ରାଫିକ୍‌ ଜାମ୍‌

ଯୋଡ଼ା,୨୭।୭(ଡି.ଏନ.ଏ.)- କେନ୍ଦୁଝର ଜିଲା ଦେଇ ଯାଇଥିବା ୫୨୦ ନଂ. ଜାତୀୟ ରାଜପଥର ଯୋଡା-ବଡବିଲ-ବିଲେଇପଦା-ଭଦ୍ରାସାହି ରାସ୍ତାରେ ଟ୍ରାଫିକ ଜାମ୍‌ ସମସ୍ୟା ସୁଧୁରିବା ନାଁ ନେଉନାହିଁ । ଜାତୀୟ ରାଜପଥରେ ଭଦ୍ରାସାହିଠାରୁ ଯୋଡା ଏବଂ ବିଲେଇପଦା ମଧ୍ୟରେ ବୁଧବାର ରାତିରେ ଟ୍ରାଫିକ୍‌ ଜାମ୍‌ ଯୋଗୁ ବହୁ ଯାନବାହନ ରାସ୍ତାରେ ଅଟକି ରହିଥିଲା। ବଡବିଲଠାରୁ ଯାଉଥିବା ଦ୍ରୁତଗାମୀ ଯାତ୍ରୀବାହୀ ବସଗୁଡିକ ଯୋଡା ରଣାଶାଳ ଘାଟିଠାରେ ଦୀର୍ଘ ସମୟ ଅଟକି ରହିଥିଲେ ା ସେହିପରି କଳାପାହାଡ ଲହଣ୍ଡା ମଧ୍ୟରେ ଟ୍ରାଫିକ ଜାମ୍‌ ହେବାରୁ ସେଠାରେ ମଧ୍ୟ ଯାତ୍ରୀବାହୀ ବସ ସମେତ ଛୋଟବଡ ଯାନବାହନ ଅଟକି ରହିଥିଲା। ଏଭଳି ଟ୍ରାଫିକ୍‌ ସମସ୍ୟାର ପ୍ରତିକାର ଲାଗି କେନ୍ଦୁଝର ଜିଲାପାଳ, ଚମ୍ପୁଆ ଉପଜିଲାପାଳଙ୍କ ସମେତ ଯୋଡା, ବଡବିଲ, ବାମେବାରୀ, ରୁଗୁଡି, ବଡବିଲ ପ୍ରଭୃତି ଥାନାର ଭାରପ୍ରାପ୍ତ ଅଧିକାରୀ ଏବଂ ଯୋଡା ଖଣି ଉପ ନିର୍ଦ୍ଦେଶକ ପ୍ରମୁଖ ବାରମ୍ବାର ବୈଠକ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ା ଟ୍ରାଫିକ୍‌ ଜାମ୍‌ ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ଅଣାୟତ୍ତ ହେଉଛି।
ଟ୍ରାଫିକ୍‌ ସମସ୍ୟା ସୁଧାରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୫୨୦ ନଂ. ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଘରୋଇ ସୁରକ୍ଷାକର୍ମୀ ନିୟୋଜିତ କରାଯିବା ସାଙ୍ଗକୁ
ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି। ସ୍ଥାନୀୟ ଲୋକେ କହିଛନ୍ତି ଯେ, ଟୋଲ ଫ୍ରି ନମ୍ବରର ପ୍ରଚଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏ ସମ୍ପର୍କରେ ଏ ପର୍ଯନ୍ତ ସର୍ବସାଧାରଣଙ୍କୁ ଅବଗତ କରାଯାଇନାହିଁ ା ଯୋଡାର ପୂର୍ବତନ ଭାଇସଚେୟାରମ୍ୟାନ୍‌ ପୁରୁଷୋତ୍ତମ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟ ସରକାର ରାଜସ୍ବ ଲୋଭରେ ଅହୋରାତ୍ର ଖଣିଜ ପରିବହନ ପାଇଁ ଅନୁମୋଦନ ଦେଇଚାଲିଛନ୍ତି। ହେଲେ ପରିବହନ ଭିତ୍ତିଭୂମିର ବିକାଶ କରାଯାଉ ନାହିଁ। ଏବେ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଅନେକ ରାସ୍ତାର ଡାଇଭର୍ସନ ବ୍ୟବସ୍ଥା କରାଯାଇଛି। ଏଥିଲାଗି ରାସ୍ତା ଅଧିକ ଜାମ୍‌ ହେଉଛି ା ଏହା ବ୍ୟତୀତ ପରିବହନ କମ୍ପାନୀ ୧୮ ଚକ ଓ ୨୨ ଚକ ବିଶିଷ୍ଟ ଭାରିଯାନ ବାହାର ରାଜ୍ୟରୁ ଆଣି ଖଣିଜ ପରିବହନ କରିବାରୁ ଏହା ଟ୍ରାଫିକ ଜାମ ସମସ୍ୟା ଦ୍ୱିଗୁଣିତ କରୁଛି ା ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ଅନୁରୂପ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି, ଦିନବେଳା ଭାରିଯାନ ଚଳାଚଳ ଉପରେ କେବଳ କଟକଣା ଜାରି କଲେ ସମସ୍ୟାର ସମାଧାନ ହେବ ନାହିଁ ା ୨୦୨୦ ରେ ଖଣି ବନ୍ଦ ହେବା ଆଶଙ୍କା ଥିବାରୁ ଲିଜ୍‌ଧାରୀମାନେ ଅହେତୁକ ପରିମାଣର ଖଣିଜ ଉତ୍ତୋଳନ କରି ଏହାକୁ ପରିବହନ କରିବା ସକାଶେ ବଡ ବଡ ଭାରିଯାନ ବ୍ୟବହାର କରୁଛନ୍ତି। ଏଥିଲାଗି ରାଜପଥ ଅବସ୍ଥା ଶୋଚନୀୟ ହୋଇପଡିଛି। ଖଣିଜ ଦ୍ରବ୍ୟ ଉତ୍ତୋଳନ ଓ ପରିବହନ ଉପରେ କଟକଣା କରାଗଲେ ଟ୍ରାଫିକ୍‌ ଜାମ୍‌ ଦୂର ହୋଇପାରନ୍ତା।
ଉଲ୍ଲେଖନୀୟ ଯେ କେନ୍ଦୁଝର, ଚଣ୍ଡିଖୋଲ, ତାଳଚେର, ଯୋଡା, ବଡବିଲ, ରାଉଲକେଲା, କଟକ, ପାରାଦୀପ ପ୍ରଭୃତି ଅଞ୍ଚଳର ବହୁ ଟ୍ରକ ମାଲିକ ପୂର୍ବରୁ ଏ ଅଞ୍ଚଳରୁ ଖଣିଜପଥର ପରିବହନ କରୁଥିଲେ। ଏବେ ପରିବହନ କମ୍ପାନୀମାନେ ପଞ୍ଜାବ, ଉତ୍ତରପ୍ରଦେଶ, ଗୁଜରାଟ, ଝାଡଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରୁ ବଡ ବଡ ଟ୍ରକ ଆଣି ଖଣିଜ ଦ୍ରବ୍ୟ ପରିବହନ କରୁଛନ୍ତି। ଏହି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ରାସ୍ତା କଡରେ ଯାନବାହନ ଚେକିଂ କରାଯାଉଥିବାରୁ ସଂକୀର୍ଣ୍ଣ ରାସ୍ତାରେ ଶହ ଶହ ଗାଡି ଅଟକି ରହୁଛିି ା ବଡବିଲ ଆରଟିଓ ଅଫିସ ପକ୍ଷରୁ ରାତି ୮ଟା ପରେ ଏଭଳି ତନଖି କରାଯାଉଥିବାରୁ ଲୋକେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦୁଝର ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ରାଜ୍ୟ ସରକାର ଅଣଦେଖା କଲେ ଆନ୍ଦୋଳନ ହେବ’

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଅସ୍ତିତ୍ୱ ରକ୍ଷା ନ ହେଲେ ଆନ୍ଦୋଳନ ହେବ। ଆମ ଆଦ୍‌ମୀ ପାର୍ଟି, କେନ୍ଦୁଝରର ସ୍ପଷ୍ଟ ମତ ହେଉଛି ଯେ,…

ଟ୍ରାକ୍ଟର ଡାଲାରେ ବସି ଗଲେ ବିଜେଡି ନେତା, ଭିଡିଓ ଭାଇରାଲ ପରେ…

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାକୁ ବିଜେଡି ଦଳର ରାଜ୍ୟର ଏକ ଟିମ୍‌ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ…

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଏକାଦଶ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି କଲେ ଗ୍ରାମବାସୀ, ସମସ୍ତେ ଚକିତ

ପାଟଣା,୧୦।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ପଞ୍ଚାୟତର ୧୨ଟି ମୌଜାର ଜମିକୁ ନେଇ ଜେଏସଡବ୍ଲୁ ଓ ପୋସ୍କୋ ପ୍ରସ୍ତାବିତ…

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ଚାରନାଳିଆରେ ବଢୁଛି ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଆଲୋକ ବ୍ୟବସ୍ଥା ଦାବି କରି…

ବଞ୍ଚୋ,୮ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଚାରନାଳିଆ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଅଁରା଼…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri